ମେଂଟର୍

Every Mentor of the LLA Online program has graduated with a Post Graduate Diploma in Professional Photography from Light and Life Academy, having undergone incredibly rigorous training. They are currently practicing their art across India and come from varied backgrounds & cultures, wielding a treasure of aesthetic sensibilities. There will be consistency in terms of feedback given since everyone graduated from the same technical and artistic training at LLA.

Ajit SN

ଅଜିତ୍ ଏସ.ଏନ. ଗୋଟିଏ ବହୁ ରାଷ୍ଟ୍ରୀୟ ରିଟେଲ କଂପାନିରେ କାମ କରିଛନ୍ତି । ଯଦିଓ ସେ ତାଙ୍କର କାମକୁ ଭଲ ପାଉଥିଲେ ପିଲାଟି ଦିନରୁ ରିଗ୍, ଗେଜେଟ୍ ଓ ତାଙ୍କ ରୁମରେ ଟଙ୍ଗାଯାଇଥିବା କାର ଓ ବାଇକର ପୋଷ୍ଟର ତାଙ୍କୁ ଫଟୋଗ୍ରାଫି ଆଡକୁ ଆକୃଷ୍ଟ କରିଥିଲା । ବହୁତ ଭାବିବା ଓ ଖୋଜିବା ପରେ ସେ ଏଲ.ଏଲ.ଏ. ରେ ଜଇନ କରିବା ପାଇଁ ନିଷ୍ପତ୍ତି ନେଲେ ।

ସବୁ କିଛି ତାଙ୍କ ପାଇଁ ହଠାତ୍ ହିଁ ହେଲା । ଯେମିତିକି ତାଙ୍କ କର୍ପୋରେଟ ଦୁନିଆର ଚାକିରୀ ଛାଡି ପେଶାଦାର ଫଟୋଗ୍ରାଫର ହେବାର ନିଷ୍ପତ୍ତି । ସ୍ୱତଃ ପ୍ରବୃତି, ନିଜସ୍ୱ ଇଚ୍ଛା ତାଙ୍କ କାର୍ଯ୍ୟ ପ୍ରକ୍ରିୟାକୁ ପ୍ରଭାବିତ କଲା । ସେ ଯେତେବେଳେ ପ୍ରଥମ ଥର ପାଣି ଭିତରେ ଡାଇଭ କଲେ ତାଙ୍କୁ ତାହା ଏତେ ରୋମାଂଚିତ କଲା ଯେ ଡାଇଭିଂ ବିଷୟରେ କୋ÷ଣସି ପୂର୍ବଜ୍ଞାନ ନଥାଇ ସେ ପାଣିତଳର ଫଟୋଗ୍ରାଫି ପାଇଁ ବହୁତ ଗୁଡିଏ ଯନ୍ତ୍ରପାତି କିଣିଦେଲେ ଓ ସେଇ କାମ ଆରମ୍ଭ କଲେ । ବର୍ତ୍ତମାନ ସେ ଜଣେ ସ୍ୱୀକୃତିପ୍ରାପ୍ତ ଡାଇଭର ଯେ ପୃଥିବୀସାରା ଭ୍ରମଣ କରି ଜଳତଳର ଜୀବନକୁ ଫଟୋଗ୍ରାଫରେ ଉତ୍ତୋଳିତ କରୁଛନ୍ତି । ସେ ଖୁବ୍ ଜଲଦି ତାଙ୍କ ଜଳତଳର ଜୀବନକୁ ନେଇ ଉଠାଇଥିବା ଫଟୋଗ୍ରାଫର ଏକ ପ୍ରଦର୍ଶନୀ କରିବା ଯୋଜନା କରୁଛନ୍ତି । ସେ ସ୍ଥଳ ଭାଗକୁ ଆସିଲେ ଅଟୋମୋବାଇଲ ଓ ଲାଇଫଷ୍ଟାଇଲ ଫଟ ନେବାକୁ ପସନ୍ଦ କରନ୍ତି । ଆଜିତ ଏଲ.ଏଲ.ଏ. ପରିବାର ଏକ ଅବିଚ୍ଛେଦ୍ୟ ଅଙ୍ଗ । ଫଟୋଗ୍ରାଫି ପାଇଁ ତାଙ୍କର ଆବେଗ ଏଲ.ଏଲ.ଏ ଠାରେ ହିଁ ଶାଣିତ ହୋଇଛି । ଗୋଟିଏ ଅଣ ପେଶାଦାର ଫଟୋଗ୍ରାଫରକୁ ଭୂଲ ଠିକର ଜ୍ଞାନ ଦେବା, ଫଟୋଗ୍ରାଫି ଶିକ୍ଷାକୁ ବିସ୍ତୃତ କରିବାରେ ତାଙ୍କର ବହୁତ ଆଗ୍ରହ । ଏଲ.ଏଲ.ଏ ଅନଲାଇନକୁ ସେ ମେଣ୍ଟର ଓ ଶିକ୍ଷାର୍ଥୀଂକ ଭିତରେ ଏକ ଦେଣ-ନେଣର ମଂଚ ହିସାବରେ ଦେଖନ୍ତି । ତାଙ୍କ ପାଇଁ ଛାତ୍ରଙ୍କୁ ଶିଖାଇବା ପରି ଛାତ୍ରଙ୍କଠାରୁ ଶିଖିବା ମଧ୍ୟ ସମାନ ଗୁରୁତ୍ତ୍ୱ୍ୱ ରଖେ ।

