ଆମ ବିସୟରେ

ଏଲ୍.ଏଲ୍.ଏ. ଅନ୍ଲାଇନ୍ ଏପରି ଏକ ପ୍ଲାଟଫର୍ମ ଯେଉଁଠି ଫଟୋଗ୍ରାଫି ଛାତ୍ରଟିଏ ସୁସଂଗଠିତ ଶିକ୍ଷଣ ମାଧ୍ୟମରେ ନିଜର ସୃଜନଶିଳତାକୁ ପ୍ରତ୍ୟକ୍ଷ କରିପାରିବ । ପ୍ରତ୍ୟେକ କୋର୍ସକୁ କ୍ରମାନୁବର୍ତ୍ତୀ ମଡ୍ୟୁଲ୍ ମାଧ୍ୟମରେ ପରିବେଷଣ କରାଯାଏ ଯେମିତିକି ପରବର୍ତ୍ତୀ ମଡ୍ୟୁଲ୍କୁ ଯିବାପୂର୍ବରୁ ଜଣେ ପୂର୍ବବର୍ତ୍ତୀ ମୁଡ୍ୟୁଲ୍କୁ ଠିକ୍ଭାବେ ବୁଝିସାରିଥିବ |

ମଡ୍ୟୁଲ୍ଟି ପ୍ରଥମେ ଗୋଟିଏ ଭିଡ଼ିଓ ଲେସନ୍ ମାଧ୍ୟମରେ ପରିବେଷଣ ହୁଏ ଏବଂ ତା'ପରେ ଛାତ୍ରଟିକୁ ସେହି ସମ୍ପର୍କିତ ଆସାଇନ୍ମେଣ୍ଟ ଦିଆଯାଏ ଯେମିତିକି ସେ ତା'ର ଲେସନ୍ ମାଧ୍ୟମରେ ପାଇଥିବା ଜ୍ଞାନକୁ କାମରେ ଲଗାଇବାର ଅନୁଭୁତି ହାସଲ କରିପାରିବ । ଏଲ୍.ଏଲ୍.ଏ. ଅନ୍ଲାଇନ୍ର ମେଣ୍ଟରମାନେ ସମସ୍ତେ ଏହି ଅନୁଷ୍ଠାନର ପୂର୍ବତନ ଛାତ୍ର ଏବଂ ଫଟୋଗ୍ରାଫି କ୍ଷେତ୍ରରେ ସୁପ୍ରତିଷ୍ଠିତ । ସେମାନେ ସମସ୍ତେ ଏହି ପ୍ରୋଗ୍ରାମ୍ର ଷ୍ଟକ୍ଚର୍ ଓ ସମୟସୀମା ବିଷୟରେ ଭଲଭାବରେ ପରିଚିତ ତେଣୁ ଛାତ୍ରଙ୍କର ଆସାଇନ୍ମେଣ୍ଟ ଉପରେ ନିଜର ଗଠନମୂଳକ ମତାମତ ରଖି ସେମାନଙ୍କୁ ଫଟୋଗ୍ରାଫିର ମାନବୃଦ୍ଧିରେ ସାହାଯ୍ୟ କରିବେ । ଛାତ୍ରମାନଙ୍କର ଶିକ୍ଷା ଓ ସୃଜନଶିଳତାକୁ ଉଚ୍ଚ ସ୍ତରରେ ରଖିବାପାଇଁ ଏହା କରାଯାଇଛି ।

ପ୍ରତ୍ୟେକ କୋର୍ସ ଆସାଇନ୍ମେଣ୍ଟ ଉପରେ ଆଧାରିତ ଯାହା ସନ୍ତୋଷଜନକ ଭାବେ କରିବା ପରେ ହିଁ ଛାତ୍ରଟି ପରବର୍ତ୍ତୀ କୋର୍ସକୁ ଯାଇପାରିବ । ଏହାଦ୍ୱାରା ଫଟୋଗ୍ରାଫିକୁ ବୁଝିବା ଓ କାମରେ ଲଗାଇବା ନିର୍ଭୁଲ ଓ ସ୍ଥାୟୀ ହୋଇପାରିବ ।

