କୋର୍ସ

ଫଟୋଗ୍ରାଫିରେ ସୃଜନଶୀଳ ହୁଅନ୍ତୁ

ଅନଲାଇନ୍ ଫଟୋଗ୍ରାଫି କୋର୍ସ ସହ

10
ଟି ସେସନ୍
10
ସପ୍ତାହ
10
ଟି ଭାଷା ।
10,000 + GST
ଫୀସ୍

ଗୋଟିଏ ସୁନ୍ଦର ଇମେଜ୍ ପାଇବା ପାଇଁ କ'ଣ ଆବଶ୍ୟକ ଏକ ଦୁରଦୃଷ୍ଟି, କ୍ୟାମେରା ଓ ତତ୍ସଂଲଗ୍ନ ଯନ୍ତ୍ରପାତି ବିଷୟରେ ଜ୍ଞାନ, ଲାଇଟ୍ ଓ ତାର କ୍ୱାଲିଟ୍ିକୁ ଠିକ୍ ବୁଝିବା ଏବଂ ଏକ ଷ୍ଟୋରି ତିଆରିବାରେ କଲର୍ ଓ ଡ଼ିଜାଇନ୍ର ଭୂମିକା - ଏ ସବୁ ବିଷୟରେ ଯେତେ ଗଭୀର ଜ୍ଞାନ ରହିବ ଗୋଟିଏ ସୁନ୍ଦର ଇମେଜ୍ ତିଆରି କରିବା ସେତେ ସହଜ ହେବ । ଏଇ ଅନ୍ଲାଇନ୍ ଫଟୋଗ୍ରାଫି କୋର୍ସ ଏଇ ମୌଳିକ ଆବଶ୍ୟକତା ବିଷୟରେ ଅବଗତ କରାଇ ଆପଣଙ୍କ ପାଇଁ ଫଟୋଗ୍ରାଫିର ଏକ ସୁଦୃଢ଼ ମୂଳଦୁଆ ତିଆରି କରିପାରିବ, ଯାହା ଆପଣଙ୍କୁ ଏକ ଚମକ୍ରାର ଫଟୋ ଉତ୍ତୋଳନ କରିବାରେ ସାହାଯ୍ୟ କରିବ । ଆପଣଙ୍କର ଆଗ୍ରହ ଥିବା କ୍ଷେତ୍ରରେ ଯଥା ଟ୍ରାଭେଲ୍ ଫଟୋଗ୍ରାଫି, ମଣିଷ ବା ପୋଟ୍ରେଟ୍ ଫଟୋଗ୍ରାଫି ଷ୍ଟ୍ରିଟ୍ ଫଟୋଗ୍ରାଫି, ୱାଇଲ୍ଡ ଲାଇଫ୍ ଫୋଟୋଗ୍ରାଫି - ସବୁ ବିଭାଗରେ ଏହା ସହାୟକ ହେବ ।

Enroll Now

WHAT YOU WILL LEARN

10 reasons that makes the LLA online course special ?