Akshay Sharma

ଅକ୍ଷୟ ଶର୍ମା ଦିଲ୍ଲୀରେ ଅବସ୍ଥାପିତ ଫଟୋଗ୍ରାଫର । ପାଞ୍ଚ ବର୍ଷରୁ ଅଧିକ କର୍ପୋରେଟ ଦୁନିଆରେ ମ୍ୟାନେଜମେଣ୍ଟ-କନ୍ସଲ୍ଟିଂ, ମାର୍କେଟି ଓ ବିଜ୍ଞାପନ କ୍ଷେତ୍ରରେ କାମ କରିବା ପରେ ଅକ୍ଷୟ ୨୦୧୫ରେ ଲାଇଟ୍ ଏଣ୍ଡ ଲାଇଫ୍ ଏକାଡେମୀରେ ଏକ ବର୍ଷର ଫଟୋଗ୍ରାଫି କୋର୍ସ କରିଛନ୍ତି ।

ବ୍ୟାବସାୟିକ ସ୍ତରରେ ସେ ଲାଇଫ ଷ୍ଟାଇଲ୍ ବ୍ରାଣ୍ଡ, ଫେସନ୍, ଆର୍କିଟେକ୍ଚର, ଇଣ୍ଟେରିଅର, ସ୍ଥିର ଚିତ୍ର ପ୍ରଭୃତି କ୍ଷେତ୍ରରେ ଜୀବନ୍ତ ଚିତ୍ର ଉତ୍ତୋଳନ କରି ସେଇ ବ୍ରାଣ୍ଡମାନଙ୍କର କଥା କହିବାରେ ସଫଳ ହୋଇଛନ୍ତି । ବ୍ୟକ୍ତିଗତ ସ୍ତରରେ ସେ ଭଲପାଆନ୍ତି ବିଭିନ୍ନ ସ୍ଥାପତ୍ୟ, ବହିଯାଉଥିବା ସମୟ, ମହାଜାଗତିକ ପ୍ରକ୍ରିୟା ପ୍ରଭୃତିର ଫଟ ନେବା ପାଇଁ ।

ଅକ୍ଷୟ ବିଶ୍ୱର ରାଜନୀତିର ଦୃଶ୍ୟପଟ, ବିଜ୍ଞାନ ଓ ଟେକ୍ନୋଲୋଜି କ୍ଷେତ୍ରରେ ଉଦ୍ଭାବନ, ମାନବିକ ଅଧିକାର, ବ୍ୟକ୍ତି ସ୍ୱାଧୀନତା ପ୍ରଭୃତିର ଜଣେ ଆଗ୍ରହୀ ଦ୍ରଷ୍ଟା । ଏ ସବୁ ତାଙ୍କର ଦର୍ଶନ, ମନୋବିଜ୍ଞାନ, ପ୍ରକୃତି, ସଂଗୀତ ଓ କଳା ପ୍ରତି ଆକର୍ଷଣରୁ ଜାତ ହୋଇଛି ।

ଏଲ୍.ଏଲ୍.ଏ. ଅନ୍ଲାଇନ୍ର ମେଣ୍ଟର ହିସାବରେ ସେ ତାଙ୍କର ଟ୍ରେନିଂ ଓ ସଙ୍ଗଠିତ ଭାବରେ ଶିକ୍ଷାଦାନ କରିବାର ଆଗ୍ରହକୁ ଚରିତାର୍ଥ କରିପାରିବେ । ସେ ବହୁତ ଉତ୍ସାହୀ ଯେ ଏହି ପ୍ରୋଗ୍ରାମ ଅନ୍ୱେଷଣ ଓ ପ୍ରକାଶର ମାଧ୍ୟମ ହିସାବରେ ଫଟୋଗ୍ରାଫିକୁ ସାର୍ବଜନୀନ କରିବା ପାଇଁ ଉଦ୍ଦିଷ୍ଠ ।