ଏହି ପ୍ରୋଗ୍ରାମଟି ଇଂରାଜୀ ସହିତ ଆଉ ନଅଟି ଆଞ୍ଚଳିକ ଭାଷାରେ ଉପଲବ୍ଧ ଅଛି ଯଥା- ବଙ୍ଗଳା, ଗୁଜରାଟୀ, ହିନ୍ଦୀ, କନ୍ନଡ଼, ମଲୟାଲମ୍, ମରାଠୀ, ଓଡ଼ିଆ, ତାମିଲ ଓ ତେଲୁଗୁ ।

ଏଲ୍.ଏଲ୍.ଏ. ଅନ୍ଲାଇନ୍ର ପ୍ରାକ୍କଥା

ବୃକସ୍ ଇନ୍ଷ୍ଟିଚ୍ୟୁଟ୍ କାଲିଫର୍ଣ୍ଣିଆରେ ଫଟୋଗ୍ରାଫିରେ ଡ୍ରିଗୀ ହାସଲ କରି ହଲିଉଡ୍ ଓ ଆଉ କେତେକ ନାମଜାଦା ସଂସ୍ଥାରେ ପେଶାଦାର ଫଟୋଗ୍ରାଫର ଭାବେ କାମ କରିବା ପରେ ଇକ୍ବାଲ୍ ମହମ୍ମଦ ଅନୁଭବ କଲେ ଯେ ସେ କେତେ ଭାଗ୍ୟବାନ ଯେ ଏପରି ଅନୁଷ୍ଠାନରେ ଶିକ୍ଷାଲାଭ କରିବାର ସୁଯୋଗ ପାଇପାରିଲେ । ତା'ପରେ ଇକବାଲ୍ ମୁମ୍ବାଇ ଓ ବାଙ୍ଗାଲୋରର ବିଜ୍ଞାପନ ଦୁନିଆରେ ନିଜର ଉନ୍ନତ ମାନର କଳାତ୍ମକ କାର୍ଯ୍ୟ ମାଧ୍ୟମରେ ନିଜର ଅଲିଭା ଛାପ ଛାଡ଼ିଲେ ଓ ତତ୍ ସହିତ ଜାତୀୟ ଓ ଆନ୍ତର୍ଜାତୀୟ କ୍ଷେତ୍ରରେ ଅନେକ ସୁନାମ ଅର୍ଜନ କଲେ । ପ୍ରାୟ ପ୍ରତିଦିନ ଆଶାୟୀ ଫଟୋଗ୍ରାଫରମାନେ ଇକ୍ବାଲ୍ଙ୍କର ଷ୍ଟୁଡ଼ିଓକୁ ଆସନ୍ତି ତାଙ୍କଠାରୁ ଫଟୋଗ୍ରାଫିର ଜ୍ଞାନ କୌଶଳ ଶିଖିବା ପାଇଁ, ସେମାନଙ୍କର ଶିଖିବାର ଫଳାଫଳ ଓ ତାଙ୍କର ଉନ୍ନତି ଦେଖି ଶ୍ରୀ ଇକ୍ବାଲ୍, ଅନୁଭବ କଲେ ଯେ ଗୋଟିଏ ପେଶାଦାର ଫଟୋଗ୍ରାଫି ଶିକ୍ଷା ଅନୁଷ୍ଠାନର ନିତାନ୍ତ ଆବଶ୍ୟକତା ଅଛି । ଶ୍ରୀମତୀ ଅନୁରାଧା ଇକ୍ବାଲଙ୍କର ସକ୍ରିୟ ସହଯୋଗରେ ସଂପୁର୍ଣ୍ଣ ଆନୁସଂଗିକ ସୁବିଧା ଥାଇ ଦେଶର ଏକ ପୁର୍ଣ୍ଣାଙ୍ଗ ପେଶାଦାର ଫଟୋଗ୍ରାଫି ଅନୁଷ୍ଠାନ ଲାଇଫ୍ ଆଣ୍ଡ ଲାଇଟ୍ ଏକାଡେମୀ ୨୦୦୧ ମସିହାରେ ସ୍ଥାପିତ ହେଲା ।