  1. ଇକ୍ବାଲ୍ ମହମ୍ମଦଙ୍କ ଦ୍ୱାରା ଡିଜାଇନ୍ : ଏହି ପ୍ରୋଗ୍ରାମ୍ ଜାତୀୟ ସ୍ତରରେ ପ୍ରତିଷ୍ଠିତ ପେଶାଦାର ଫଟୋଗ୍ରାଫର ଇକ୍ବାଲଙ୍କ ଦ୍ୱାରା ଡ଼ିଜାଇନ୍ କରାଯାଇଛି ଯିଏ ଲାଇଟ୍ ଆଣ୍ଡ ଲାଇଫ୍ ଏକାଡେମୀ ପରି ଅନୁଷ୍ଠାନ ପ୍ରତିଷ୍ଟା କରି ଦେଶର ଫଟୋଗ୍ରାଫି ଶିକ୍ଷା ଦିଗରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । ତାଙ୍କର ଫଟୋଗ୍ରାଫିରେ ଲମ୍ବା ଅନୁଭୂତି ଏଲ୍.ଏଲ୍.ଏ. ଅନ୍ଲାଇନ୍କୁ ଟେକ୍ନୋଲୋଜି କ୍ଷେତ୍ରରେ ଏକ ଗଭୀରତା ପ୍ରଦାନ କରେ ।
  2. ସୁସଂଗଠିତ ପ୍ରୋଗ୍ରାମ୍: ଏହା ଏକ ପ୍ରଣାଳୀବଦ୍ଧ, ସୁସଂଗଠିତ ପ୍ରୋଗ୍ରାମ ଯେଉଁଠି ଶିକ୍ଷାର୍ଥୀ ଜ୍ଞାନ ଆହରଣରେ ପାହାଚ ପରେ ପାହାଚ ବଢ଼ିଚାଲେ । ଏଲ୍.ଏଲ୍.ଏ. ଅନ୍ଲାଇନ୍ ପ୍ରତିଶୃତି ବଦ୍ଧ ଯେ ପ୍ରତ୍ୟେକ ଶିକ୍ଷାର୍ଥୀର ପ୍ରଗତି ଏମିତି ହେବ ଯେମିତି ସେ ଶେଷରେ ନିଜ ସୃଜନଶିଳତାକୁ ବ୍ୟକ୍ତ କରିବା ପାଇଁ ସମର୍ଥ ହୋଇପାରିବ ।
  3. ଏହି ପ୍ରୋଗ୍ରାମ୍ରେ ଶିକ୍ଷାର୍ଥୀକୁ ଥିଓରିରୁ ଆଗକୁ ଯାଇ ଆସାଇନ୍ମେଣ୍ଟ କରିବାକୁ ହୁଏ ଯେଉଁଠି ସେ ଏକ ନିର୍ଦ୍ଧିଷ୍ଟ ସମୟ ସୀମା ଭିତରେ ଜ୍ଞାନକୁ କାମରେ ଲଗାଇ ଫଟ ଉଠାଏ । ଏହାଦ୍ୱାରା ତା'ର ଫୋଟଗ୍ରାଫିର ଜଟିଳ ଜ୍ଞାନ ବିଷୟରେ ବ୍ୟବହାରିକ ଅଭିଜ୍ଞତା ଆସିଥାଏ ।
  4. ମେଣ୍ଟରଙ୍କ ମତାମତ: ଏହି ଅନୁଷ୍ଟାନର ପୂର୍ବଛାତ୍ରଙ୍କର ଗୋଟିଏ ଗୋଷ୍ଠି, ଯେଉଁମାନେ ଆଜି ଫଟୋଗ୍ରାଫି କ୍ଷେତ୍ରରେ ପ୍ରତିଷ୍ଠିତ, ଏଠାରେ ମେଣ୍ଟର ହିସାବରେ କାମ କରନ୍ତି । ଆପଣଙ୍କର ଆସାଇନ୍ମେଣ୍ଟରେ ସେମାନେ ତାଙ୍କର ମତାମତ ଦେଇ ଆପଣଙ୍କ କାର୍ଯ୍ୟରେ ଉନ୍ନତି ଆଣନ୍ତି । ମଜାର କଥା ଯେ ଆପଣ ଏକ ନୁହେଁ ଏକାଧିକ ମେଣ୍ଟରଙ୍କର ସହ ଅନୁବନ୍ଧିତ ହୋଇ ତାଙ୍କର ମତାମତର ସୁଯୋଗ ନେଇ ପାରିବେ ।
  5. ସହପାଠୀଙ୍କଦ୍ୱାରା ସମୀକ୍ଷା: ପ୍ରତ୍ୟେକ ଶିକ୍ଷାର୍ଥୀ ଅନ୍ୟ ସହଶିକ୍ଷାର୍ଥୀଙ୍କର କାର୍ଯ୍ୟର ସମିକ୍ଷା ପାଇଁ ମଞ୍ଚ ପାଇବେ । ଶିକ୍ଷାର ବେଶିଭାଗ ଏପରି ଏକ ମଞ୍ଚରେ ମତାମତର ଆଦାନ ପ୍ରଦାନ ଦ୍ୱାରା ସମ୍ଭବ ହେବ ଏବଂ ତାହା ଉତ୍ସାହକାରୀ ବି ହେବ ।