Akshya

Akshaya Vaidyanathan

ନିଜର ନିୟମିତ ବୃତ୍ତି ସହିତ ଏକାଧିକ କାର୍ଯ୍ୟରେ ହାତ ଦେଇଥିବା ଏକ ପରିବାରରୁ ଆସିଥିବା ଅକ୍ଷୟାଙ୍କ ପାଇଁ ପ୍ରେରଣାର ଅଭାବ ନଥିଲା । ମାନବ ସମ୍ଭଳ ବିକାଶ ବୃତ୍ତିରେ କାମ କରୁଥିବା ତାଙ୍କ ବାପା ଜଣେ ଅଭିନେତା ମଧ୍ୟ । ଅଭିନୟରୁ ହିଁ ବାପା ଖୁସି ପାଆନ୍ତି ଜାଣିପାରି ଅକ୍ଷୟା ସେଇ ଅନୁଭୂତିରୁ ଖିଏ ନେଇ ଫଟୋଗ୍ରାଫି ଓ ସିନେମାଟୋଗ୍ରାଫି ପରି ସୃଜନଶିଳ କ୍ଷେତ୍ରରେ ତାଙ୍କର ଆଗ୍ରହ ଅନୁସରଣ କଲେ । ସେ ଇଲୋକ୍ଟ୍ରୋନିସ୍ ମିଡିଆରେ ନିଜର ସ୍ନାତକ ପାଠ ସାରିଲେ । ସେ କେବେ ଗ୍ରନ୍ଥକୀଟ ନଥିଲେ ଏବଂ ସବୁବେଳେ ‘ନିଜେ ହିଁ କର’ ଧାରଣାରେ ବିଶ୍ୱାସ କରୁଥିଲେ । ସେ ତାଙ୍କ କଲେଜର ଦ୍ୱିତୀୟ ବର୍ଷରେ ଫଟୋଗ୍ରାଫି ସଂସ୍ପର୍ଶରେ ଆସିବା ପରେ ଆଉ ପଛକୁ ଫେରି ଚାହିଁନାହାନ୍ତି । ପ୍ରଥମେ ସିନେମାଟୋଗ୍ରାଫିର ପ୍ରଶଂସକ ଥିଲେ ହେଁ ଲୋକ ଏବଂ ତାଙ୍କର ନିରୁତା ଅନୁଭବର ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତର୍କୁ ଧରି ରଖିବାର ପ୍ରଲୋଭନ ତାଙ୍କୁ ଫଟୋଗ୍ରାଫି ଆଡକୁ ଟାଣି ଆଣିଲା ଯାହାକୁ ସେ ପୂର୍ଣ୍ଣ ସମୟ ପାଇଁ ଆବୋରି ନେଲେ । ଅକ୍ଷୟାଙ୍କ ପାଇଁ ଫଟୋଗ୍ରାଫି କେବଳ ଏକ ହବି ନୁହେଁ । ସେ ପେଶାଦାର ଫଟୋଗ୍ରାଫର ହେବା ପାଇଁ ଚାହିଁଥିଲେ ।

ଏଲ.ଏଲ.ଏ ରେ ପେଶାଦାର ଫଟୋଗ୍ରାଫିରେ ସ୍ନାତକୋତ୍ତର ଡିପ୍ଲୋମା କରିବା ପରେ ସେ ବର୍ତ୍ତମାନ ଚେନାଇରେ ପ୍ରାକ୍ଟିସ କରୁଛନ୍ତି, ତାଙ୍କର ଫୋକସ୍ ମୁଖ୍ୟତଃ ଫେସନ ଓ ଫୁଡ୍ ଫଟୋଗ୍ରାଫି ଉପରେ ଅଛି । ଫେସନ୍ ଫଟୋଗ୍ରାଫି ମାଧ୍ୟମରେ ସେ କିିଛି ନିଜର ବାର୍ତ୍ତା ଲୋକମାନଙ୍କୁ ଦେଇପାରନ୍ତି ଓ ସେମାନଙ୍କ ସହ ଭଲ ଭାବରେ ଯୋଡି ହୋଇପାରନ୍ତି । ତାଙ୍କର ଖାଦ୍ୟ ପ୍ରେମ ଓ ଖାଦ୍ୟରେ ଷ୍ଟାଇଲ ତାଙ୍କୁ ଫୁଡ୍ ଫଟୋଗ୍ରାଫ ପ୍ରତି ଆକର୍ଷିତ କରିଛି ।

ଅକ୍ଷୟା କହନ୍ତି ଯେ ଫଟୋଗ୍ରାଫି ତାଙ୍କୁ ଏକ ନୂଆ ଜୀବନ ଦେଇଛି, ଏକ ନୂଆ ପ୍ରକାଶର ଦ୍ୱାର ଦେଇଛି, ଯେଉଁଠି ପ୍ରତ୍ୟେକ ଦିନ ରୋମାଂଚରେ ପୂର୍ଣ୍ଣ । ଥରେ ବି ସେ କେବେ ସକାଳୁ ଉଠି କହିନାହାନ୍ତି- ‘ ହେ ଭଗବାନ ମତେ ପୁଣି ଆଜି କାମକୁ ଯିବାକୁ ହେବ’ । ତାଙ୍କର ଏଲ.ଏଲ.ଏ ଅନଲାଇନରେ ଜଇନ କରିବାର କାରଣ ଅତି ସରଳ- ସେ ସେଇ କଳାଟିକୁ ଯେତେ ସମ୍ଭବ ଅଧିକ ଲୋକଙ୍କ ସହ ବାଂଟିବାକୁ ଚାହାନ୍ତି । ସେଇ କଳା ଯାହା ତାଙ୍କ ଦୁନିଆକୁ ବଦଳେଇ ଦେଇଛି ।