ବିଗତ ୧୭ ବର୍ଷ ଭିତରେ ଲାଇଟ୍ ଆଣ୍ଡ୍ ଲାଇଫ୍ ଏକାଡେମୀ ଦେଶର ପେଶାଦାର ଫଟୋଗ୍ରାଫର ମାନଙ୍କର ପ୍ରତିଭା ସମୁହକୁ ଯଥେଷ୍ଟ ଭାବରେ ସମୃଦ୍ଧ କରିଛି, ଯେଉଁମାନେ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଫଟୋଗ୍ରାଫି କ୍ଷେତ୍ରରେ ନିଜର ସ୍ୱତନ୍ତ୍ର ପରିଚୟ ହାସଲ କରିପାରି ବିଭିନ୍ନ ପୁରସ୍କାର ଓ ସମ୍ମାନର ଅଧିକାରୀ ହୋଇପାରିଛନ୍ତି । ଏଇ ୱେବ୍ସାଇଟ୍କୁ ଯାଆନ୍ତୁ ।

ଜାନ୍ତୁ www.llacademy.org ଏବଂ   www.iqbalmohamed.com

ଇକ୍ବାଲ୍ ମହମ୍ମଦ ଓ ଶ୍ରୀମତୀ ଅନୁରାଧା ଇକ୍ବାଲଙ୍କର ଏହା ଏକ ସ୍ୱପ୍ନଥିଲା ଯେ ସେମାନେ ପୁରା ଦେଶରେ ଅଧିକରୁ ଅଧିକ ଆଶାୟୀ ଫଟୋଗ୍ରାଫରଙ୍କ ପାଖରେ ପହଞ୍ôଚବେ । ଏଇ ଦିଗରେ ପ୍ରଥମ ପଦକ୍ଷେପ ସ୍ୱରୂପ "ପୋଟ୍ରେଟ୍ ଆଣ୍ଡ ଫଙ୍କସନ୍ ଫଟୋଗ୍ରାଫି'ର ପୁସ୍ତକର ପ୍ରକାଶନ ଯାହା ଇଂରାଜୀ ବ୍ୟତୀତ ଆଠଟି ଆଞ୍ଚଳିକ ଭାଷାରେ ମଧ୍ୟ ପ୍ରକାଶିତ ହୋଇଛି । ଏହି ବହିଟିର ପାଠକୀୟ ଆଦୃତି ସହ ଆସିଲା ଏହିପରି ଆଉରି କିଛି ପଦକ୍ଷେପ ନେବା ପାଇଁ ଯୋଜନା ।

ଲାଇଟ୍ ଆଣ୍ଡ୍ ଲାଇଫ୍ ଏକାଡେମୀ ରେ ଫଟୋଗ୍ରାଫି ଶିକ୍ଷାଦାନର ସମୃଦ୍ଧ ଅନୁଭୁତି ପରେ ସେମାନେ ଭାବିଲେ ବର୍ତ୍ତମାନ ଅଧିକରୁ ଅଧିକ ଆଶାୟୀ ଫଟୋଗ୍ରାଫର ଶିକ୍ଷାର୍ଥୀଙ୍କ ସହ ଉଚ୍ଚମାନର ଫଟୋଗ୍ରାଫି ଶିକ୍ଷାଦାନ କରିବାର ପ୍ରକୃଷ୍ଟ ସମୟ ଆସିଯାଇଛି ।

ଏଲ୍.ଏଲ୍.ଏ. ଅନ୍ଲାଇନ୍ରେ ଯୋଗ ଦିଅନ୍ତୁ । ଫଟୋଗ୍ରାଫି ବିଷୟରେ ବିଲ୍କୁଲ୍ ଜାଣିନଥିବା ଶିକ୍ଷାର୍ଥୀଙ୍କ ପାଇଁ ସେମାନେ ବୁଝିପାରୁଥିବା ଢଙ୍ଗରେ, ସେମାନଙ୍କର ସୃଜନଶିଳ ପ୍ରକାଶକୁ ସହଜ କରିଦେବା ପାଇଁ ଏହା ଏକ ହୃଦୟ ନିଃସୃତ ପଦକ୍ଷେପ । ଏହି ପ୍ର୍ରୋଗ୍ରାମ୍ ଇକ୍ବାଲଙ୍କ ଦ୍ୱାରା ଡ଼ିଜାଇନ୍ କରାଯାଇଛି । ଯିଏ ନିଜେ ଜଣେ ନିଖୁଣତା ପ୍ରୟାସୀ ବ୍ୟକ୍ତି ଓ ଫଟୋଗ୍ରାଫି ସମ୍ବନ୍ଧୀୟ ପ୍ରତ୍ୟେକ ବିଷୟ ପ୍ରତି ଯାହାଙ୍କର ପ୍ରବଳ ଆବେଗ ରହିଛି ।