  1. ଏକାଧିକ ଭାଷା: ଇଂରାଜୀ ବ୍ୟତୀତ ନଅଟି ଆଞ୍ଚଳିକ ଭାଷାରେ ଉପଲବ୍ଧ ଏଇ କୋର୍ସ ଶିକ୍ଷାର୍ଥୀଙ୍କୁ ସେମାନଙ୍କର ସୁବିଧା ଲାଗୁଥିବା ଭାଷାରେ ଶିଖିବା ପାଇଁ ସୁଯୋଗ ଦେବ ।
  2. ଏଲ୍.ଏଲ୍.ଏ. ଦ୍ୱାରା ପ୍ରରୋଚିତ କଷ୍ଟସାଧ୍ୟ, ଗଭୀର ଜ୍ଞାନର ଶିକ୍ଷା: କ୍ଲାସ ରୁମ୍ରେ ଦୀର୍ଘ ସତର ବର୍ଷ ଫଟୋଗ୍ରାଫି ଶିକ୍ଷାଦାନ କଲାପରେ ଏଲ୍.ଏଲ୍.ଏ. ସେ ସମସ୍ତ ସୁବିଧା ଅନ୍ଲାଇନ୍ରେ ଦେବାକୁ ଯାଉଛି । "ଫଟୋଗ୍ରାଫି ସହ ସୃଜନଶିଳ ହୁଅନ୍ତୁ' - ଏହି ଧ୍ୟେୟକୁ ନେଇ ହୋଇଥିବା କୋର୍ସ ସହଜସାଧ୍ୟ ନୁହେଁ । ବର୍ଷ ବର୍ଷ ବ୍ୟାପି ଲମ୍ବା ଅନୁଭୂତିରେ ଆମେ ଜାଣିଛୁ ଜଣେ ଶିକ୍ଷାର୍ଥୀ ପ୍ରତ୍ୟେକ ସପ୍ତାହରେ ନିର୍ଦ୍ଧିଷ୍ଟ ସମୟ ନିୟମିତ ଭାବେ ଶିକ୍ଷାପାଇଁ ଦେଲେ ହିଁ ଶିକ୍ଷାରେ ଉନ୍ନତି କରିବା ସମ୍ଭବ ହୋଇଥାଏ ।
  3. ବିବିଧତାର ଅନୁଭୂତି : ପିଢି ପରେ ପିଢି ପେଶାଦାର ଫଟୋଗ୍ରାଫର୍ଙ୍କୁ ଶିକ୍ଷା ଦେବାର ଅନୁଭୂତି ଆମକୁ ଭିନ୍ନ ବର୍ଗରୁ ଆସୁଥିବା ଶିକ୍ଷାର୍ଥୀଙ୍କର ପ୍ରକୃତ ଆବଶ୍ୟକତାକୁ ବୁଝିବା ପାଇଁ ସାହାଯ୍ୟ କରେ ।
  4. ସମସ୍ତ ଆସାଇନ୍ମେଣ୍ଟକୁ: ସଫଳ ଭାବେ ସାରି କୋର୍ସର ଆବଶ୍ୟକତାକୁ ପୂରଣ କରିବା ପରେ ଆପଣଙ୍କର ସଫଳତା ପ୍ରାପ୍ତିର ପ୍ରମାଣ ସ୍ୱରୂପ ଆପଣଙ୍କୁ ଏକ ସାର୍ଟିଫିକେଟ୍ ପ୍ରଦାନ କରାଯିବ ।
  5. ଏଲ୍.ଏଲ୍.ଏ. ଅନ୍ଲାଇନ୍ କ୍ଲବର ସଦସ୍ୟତା ସଫଳଭାବେ କୋର୍ସ ସାରି ସାର୍ଟିଫିକେଟ୍ ହାସଲ କରିଥିôବା ସବୁ ଶିକ୍ଷାର୍ଥୀ ଏଲ୍.ଏଲ୍.ଏ. ଅନ୍ଲାଇନ୍ କ୍ଲବର ସଦସ୍ୟ ହେବେ । ଏହାଦ୍ୱାରା ଆପଣ ଏହି ଏଲ୍.ଏଲ୍.ଏ. ପରିବାର ସହ ସର୍ମ୍ପକରେ ରହି ନିୟମିତ ନୂଆ ଖବର ବିଷୟରେ ଅବଗତ ହେବେ ଏବଂ ନୂଆ କୋର୍ସ ବା ଭିଲଗ୍ (ଭି-ଲଗ୍) ସାହାଯ୍ୟରେ ନିଜ ଶିକ୍ଷାକୁ ଆହୁରି ବଢ଼େଇ ପାରିବେ ।