Ankit Gupta

Ankit Gupta

ଅଙ୍କିତ ଗୁପ୍ତା ଦିଲ୍ଲୀରେ ବଢ଼ିଛନ୍ତି । ସେ ଯେବେ ବି ମୋ÷କା ପାଇଛନ୍ତି କ୍ରିକେଟ ଖେଳିଛନ୍ତିି, ଅବଶ୍ୟ ସେ ଅନ୍ୟ ଖେଳ ଯଥା ଟେବୁଲ ଟେନିସ ଓ ବ୍ୟାଡମିଂଟନ ମଧ୍ୟ ଭଲ ପାଆନ୍ତି । ତାଙ୍କ ସମୟର ଅନ୍ୟମାନଙ୍କ ପରି ସ୍କୁଲ ପରେ ସେ ମଧ୍ୟ ଦୁଇଟି ରାସ୍ତାରୁ ଗୋଟିଏ ବାଛିବାକୁ ଚାହିଁଥିଲେ । ଇଂଜିନିୟର ହେବେ ନା ଡାକ୍ତର ହେବେ । ସେ ପ୍ରଥମଟି ବାଛିଲେ ଓ ଇଂଜନିୟରିଂ ଶିକ୍ଷା ସମାପ୍ତ କଲେ । ସେ କଲେଜରୁ ସାରି ସିଧା ଇନଫୋସିସ୍ରେ ଜଏନ୍ କଲେ ଓ ମହୀସୁର ଚାଲିଆସିଲେ । ସେ ମହୀସୁର ଯିବାର ଠିକ ପୂର୍ବରୁ ତାଙ୍କ ମାଆ ତାଙ୍କୁ ଗୋଟିଏ ଡି.ଏସ.ଏଲ.ଆର କ୍ୟାମେରା ଉପହାର ଦେଲେ । ଏହା ଅଙ୍କିତଙ୍କ ପାଇଁ ଅୟମାରମ୍ଭ ଥିଲା । ସେ ଇନଫୋସିସ ପାଇଁ ଚାରି ବର୍ଷ କାମ କଲେ, ଅଭିଳାଷ ଥିଲା ଯେ ବିଦେଶରେ ଏମ.ବ.ି ଏ କରିବେ ।

ଏ ସବୁ କିଛି ବଦଳିଗଲା ଯେବେ ଅଙ୍କିତ ତାଙ୍କ ମହୀସୁରରେ ରହୁଥିବା ଗୃହ ମାଲିକାଣୀଙ୍କ ସହ କଥା ହେଲେ । ସେ ଜଣେ ବୟସ୍କା ମହିଳା ଯେ ଏକା ରହୁଥିଲେ ଓ ପିଲାମାନେ ବିଦେଶରେ ଥିଲେ । ଯେହେତୁ ଅଙ୍କିତ ବି ବିଦେଶ ଯିବା କଥା ଭାବୁଥିଲେ ସେ ଭଦ୍ର ମହିଳାଙ୍କୁ ପଚାରିଲେ ଯେ ତାଙ୍କ ପିଲାମାନେ କେତେଥର ଘରକୁ ଆସନ୍ତି? ଯେତେବେଳେ ସେ କହିଲେ ଯେ ଶେଷଥର ସେମାନେ ପାଞ୍ଚବର୍ଷ ତଳେ ଆସିଥିଲେ ଅଙ୍କିତଙ୍କର ଯୋଜନା ସବୁ ବଦଳିଗଲା ସେ ଭାରତରେ, ତାଙ୍କ ପରିବାର ଲୋକଙ୍କ ପାଖରେ ହିଁ ରହିବା ପାଇଁ ନିଷ୍ପତ୍ତି ନେଲେ । ସେ ଇନଫୋସିସ ଛାଡି ଦିଲ୍ଲୀ ଚାଲିଗଲେ । ଯେତେବେଳେ ତାଙ୍କର ହୃଦବୋଧ ହେଲା ଯେ ବାପାଙ୍କ ବିଜିନେସ୍ରେ ଜଏନ୍ କରିବା ସମ୍ଭବ ନୁହେଁ ସେ ଫଟୋଗ୍ରାଫି ଆଡକୁ ମୁହାଁଇଲେ । ତାଙ୍କର ଫଟୋଗ୍ରାଫିର କ୍ୱାଲିଟି ସଂବଂଦରେ ବଂଧୁ ଓ ପରିବାର ଲୋକଙ୍କଠାରୁ ଉତ୍ସାହ ଜନକ ମନ୍ତବ୍ୟ ତାଙ୍କ ଆତ୍ମବିଶ୍ୱାସକୁ ବଢ଼େଇ ଦେଲା । ତାଙ୍କର ସ୍ପଷ୍ଟ ମନେଅଛି ଥରେ ଯେତେବେଳେ ସେ ଚତୁର୍ଦ୍ଦିଗରେ ପର୍ବତ ଘେରା କାଶ୍ମୀରର ଉପତ୍ୟକାରେ ଥିଲେ ସେ