ଏଲ୍.ଏଲ୍.ଏ. ଅନ୍ଲାଇନ୍ ପ୍ରୋଗ୍ରାମ୍ର ସ୍ୱାତନ୍ତ୍ର୍ୟ କ'ଣ? ତାହା ହେଉଛି ଏହାର ପୂର୍ବ ଛାତ୍ରମାନଙ୍କର ଉତ୍ସାହପୂର୍ଣ୍ଣ ଅବଦାନ ଯେ କେବଳ ପ୍ରୋଗ୍ରାମ୍ ବନେଇବାରେ ସାହାଯ୍ୟ କରିନାହାନ୍ତି ବରଂ ସେମାନଙ୍କର ନିଜସ୍ୱ ସମୃଦ୍ଧ ଅନୁଭୁତିକୁ ନେଇ ଶିକ୍ଷାର୍ଥୀ ମାନଙ୍କୁ ସୃଜନଶୀଳ ଦିଗ୍ଦର୍ଶନ ଦେବାପାଇଁ ସମ୍ମତି ପ୍ରଦାନ କରିଛନ୍ତି ।
ଶିକ୍ଷାର୍ଥୀମାନଙ୍କର ସୃଜନଶିଳତାକୁ ଆବିଷ୍କାର କରି ତାକୁ ପ୍ରୋତ୍ସାହନ ଦେବା ଓ ପ୍ରଦର୍ଶିତ କରିବାପାଇଁ ଉପଯୁକ୍ତ ବାତାବରଣ ସୃଷ୍ଟିକରିବା ହେଉଛି ଲାଇଟ୍ ଆଣ୍ଡ ଲାଇଫ୍ ଏକାଡେମୀର ଧ୍ୟେୟ ।

ଲାଇଟ୍ ଆଣ୍ଡ ଲାଇଫ୍ ଏକାଡେମୀର ପେଶାଦାର ଫଟୋଗ୍ରାଫି ପ୍ରୋଗ୍ରାମ ଓ ଆଠଟି ଆଞ୍ଚଳିକ ଭାଷାରେ ପ୍ରକାଶିତ ହୋଇଥିବା ଭାରତର ପ୍ରଥମ ଫଟୋଗ୍ରାଫି ପୁସ୍ତକ "ପୋଟ୍ରେଟ୍ ଆଣ୍ଡ ଫଙ୍କସନ୍ ଫଟୋଗ୍ରାଫି' ଏ ଦିଗରେ ଏକ ଅଗ୍ରଗଣ୍ୟ ପଦକ୍ଷେପ ।