ପ୍ରୋଗ୍ରାମ ପାଇଁ ନିୟମାବଳୀ

ଆପଣ ଏଇ ପ୍ରୋଗ୍ରାମ୍ରେ ଯେ କୌଣସି ସମୟରେ ନାମ ଲେଖାଇପାରିବେ । ଆପଣ ନାମ ଲେଖାଇବାର ପରବର୍ତ୍ତୀ ପ୍ରଥମ ସୋମବାରଠାରୁ ଆପଣଙ୍କ ପ୍ରୋଗ୍ରାମ ଆରମ୍ଭ ହେବ । ନାମ ଲେଖାଇବା ପରେ ଆପଣଙ୍କୁ ଏକ ୟୁଜରନେମ୍ ଓ ପାସୱାର୍ଡ ଦିଆଯିବ । ଯାହା ବଳରେ ଆପଣ ଆପଣଙ୍କର ଏଲ୍.ଏଲ୍.ଏ. ଅନ୍ଲାଇନ୍ ଏକାଉଣ୍ଟ୍କୁ ପ୍ରବେଶ କରିବା ସଙ୍ଗେ ସଙ୍ଗେ ଆଲୋଚନା ଓ ମତାମତ ପାଇଁ ଅନ୍ୟ ଶିକ୍ଷାର୍ଥୀମାନଙ୍କୁ ନେଇ ଗଢ଼ାଯାଇଥିବା ଗ୍ରୁପ୍ରେ ସାମିଲ୍ ହୋଇପାରିବେ ।.

ଆପଣ ନାମ ଲେଖାଇବା ପରବର୍ତ୍ତୀ ପ୍ରଥମ ସୋମବାରରେ ଆପଣଙ୍କୁ ପ୍ରଥମ ସେସନ୍ ଉପଲବ୍ଧ ହେବ । ସେସନ୍ର ବିଷୟବସ୍ତୁ ଏକ ଭିଡ଼ିଓ ବା ପିଡିଏଫ୍ ବା ମଲ୍ଟିମିଡ଼ିଆ ପ୍ରେଜେଣ୍ଟେସନ୍ ମାଧ୍ୟମରେ ଦିଆଯାଇପାରେ । କୋର୍ସର ବିଷୟବସ୍ତୁ ଅନୁସାରେ ଆପଣଙ୍କୁ ଏକ ଆସାଇନ୍ମେଣ୍ଟ ଦିଆଯିବ । ଆସାଇନ୍ମେଣ୍ଟ ଅନୁସାରେ ଆପଣଙ୍କୁ କିଛି ଫଟ ଉଠାଇ ଆସନ୍ତା ରବିବାର ରାତି ୧୧.୫୯ ପୂର୍ବରୁ ସେଇ ଗ୍ରୁପ୍ ଫୋରମ୍ରେ ଅପଲୋଡ୍ କରିବାକୁ ହେବ ।

ଉଦାହରଣ ସ୍ୱରୂପ - ଯଦି ଆପଣ ୧୮ ସେପ୍ଟେମ୍ବର ସୋମବାରଦଦିନ ଆପଣଙ୍କର କୋର୍ସ ଆରମ୍ଭ କଲେ ଆପଣଙ୍କର ଆସାଇନ୍ମେଣ୍ଟ ଫଟୋ ୨୩ ସେପ୍ଟେମ୍ବର ରାତି ୧୧.୫୯ ପୂର୍ବରୁ ଫୋରମ୍ରେ ଅପଲୋଡ୍ ହୋଇଯିବା ଦରକାର ।