ଫଟୋଗ୍ରାଫି ପ୍ରତି ତାଙ୍କର ଥିବା ଆବେଗକୁ ଅନୁଭବ କରିପାରିଲେ କାରଣ ସେ ସେତେବେଳେ ଗୋଟିଏ କଥା ହିଁ ଭାବୁଥିଲେ ଯେ କେମିତି ଏଇ ମୂହର୍ତ୍ତକୁ ଧରିପାରିବେ ଆଉ ରଖି ପାରିବେ ଅନନ୍ତକାଳ ପାଇଁ । କିଛି ଆଲୋଚନା ପରେ ସେ ବ୍ୟାଗ ସଜାଡି ଏଲ.ଏଲ.ଏ.ରେ ପହଂଚିଗଲେ, ପେଶାଦାର ଫଟୋଗ୍ରାଫିରେ ସ୍ନାତକୋତ୍ତର ଡିପ୍ଲୋମା ଶେଷ କଲେ । ତାଙ୍କର ସ୍ପେସିଆଲାଇଜସନ ଥିଲା ଟ୍ରାଭେଲ, ନେଚର, ଆର୍କିଟେକ୍ଚର ଓ ଇଣ୍ଟେରିଆର ଫଟୋଗ୍ରାଫି ।

ସମାଜକୁ କିଛି ଫେରାଇବା ଅଙ୍କିତଙ୍କ କାର୍ଯ୍ୟସୂଚୀର ସବୁଠୁ ଉପରେ । ଏଲ.ଏଲ.ଏ ଅନଲାଇନ ମାଧ୍ୟମରେ ସେ ଏକ ମଂଚ ପାଇଛନ୍ତି ତାଙ୍କର ଫଟୋଗ୍ରାଫିର ଜ୍ଞାନ ସେଇମାନଙ୍କ ସାଙ୍ଗରେ ବାଂଣ୍ଟିବା ପାଇଁ ଯେଉଁମାନେ ଏଥିପାଇଁ ପ୍ରବଳ ଆଗ୍ରହୀ ।

Arnab Nath

Arnab Nath

ଅର୍ଣ୍ଣିବ ଫଟୋଗ୍ରାଫି ପାଇଁ ପ୍ରଥମ ପ୍ରେରଣା ପାଇ ଥିଲେ ତାଙ୍କ ବାପାଙ୍କ ଠାରୁ ଯେ ନିଜେ ଜଣେ ଫଟୋଗ୍ରାଫର ଥିଲେ । ଅର୍ଣ୍ଣବ ପିଲାଦିନୁ ଦେଖିଛନ୍ତି କେମିତି ତାଙ୍କ ବାପା ବିଭିନ୍ନ ଫଟୋଗ୍ରାଫି ଯନ୍ତ୍ରପାତି ସହ ପରୀକ୍ଷା ନିରିକ୍ଷା କରନ୍ତି, କେମିତି ତା ପରେ ସେ ଜାମସେଦପୁରଠାରେ ଏକା ଲାବୋରଟାରୀ ପ୍ରତିଷ୍ଠା କଲେ ପ୍ରଦର୍ଶନୀ ଚିତ୍ର ପ୍ରିଣ୍ଟ୍ କରିବା ପାଇଁ । ଏହିଠାରେ ହିଁ ଅର୍ଣ୍ଣବ ଫଟୋଗ୍ରାଫି ଶିଳ୍ପର ଗଣମାନ୍ୟ ଲୋକଙ୍କ ସାଙ୍ଗରେ ଭେଟିବାର ସୁଯୋଗ ପାଇଥିଲେ ।

ଅର୍ଣ୍ଣବ ତୃତୀୟ ଶ୍ରେଣୀରୁ ହିଁ ଫଟୋଗ୍ରାଫି୍ ନେବା ଆରମ୍ଭ କଲେ ଓ ସମୟ କ୍ରମେ ସବୁ ପାରିବାରିକ ଉତ୍ସର୍ବର ଚିହ୍ନିତ ଫଟୋଗ୍ରାଫର ହୋଇଗଲେ ।

ଅର୍ଣ୍ଣବ ଫେର୍ଗୁସନ କଲେଜ, ପୁନେରେ ବି.ଏ ବିଜ୍ଞାନରେ ଜଇନ କଲେ ଯେଉଁଠି ତାଙ୍କର ସ୍ପେଶିଆଲ ପେପର ଥିଲା ଗଣଯୋଗାଯୋଗ ଓ ଫିଜିକ୍ସ ଯେଉଁଥିରେ ଫଟୋଗ୍ରାଫି ପାଇଁ ସୁଯୋଗ ଥିଲା । ଏହା ତାଙ୍କ ପାଇର୍ ଏକ ନିର୍ଣ୍ଣାୟକ ମୋଡ ଥିଲା ଯେତେବେଳେ ଫଟୋଗ୍ରାଫି ପାଇଁ ତାଙ୍କର ଆଗ୍ରହ ଆବେଗରେ ପରିଣତ ହେଲା ଏବ ସେ ଏହାକୁ ସଂପୂର୍ଣ୍ଣ ସମୟ ଦେଇ କରିବାକୁ ଚାହିଁଲେ ।