ଇକ୍ବାଲ୍ ମହମ୍ମଦ

ଇକ୍ବାଲ୍ ମହମ୍ମଦ

www.iqbalmohamed.com

ଇକ୍ବାଲ୍ ମହମ୍ମଦ ବିଜ୍ଞାପନ ଫଟୋଗ୍ରାଫି କ୍ଷେତ୍ରରେ ଜଣେ ଆଗଧାଡ଼ିର ଫଟୋଗ୍ରାଫର । ବୃକ୍ସ ଇନ୍ଷ୍ଟିଚ୍ୟୁଟ୍, କାଲିଫର୍ଣ୍ଣିଆର ପୂର୍ବତନ ଛାତ୍ର ଶ୍ରୀ ଇକ୍ବାଲ୍ ଲୟେଲ୍ା କଲେଜ, ଚେନାଇରୁ ଇତିହାସ ଓ ରାଜନୀତି ବିଜ୍ଞାନରେ ସ୍ନାତକ ଉପାଧୀ ହାସଲ କରିବା ସହ ଚେନାଇ ବିଶ୍ୱବିଦ୍ୟାଳୟରୁ ଏମ୍.ବି.ଏ. ଉପାଧି ମଧ୍ୟ ପାଇଛନ୍ତି । ତାଙ୍କର ଦୀର୍ଘ ଫଟୋଗ୍ରାଫି ଯାତ୍ରାରେ ସେ ଫୋର୍ଡ, ଟୟେଟା, ଫିଆଟ, ତାଜ୍ ଗ୍ରୁପ୍ ଅଫ୍ ହୋଟେଲସ୍, କଲର ପ୍ଳସ, ପଣ୍ଡସ୍, ଟିଭିଏସ୍, ଟାଇମେକ୍ସ, ରିବୋକ, ଜି.ଇ., ବିପିଏଲ୍, କୋକାକୋଲା, ଅଶୋକ ଲି ଲାଣ୍ଡ୍, କାଇରନ୍ ଇଣ୍ଡିଆ, ତାମିଲ୍ନାଡୁ ଟ୍ୟୁରିଜିମ୍ ପରି ଜାତୀୟ ଓ ଆନ୍ତର୍ଜାତୀୟ ବ୍ରାଣ୍ଡ୍ର ଫଟୋଗ୍ରାଫି କ୍ୟାମ୍ପେନ୍ରେ ଫଟ ନେଇଛନ୍ତି ସେ ଭାରତ ସରକାର ଓ ଅନେକ ଏନ୍.ଜି.ଓ.ଙ୍କ ସହ ସାମାଜିକ ସଚେତନତା କାର୍ଯ୍ୟକ୍ରମରେ ମଧ୍ୟ କାର୍ଯ୍ୟ କରିଛନ୍ତି ।

ତାଙ୍କର ଲିଖିତ "ପୋଟ୍ରେଟ୍ ଆଣ୍ଡ୍ ଫଙ୍କସନ୍ ଫଟୋଗ୍ରାଫି' ବହିଟି, ଯାହା ଇଂରାଜୀ ବ୍ୟତୀତ ଆଠଟି ଭାରତୀୟ ଭାଷାରେ ପ୍ରକାଶିତ ହୋଇଛି, ଫଟୋଗ୍ରାଫି ଶିକ୍ଷା କ୍ଷେତ୍ରରେ ଏକ ପ୍ରଥମ ଉଦ୍ୟମ ରୂପେ ଗଣାଯାଏ । ତାଞ୍ଜାଭୁର୍ ମନ୍ଦିରର ୧୦୦୦ ବର୍ଷ ପୁର୍ତ୍ତି ଉପଲକ୍ଷେ ତାଙ୍କର ଲିଖିତ ପୁସ୍ତକ "ଭାଇବ୍ରାଣ୍ଟ ଆଟ୍ ୧୦୦୦' ବହୁତ ପାଠକୀୟ ଆଦୃତି ଲାଭ କରିଛି । ତାଙ୍କର ଅନ୍ୟାନ୍ୟ କାର୍ଯ୍ୟକୃତି ଭିତରେ ୟୁନିସ୍କୋ ୱାଲ୍ଡ ହେରିଟେଜ୍, "ଦି ନୀଳଗିରି ମାଉଣ୍ଟେନ୍ ରେଲ୍ୱେ' ଏବଂ ଉପର ଲିଖିତ "ଦି କୋଲା ଆର୍ଚିଟେକ୍ଚର୍' ନାମରେ ଦୁଇଟି କଫିଟେବୁଲ୍ ଫଟୋଗ୍ରାଫ ପୁସ୍ତକ ଉଲ୍ଳେଖ ଯୋଗ୍ୟ । ଫଟୋଗ୍ରାଫି ଦୁନିଆରେ ଇକ୍ବାଲଙ୍କର ଉଲ୍ଲେଖନୀୟ କୃତି ତାଙ୍କୁ ସମ୍ମାନ ଓ ଜନପ୍ରିୟତା ମାଧ୍ୟମରେ ବହୁତ ପ୍ରସିଦ୍ଧି ଆଣି ଦେଇଛି । ତାଙ୍କର ଜୀବନର ଏକ ଲକ୍ଷ୍ୟ ହେଲା ଯେ ଫଟୋଗ୍ରାଫିକୁ ପ୍ରକାଶ ଓ ସୃଜନଶିଳତାର ଏକ ମାଧ୍ୟମ ରୂପେ ବ୍ୟବହାର କରିବାପାଇଁ ଅଧିକରୁ ଅଧିକ ଲୋକଙ୍କୁ ପ୍ରରୋଚିତ କରିବା ।