ମୁଖ୍ୟ ସୂଚନା - ଆପଣ ଗୋଟିଏ ଆସାଇନ୍ମେଣ୍ଟ ପାଇଁ ଗୋଟିଏ ହିଁ ଫଟ ଅପଲୋଡ୍ କରିପାରିବେ । ତେଣୁ ଆପଣ ନେଇଥିବା ଫଟମାନଙ୍କ ଭିତରୁ ସବୁଠାରୁ ଭଲ ଫଟଟି ବାଛି ଅପଲୋଡ୍ କରିବେ ।

ଫୋରମ୍ କେମିତି କାମ କରେ

୧) ପ୍ରତ୍ୟେକ ଆସାଇନ୍ମେଣ୍ଟ ପାଇଁ ନିଆଯାଇଥିôବା ଫଟ ପରବର୍ତ୍ତୀ ରବିବାର ମଧ୍ୟରାତ୍ରି ପୂର୍ବରୁ ଆପଣଙ୍କୁ ଅପଲୋଡ୍ କରିବାପାଇଁ ହେବ ।
୨) ଆପଣ ଅନ୍ୟ ଶିକ୍ଷାର୍ଥୀଙ୍କର ଅପଲୋଡ୍ ହୋଇଥିବା ଫଟ ବି ଫୋରମ୍ରେ ଦେଖିପାରିବେ ।
୩) ଆପଣ ଅନ୍ୟମାନଙ୍କ ଫଟକୁ ୧ ରୁ ୫ ଷ୍ଟାର ଦେଇ ତା'ର ମୂଲ୍ୟାଙ୍କନ କରିପାରିବେ (୫ ହେଉଛି ସବୁଠୁ ଭଲ)
୪) ଆପଣ ଫୋରମ୍ର ଯେ କୌଣସି ଫଟ ଉପରେ ନିଜର ମତାମତ ମଧ୍ୟ ରଖିପାରିବେ ।
୫) ଆପଣ ଫୋରମ୍ରେ ଅନ୍ୟ ଶିକ୍ଷାର୍ଥୀଙ୍କ ପାଇଁ ବା ଏଲ୍.ଏଲ୍.ଏ. ଅନ୍ଲାଇନ୍ ଟିମ୍ ପାଇଁ କିଛି ପ୍ରଶ୍ନ ବି ପଚାରିପାରିବେ ।
୬) ଆପଣ ଗୋଟିଏ ଫଟ ଅପଲୋଡ୍ କଲାପରେ ଚାହିଁଲେ ଶେଷ ସମୟ ସୀମା ପୂର୍ବରୁ ଆଉ ଏକ ଫଟ ଉଠାଇ ପ୍ରଥମ ଫଟ ବଦଳରେ ତାହାକୁ ଅପଲୋଡ୍ କରିପାରିବେ ।
୭) ମେଣ୍ଟରମାନେ ଆପଣଙ୍କର ପ୍ରଶ୍ନର ଉତ୍ତର ଦେବେ ଓ ଗ୍ରୁପ୍କୁ ସେମାନଙ୍କର ମତାମତ ଦେବେ ।
୮) ଆପଣଙ୍କର ଫଟକୁ ଗ୍ରେଡ୍ ଦିଆଯିବ ଓ ପରବର୍ତ୍ତୀ ବୁଧବାର ସୁଦ୍ଧା ଫୋରମ୍ରେ ପୋଷ୍ଟ କରାଯିବ ।

ମୁଖ୍ୟ ସୂଚନା
କୋର୍ସର ସବୁ ବିଷୟବସ୍ତୁ ଇଂରାଜି ଓ ନଅଟି ଆଞ୍ଚଳିକ ଭାଷାରେ ଦିଆଯିବ । କିନ୍ତୁ ଫୋରମ୍ରେ ମତାମତ, ପ୍ରଶ୍ନ ବା ଆଲୋଚନା କେବଳ ଇଂରାଜୀରେ ହିଁ ହେବ ।