ଅର୍ଣ୍ଣବ ଲାଇଟ ଏଣ୍ଡ ଲାଇଫ ଏକାଡେମୀ ଜଇନ କଲେ ଓ ୨୦୦୩ ରେ ପେଶାଦାର ଫଟୋଗ୍ରାଫିରେ ସ୍ନାତକୋତ୍ତର ଡିପ୍ଲୋମା କୋର୍ସ ଶେଷ କଲେ । ସେ ମୁଖ୍ୟତଃ ପ୍ରୋଡକ୍ଟ, ଅଟୋମୋବାଇଲ ଓ ପୋଟ୍ରେଟ ଫଟୋଗ୍ରାଫି କରନ୍ତି । ୨୦୦୮ ଠାରୁ ସେ ଏଲ.ଏଲ.ଏ. ରେ ନିୟମିତ ଅଧ୍ୟାପନା ମଧ୍ୟ କରିଆସୁଛନ୍ତି । ସେ ନିଜର ବ୍ୟକ୍ତିଗତ ପ୍ରୋଜେକ୍ଟରେ ମଧ୍ୟ ବହୁତ ସମୟ ବିନିଯୋଗ କରନ୍ତି ଯାହାଦ୍ୱାରା ସେ ନିଜ ପେଶାଦାର ଜୀବନରେ ଅଭିବୃଦ୍ଧି ଆଣିପାରିବ । ସେ ଭିତରୁ କେତେକ ଉଲ୍ଲେଖ ଯୋଗ୍ୟ ପ୍ରୋଜେକ୍ଟ ହେଲା ସାଉଥ ଆଫ୍ରିକାନ ଟୁରିଜମ୍ ପାଇଁ ସୁଟି, କୁମ୍ଭମେଳାର ଦୃଶ୍ୟମାନ ଉପସ୍ଥାପନା, ମଥୁରାର ହୋଲି ଓ ପୁସ୍କର ମହୋତ୍ସବର ଫଟୋଗ୍ରାଫି ।

ଅର୍ଣ୍ଣବ ଚାହାନ୍ତି ଯେ ଅଧିକରୁ ଅଧିକ ଲୋକ ଫଟୋଗ୍ରାଫିକୁ କଳାର ଏକ ମାଧ୍ୟମ ରୂପେ ଶିଖନ୍ତ ଓ ଗ୍ରହଣ କରନ୍ତୁ । ଦେଶରେ ଫଟୋ ଗ୍ରାଫିର ବୃଦ୍ଧି ପାଇଁ ଏହା ନିତାନ୍ତ ଜରୁରୀ । ସେ ବିଶ୍ୱାସ କରନ୍ତି ଯେ ଏଲ.ଏଲ.ଏ. ଅନଲାଇନ ଏହା କରିପାରିବ ଯେହେତୁ ଏହା ବିଶେଷ ଭାବେ ବିଭିନ୍ନ ଭାଷାରେ ଉପଲବ୍ଧ । ଅର୍ଣ୍ଣବ ଚାହାନ୍ତି ଦେଶରେ ଫଟୋଗ୍ରାଫି ଶିକ୍ଷାର ପ୍ରସାର ହେଉ । ତେଣୁ ସେ ଏଲ.ଏଲ.ଏ. ଅନଲାଇନରେ ମେଣ୍ଟର ଅଛନ୍ତି ।

Garima Chaudhary

ଗରୀମାଙ୍କର କଳା ପ୍ରତି ଆଗ୍ରହ ଅଷ୍ଟମ କ୍ଲାସରେ ଆରମ୍ଭ ହେଲା । ସେବେଠାରୁ ସେ ଦେଶରେ କଳା ସଂବଧୀୟ କୋର୍ସ ଓ କଲେଜ ପାଇଁ ଅନୁସଂଧାନ ଆରମ୍ଭ କରିଦେଇଥିଲେ । ୧୨ କ୍ଲାସ ପରେ ସେ ପ୍ରଶାସନିକ ସେବା ପାଇଁ ଲକ୍ଷ୍ୟ ରଖି ଇତିହାସ ପଢ଼ିଲେ । ତାଙ୍କୁ ଲାଗିଲା କିଛି ଅଭାବ ରହିଯାଉଛି । ଭଲ ମାର୍କ ଆଣିବାରେ ସେ ସନ୍ତୁଷ୍ଟ ନଥିଲେ ।

ସେ ଆଉ କିଛି ଅଧିକା ଚାହୁଁଥିଲେ । ତେଣୁ ସେ ବାପାଙ୍କୁ ନ ଜଣେଇ ଗୋଟିଏ ଆର୍ଟ କୋର୍ସ ପାଇଁ ଦରଖାସ୍ତ କଲେ ଓ ସିଲେକ୍ଟ ବି ହୋଇଗଲେ । ତାପରେ ସେ ବାପାଙ୍କୁ ବୁଝାଇ ସେଇ କୋର୍ସରେ ଜଇନ କଲେ ଓ ଫଟୋଗ୍ରାଫି ସଂସ୍ପର୍ଶରେ ଆସିଲେ । ‘ଭିଭିଟାର’ ଟିଏ ହାତରେ ଧରି ସେ ତାଙ୍କର ଯାତ୍ରା ଆରମ୍ଭ କଲେ ଫଟୋଗ୍ରାଫର ହିସାବରେ । ସେ ଭିଜୁଆଲାଇଜର ହିସାବରେ କାମ କଲେ ଓ ଆନିମେସନ ସ୍ପେଶିଆଲାଇଜ କରି ଡିଜିଟାଲ ମିଡିଆରେ ପୋଷ୍ଟ ଗ୍ରାଜୁଏସନ କଲେ । ଲଗାତାର ବାପା, ମା’ ଙ୍କର ବିରୋଧର ସାମନା କରି ସେ ଶେଷରେ ସେମାନଙ୍କୁ ବିଶ୍ୱାସ ଦେଇ ପାରିଲେ ଯେ ତାଙ୍କର କଳା ପ୍ରତି ଆବେଗକୁ ସେ ବୃତ୍ତି ହିସାବରେ ନେଇ ପାରିବେ ଯାହା ତାଙ୍କୁ ଖୁସି ଦେବ ଓ ଆର୍ଥିକ ସ୍ତରରେ ସ୍ଥିରତା ବି ଦେବ ।