ଅନୁାରାଧା ଇକ୍ବାଲ

ଅନୁାରାଧା ଇକ୍ବାଲ

ଶ୍ରୀଯୁକ୍ତ ଇକ୍ବାଲ୍ ଏଲ୍.ଏଲ୍.ଏ.ର ସୃଜନ ଶକ୍ତିର ମୂଳ ଉତ୍ସ ହୋଇଥିବା ବେଳେ ଶ୍ରୀମତୀ ଅନୁରାଧା ଇକ୍ବାଲା ଏହାର ଯୋଜନା ଓ କାର୍ଯ୍ୟାନ୍ୱୟନର ମୁଖ୍ୟ ଭାବେ କାମ କରନ୍ତି । ମାର୍କେଟିଂ ଓ ବିଜ୍ଞାପନ ବୃତ୍ତିରେ ଏକ ଦଶନ୍ଧିରୁ ଅଧିକ ଅନୁଭୂତି ସମ୍ପର୍ଣ୍ଣା ଅନୁରାଧା ଅନେକ ରାଷ୍ଟ୍ରୀୟ ଓ ବହୁରାଷ୍ଟ୍ରୀୟ କମ୍ପାନିପାଇଁ ବିଜ୍ଞାପନର ଖସଡ଼ା ତିଆରି କରିଛନ୍ତି । ଲାଇଟ୍ ଆଣ୍ଡ୍ ଲାଇଫ୍ ଏକାଡେମୀର ସେ ସହପ୍ରତିଷ୍ଠାତ୍ରି । ସେ ମୁମ୍ବାଇ ବିଶ୍ୱବିଦ୍ୟାଳୟରୁ ବାଣିଜ୍ୟରେ ସ୍ନାତକ ଓ ଅର୍ଥନୀତିରେ ସ୍ନାତକୋତ୍ତର ଉପାଧି ହାସଲ କରିଛନ୍ତି । ସେ ଆଡ୍ଭର୍ଟାଇଜିଙ୍ଗ୍ ଆଣ୍ଡ ମାର୍କେଟିଙ୍ଗ୍ ରେ ଡିପ୍ଲୋମା ହାସଲ କରି ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଅନେକ ମ୍ୟାନେଜ୍ମେଣ୍ଟ ଟେନିଙ୍ଗ୍ ପ୍ରୋଗ୍ରାମ୍ରେ ଭାଗ ନେଇଛନ୍ତି । ପରିବେଶ ସଂରକ୍ଷଣ ଦିଗରେ ସାମାଜିକ ସଚେତନତା ସୃଷ୍ଟି କରିବାରେ ସେ ଖୁବ୍ ଉତ୍ସାହୀ ଓ ସକ୍ରିୟ । ତାଙ୍କର ସ୍ୱପ୍ନ ଯେ ସେ କଳା ମାଧ୍ୟମରେ ଛୋଟ ପିଲାଙ୍କ ପାଖରେ ପହଞ୍ôଚବେ ଓ ସେମାନଙ୍କୁ ଜୀବନକୁ ଉନ୍ନତ କରିବେ ।