ମେଣ୍ଟରଙ୍କର ମତାମତ ବିଷୟରେ କିଛି କଥା

ଗ୍ରୁପ୍ର ସମସ୍ତ ସଦସ୍ୟମାନଙ୍କ ଦ୍ୱାରା ପୋଷ୍ଟ ହୋଇଥିôବା ଇମେଜ୍/ଫଟକୁ ମେଣ୍ଟରମାନେ ରିୁଭ୍ୟୁ କରିବେ । ସେମାନେ ସେଇ ଗ୍ରୁପ୍ ପାଇଁ ଯାହା ସାଧାରଣ ବିଷୟ ଥାଏ ତା' ବିଷୟରେ ନିଜର ମତାମତ ରଖିବେ । ଏହା ସହ କୋର୍ସର ସମ୍ବନ୍ଧିତ ଫୋରମ୍ରେ ଯାହା ପ୍ରଶ୍ନ ଆସିବ ତା'ର ଉତ୍ତର ମଧ୍ୟ ଦେବେ ।

ମେଣ୍ଟରମାନେ ଇମେଜ୍ର ମୂଲ୍ୟାୟନ କରିବା ପରେ ତାଙ୍କର ମତାମତ ଫୋରମ୍ରେ ସ୍ଥାନ ପାଇବ । ଗ୍ରୁପ୍ର ପ୍ରତ୍ୟେକ ସଦସ୍ୟ ଅନ୍ୟ ସଦସ୍ୟମାନଙ୍କର ଆସାଇନ୍ମେଣ୍ଟ କାର୍ଯ୍ୟକୁ ଦେଖିପାରିବେ । ଆମ ଶିକ୍ଷାଦାନ ପ୍ରଣାଳୀର ଅନ୍ୟତମ ସିଦ୍ଧାନ୍ତ ହେଲା ଗ୍ରୁପ୍ର ଅନ୍ୟ ଶିକ୍ଷାର୍ଥୀଙ୍କର କାର୍ଯ୍ୟରୁ ବି ଶିକ୍ଷାଲାଭ କରିବା । ଏହା ବ୍ୟକ୍ତିଗତ ଓ ଗ୍ରୁପ୍ ସ୍ତରରେ ମଧ୍ୟ ଶିକ୍ଷାର ମାନରେ ଉନ୍ନତି ଆଣିଥାଏ । ମେଣ୍ଟରଙ୍କର ମୂଲ୍ୟାୟନ ପରେ ନିମ୍ନଲିଖିତ ସମ୍ଭାବନା ମଧ୍ୟରୁ କୌଣସି ଏକ କଥା ହୋଇପାରେ ।

। ମେଣ୍ଟରଙ୍କର ମୂଲ୍ୟାୟନ ପରେ ନିମ୍ନଲିଖିତ ସମ୍ଭାବନା ମଧ୍ୟରୁ କୌଣସି ଏକ କଥା ହୋଇପାରେ ।

କ) ସବୁ ଅନୁମୋଦିତ ଇମେଜ୍ମାନଙ୍କୁ ଗ୍ରେଡ୍ ସହିତ ପାସ୍ ମାର୍କ ଦିଆଯିବ ଯଥା ଗ୍ରେଡ୍ -ଏ, ବି ବା ସି (ଏ ହେଲା ସବୁଠୁ ଭଲ)