ସ୍ୱାମୀକୁ ନିଜର ସୃଜନଶିଳତା ଓ ଫଟୋଗ୍ରାଫି ଦକ୍ଷତା ବିଷୟରେ ବିଶ୍ୱାସ ଦେଲା ପରେ ତାଙ୍କୁ ଗୋଟିଏ ଡି.ଏସ.ଏଲ. ଆର କ୍ୟାମେରା ଉପହାର ସ୍ୱରୂପ ମିଳିଲା । ତାପରେ ସେ ଏଲ.ଏଲ.ଏ କୁ ଦରଖାସ୍ତ କଲେ ଓ ପେଶାଦାର ଫଟୋଗ୍ରାଫିରେ ସ୍ନାତକୋତ୍ତର ଡିପ୍ଲୋମା କୋର୍ସ ଶେଷ କଲେ ।

ଗରୀମା ୨୦୧୧ ରେ ଆସିଥିବା ଇ-କମର୍ସ ଉଚ୍ଛାଳରେ ସାମିଲ ହୋଇଗଲେ । ବହୁତ ଗୁଡିଏ ଇ-କର୍ମସ ସାଇଟର ଫଟୋଗ୍ରାଫ ନେଲେ ଓ ସେଥିରେ ଉକ୍ରର୍ଷତା ମଧ୍ୟ ଲାଭ କଲେ । ସେ ତାଙ୍କର ପ୍ରଥମ ଷ୍ଟୁଡିଓ ୨୦୧୧ ରେ ଖୋଲିଲେ ଓ ତାଙ୍କର ଆପ୍ଲାଇଡ ଆର୍ଟ ଓ ଫଟୋଗ୍ରାଫିକୁ ମିଶ୍ରଣ କରି ନିଜର ସ୍ୱତନ୍ତ୍ର ଷ୍ଟାଇଲରେ ଅନେକ ଫ୍ରିଲାନ୍ସ କାମ ବି କଲେ । ସେ ବର୍ତ୍ତମାନ ବାଙ୍ଗାଲୋରଠାରେ ଅବସ୍ଥାପିତ ଏବଂ ଜଣେ କଳା ନିର୍ଦ୍ଦେଶକ, ଗ୍ରାଫିକ ଡିଜାଇନର, ଚିତ୍ରକାର, ଫଟୋଗ୍ରାଫର ଓ ବ୍ଲଗର ମଧ୍ୟ । ଗରୀମା ଦୃଢ଼ ଭାବେ ବିଶ୍ୱାସ କରନ୍ତି ଯେ ଫଟୋଗ୍ରାଫି ସମସ୍ତଙ୍କ ପାଇଁ କଳାର ଏକ ରୂପ । ଏଲ.ଏଲ.ଏ.

ଅନଲାଇନର ଅନେକ ଭାଷାରେ ଲୋକଙ୍କ ପାଖରେ ପହଂଚିବା ଯୋଜନା ତାଙ୍କୁ ବିସ୍ମିତ କରିଛି । ସେ ଅନ୍ୟମାନଙ୍କ ପରି ଏଲ.ଏଲ.ଏ. ଅନଲାଇନ୍କୁ ନେଇ ବହୁତ ଉତ୍ସାହୀ ।