ପ୍ରହଲାଦ ମୁରଲିଧରନ୍

ପ୍ରହଲାଦ ମୁରଲିଧରନ୍

ଲୋକମାନେ କ'ଣ ଓ କେମିତି ଭାବନ୍ତି, ଏକ ନିର୍ଦ୍ଧିଷ୍ଟ ପ୍ରକାରର ବ୍ୟବହାର କାହିଁକି କରନ୍ତି, ଦ୍ୱଂନ୍ଦ କାହିଁକି ଉପୁଜେ, କ'ଣ ଲୋକମାନଙ୍କ ଭିତରେ ଏକତା ସୃଷ୍ଟିକରେ ଓ କ'ଣ ତାଙ୍କୁ ବିଭାଜିତ କରେ ଏସବୁ ପ୍ରଶ୍ନ ଅନେକ ସମୟରେ ଆଛନ୍ନ କରି ରଖେ ଶ୍ରୀ ପ୍ରହଳାଦଙ୍କୁ ଯାହା ତାଙ୍କୁ ମନୋବିଜ୍ଞାନ ପଢ଼ିବାପାଇଁ ପ୍ରରୋଚିତ କରେ । ବ୍ୟକ୍ତିବିଶେଷଙ୍କ ଅଧ୍ୟୟନରୁ ସେ ଆଗେଇଗଲେ ଗୋଷ୍ଠି ବିଶେଷଙ୍କ ବିଷୟରେ ଅନୁଧ୍ୟାନ କରିବାକୁ ଯେତେବେଳେ ସେ "ସୋସିଆଲ୍ ୱାର୍କ'ରେ ସ୍ନାତକୋତ୍ତର ଉପାଧିପାଇଁ ଅଧ୍ୟୟନ କଲେ । ସେଠାରେ ବି ତାଙ୍କର ସ୍ପେସିଆଲ୍ ପେପର୍ ଥିଲା । ଗରୟସମବକ୍ଷ ଚଗ୍ଦଚ୍ଚମଷସବଗ୍ଧକ୍ସଚ୍ଚ । ପାରିସ୍ପରିକ ସମନ୍ୱୟ ସ୍ଥାପିତ କରି ଲୋକଙ୍କୁ କେମିତି ଏକାଠି କରିହେବ ତାହା ତାଙ୍କର କାର୍ଯ୍ୟସୁଚୀ ହୋଇଗଲା ।

ଇକ୍ବାଲ୍ଙ୍କ ସାଙ୍ଗରେ ଫଟୋଗ୍ରାଫ ଅନୁଭୂତିରୁ ଶିକ୍ଷା ପାଇବା ପରେ, ଅନେକ ଫଟୋଗ୍ରାଫର୍ ଦ୍ୱାରା ପ୍ରରୋଚିତ ହୋଇ ଫଟ ନେବା ତଥା ସ୍କୁଲ ଛାତ୍ରମାନଙ୍କ ପାଇଁ ଆୟୋଜିତ ଫଟୋଗ୍ରାଫ କର୍ମଶାଳାରେ ସହାୟତା କରିବା ପରେ ଶ୍ରୀ ପ୍ରହଳାଦଙ୍କର ହୃଦବୋଧ ହେଲା ଯେ ଫଟୋଗ୍ରାଫ୍ ହିଁ ଭାବର ଆଦାନ ପ୍ରଦାନରେ ଥିବା ପ୍ରତିବନ୍ଧକକୁ ଦୂର କରିପାରିବ ଯେହେତୁ ଫଟୋଗ୍ରାଫ୍ ଏକ ସାର୍ବଜନିନ ଭାଷା ଯେଉଁଠି ଭୁଲ୍ ବୁଝାମଣାର ଅବକାଶ ନାହିଁ । ସେଇଠୁ ତାଙ୍କୁ ଚିନ୍ତାରେ ଉତ୍ତରଣ ହେଲା

। ସେ ଇକ୍ବାଲ୍ ଓ ଅନୁାରାଧାଙ୍କ ସହ ମିଶି ଚେଷ୍ଟାକଲେ କେମିତି ଲୋକମାନେ ଫଟୋଗ୍ରାଫ୍ ସାହାଯ୍ୟରେ ନିଜକୁ ବ୍ୟକ୍ତ କରିପାରିବେ ଓ ଏହାକୁ ଏକ କଳାତ୍ମକ ମାଧ୍ୟମ ରୂପେ ବ୍ୟବହାର କରି ନିଜର ମନୋସ୍ଥିତିରେ ଉନ୍ନତି ଆଣିପାରିବେ ।

ସମ୍ଭବତଃ ଏଲ୍.ଏଲ୍.ଏ. ଅନ୍ଲାଇନ୍ ପ୍ରୋଗ୍ରାମ୍ ଏହି ଲକ୍ଷ୍ୟ ହାସଲ କରିବାରେ ସହାୟକ ହେବ ।

ଶିକ୍ଷାର୍ଥୀମାନଙ୍କର ସୃଜନଶିଳତାକୁ ଆବିଷ୍କାର କରି ତାକୁ ପ୍ରୋତ୍ସାହନ ଦେବା ଓ ପ୍ରଦର୍ଶିତ କରିବାପାଇଁ ଉପଯୁକ୍ତ ବାତାବରଣ ସୃଷ୍ଟିକରିବା ହେଉଛି ଲାଇଟ୍ ଆଣ୍ଡ ଲାଇଫ୍ ଏକାଡେମୀର ଧ୍ୟେୟ ।