Or

ଖ) ଆପଣଙ୍କ ଅପଲୋଡ୍ କରିଥିବା ଇମେଜ୍ ମେଣ୍ଟରଙ୍କ ଦ୍ୱାରା ଅନୁମୋଦିତ ନ ହୋଇପାରେ ଯଦି ଆପଣ ସର୍ବନିମ୍ନ ପାସ୍ ଗ୍ରେଡ୍ "ସି' ନ ପାଆନ୍ତି । ସେଇଆ ହେଲେ ଆପଣଙ୍କୁ ଆର୍.ଏସ୍. ବା ରିସୁଟ (ପୁଣି ଥରେ ସୁଟ୍ କରନ୍ତୁ) ମାର୍କ କରାଯିବ । ମେଣ୍ଟର "ରି ସୁଟ୍'ର କାରଣ ବି ବତାଇବେ ଯା'ଫଳରେ ଆପଣ ତା' ପର ଥର ଠିକ୍ ଇମେଜ୍ ଆଣିପାରିବେ । ଏହି କ୍ଷେତ୍ରରେ ଆପଣ ଗଲା ସପ୍ତାହ ପାଇଁ ପୁଣି ସୁଟ୍ କରି ଇମେଜ୍ ଅପ୍ଲୋଡ୍ କରିବା ସହ ଚଳନ୍ତି ସପ୍ତାହ ପାଇଁ ମଧ୍ୟ ନିୟମିତ ଭାବେ ଇମେଜ୍ ଅପଲୋଡ୍ କରିବେ ।
ମନେରଖନ୍ତୁ - ଗୋଟିଏ ଥର ହିଁ "ରି ସୁଟ୍' ସୁଯୋଗ ଦିଆଯିବ । ଦ୍ୱିତୀୟ ଉଦ୍ୟମରେ ମଧ୍ୟ ଯଦି ଆପଣ ସଫଳ ନ ହୁଅନ୍ତି ଆପଣଙ୍କୁ ଗ୍ରୁପ୍, ଫୋରମ୍ର ଓ ଅନ୍ଲାଇନ୍ ପ୍ର୍ରୋଗ୍ରାମ୍ର ସବୁ ସୁବିଧା ଉପଲବ୍ଧ ହେବ କିନ୍ତୁ ଆପଣ ଏଲ୍.ଏଲ୍.ଏ. ଅନ୍ଲାଇନ୍ ସାର୍ଟିଫିକେଟ୍ ହାସଲ କରିପାରିବେ ନାହିଁ ।

Or

ଯଦି କୌଣସି କାରଣରୁ ଆପଣ ନିଦ୍ଧିଷ୍ଟ ସମୟ ଭିତରେ ଆସାଇନ୍ମେଣ୍ଟ ଇମେଜ ନ ଦେଇପାରିଲେ ଆପଣ ନ ଦେଇ ପାରିବାର ଯଥାର୍ଥ କାରଣ ସହ ସମୟ ସୀମା ବଢ଼ାଇବା ପାଇଁ ଅନୁରୋଧ କରି ପାରିବେ । ଏହି ଅନୁରୋଧ ଅନୁଷ୍ଠାନର ପ୍ରଶାସନଙ୍କ ପାଖକୁ ଯିବ ଯେ କାରଣ ଅନୁଧ୍ୟାନ କରି ସମୟସୀମା ବଢ଼େଇବାର ନିଷ୍ପତ୍ତି ଆପଣଙ୍କୁ ଜଣାଇବା ସହ ଏହି କୋର୍ସ କେମିତି ଚାଲୁ ରଖିବାକୁ ହେବ ସେ ବିଷୟରେ ଉପଦେଶ ଦେବେ ।

ପ୍ରତ୍ୟେକ ସେସନ୍ ପାସ୍ କରିପାରିଲେ ହିଁ କୋର୍ସ ଶେଷରେ ଆପଣଙ୍କୁ ସାର୍ଟିଫିକେଟ୍ ଦିଆଯିବ ।

PARTICIPANT’S GALLERY

TESTIMONIALS

INTERESTING FACTS

Icon
OVER 500 IMAGES CONTRIBUTED BY 90 PROFESSIONAL PHOTOGRAPHERS
Icon
198 PROFESSIONALS WORKED ON THE PROJECT
Icon
THREE YEARS
IN THE MAKING
Icon
BUILT ON 17 YEARS
OF PROFESSIONAL PHOTOGRAPHY EDUCATION

Learn Photography in Indian Languages

Get Creative with Photography is the first of its kind online photography course with a structured learning programme, developed in India, for photography enthusiasts across the world. Learn photography in Indian Languages ( Bengali, Gujarati, Hindi, Kannada, Malayalam, Marathi, Oriya, Tamil and Telugu) + English.

More Information

Enroll Now