kavitha

Kavitha Swaminathan

ତିରୁପୁରର ଗୋଟିଏ ପ୍ରତିଷ୍ଠିତ ପରିବାରରୁ ଆସିଥିବା କବିତା ମୋଟା ପକେଟ ମନିର ମଜା ନେଇ ସ୍କୁଲ ସମୟ ଅତିବାହିତ କରୁଥିଲେ । ପିଲାଟି ଦିନରୁ ତାଙ୍କର ପ୍ରବଳ ଆଗ୍ରହ ଥିଲା ଚକ୍ଲେଟ ପାଇଁ । ଏହି ଆଗ୍ରହ ତାଙ୍କର ବହୁଦିନ ପାଇଁ ଥିଲା । ଏବେ ବି ସେ ଚକ୍ଲେଟର ପୁରା ବାରଟିଏ କିଛି ସେକେଣ୍ଡ ଭିତରେ ସାରିଦେଇ ଆଉ ଗୋଟିଏ ବାରପାଇଁ ଅପେକ୍ଷା କରିବେ । ସ୍କୁଲରେ ବି ତାକୁ ଯାହା ଭଲ ଲାଗୁଥିଲା ସେଇ ପାଠ ହିଁ ସେ ପଢ଼ୁଥିଲେ ଯଥା – ଫିଜିକ୍ସ, ପ୍ରାଣୀ ବିଜ୍ଞାନ । ତାଙ୍କ ଲକ୍ଷ୍ୟ ଥିଲା ଯେ ସେ ଡାକ୍ତର ହେବେ । କିନ୍ତୁ ଗୋଟିଏ ସପ୍ତାହ ପରେ ସେ ସେହି କୋର୍ସ ଛାଡି ଦେଲେ । ତା ପରେ ସେ ବି.କମ୍ରେ ଜଇନ କରିବାକୁ ଚାହିଁଲେ କିନ୍ତୁ ସେତେବେଳକୁ ବହୁତ ଡେରୀ ହୋଇ ଯାଇଥିଲା । ପଛକୁ ଫେରି ଚାହିଁଲେ କବିତାଙ୍କୁ ଲାଗେ ଯେ ତାହା ତାଙ୍କ ପାଇଁ ପରୋକ୍ଷରେ ଆର୍ଶିବାଦ ପରି ହେଲା । କିଛି ଉପାୟ ନ ପାଇଁ ସେ ମହାରାଜା କଲେଜ, ପେରୁନ୍ଦୁରାଇରେ ଭିଜୁଆଲ କମ୍ୟୁନିକେଶନ କୋର୍ସରେ ଜଇନ କଲେ । ହାତରେ ପେଣ୍ଟେକ୍ସ କେ ୧୦୦ କ୍ୟାମେରା, ଡାର୍କ ରୁମ, ନିଜ ମନରେ ଗହନ କୋଣକୁ ଯାଇ ନିଜକୁ ଚିହ୍ନିବାର ସୁଯୋଗ – ଏସବୁ ତାଙ୍କୁ ଫଟୋଗ୍ରାଫିର ଅଦ୍ଭୁତ କ୍ଷମତା ସହିତ ପରିଚିତ କରାଇଦେଲା । ଏହି କଲେଜରେ ପ୍ରାୟ ୧୫୦୦ ଛାତ୍ର ଛାତ୍ରୀଙ୍କ ଭିତରୁ ଭିଜୁଆଲ କମ୍ୟୁନିକେଶନର ଛଅ ଜଣ ଛାତ୍ର ହିଁ ସବୁଠୁ ବେଶି ଖୋଜା ଯାଉଥିଲେ । କାହାକୁ ଗୋଟିଏ ସୁନ୍ଦର ଫଟର ଆବଶ୍ୟକତା ନାହିଁ? କବିତା କୁହନ୍ତି ଯେ ଫଟୋଗ୍ରାଫି ତାଙ୍କର ସମସ୍ତ ଇନ୍ଦ୍ରିୟକୁ ଉଜ୍ଜୀବିତ କରିଦିଏ । ଫଟଯିଏ ନେଲାବେଳେ ସେ କୁକୁରଟିର ଯନ୍ତ୍ରଣାକୁ ବୁଝି ିପାରନ୍ତି, ତାଙ୍କର ଦେହକୁ ଛୁଇଁ ଚାଲିଯାଉଥିବା ମନ୍ଦ ପବନକୁ ଅନୁଭବ କରିପାରନ୍ତି ଏବଂ ଫୁଲର ରଙ୍ଗ, ଆକାଶର ନୀଳିମା ତାଙ୍କୁ ଅଭିଭୂତ କରେ । ତାଙ୍କ ଚାରିପଟର ଦୁନିଆ ସୋ÷ନ୍ଦର୍ଯ୍ୟର ଏକ ଅସରନ୍ତି ଗନ୍ତାଘର, ସବୁ ଜିନିଷ ନିଜ ନିଜ ଜାଗାକୁ ଆସିଯାଆନ୍ତି ଓ ଦୁନିଆ ଅର୍ଥପୂର୍ଣ୍ଣ ହୋଇ ଉଠେ- ସବୁ ଫଟୋଗ୍ରାଫି ମାଧ୍ୟମରେ । କବିତା ଜାଣି ପାରିଲେ ଜୀବନର ଶେଷ ଯାଏଁ ସେ ଫଟୋଗ୍ରାଫର ହୋଇ ରହିବ ।

ସେ ୨୦୦୨ ରେ ଏଲ.ଏଲ.ଏ ରେ ଜଇନ କଲେ ଯେଉଁଠି ସେ ଜାଣିଲେ ଯେ ପ୍ରତ୍ୟେକ ଦିନ ତାଙ୍କ ପାଇଁ ଏକା ନୂଆ ଆବିଷ୍କାର । କୋର୍ସ ସରିବା ପରେ ମଧ୍ୟ ଯେତେବେଳେ ବି ସେ ଅନ୍ୟ ଫଟୋଗ୍ରାଫରଙ୍କର କାମ ଦେଖନ୍ତି ତାଙ୍କର ହୃଦବୋଧ ହୁଏ ଯେ ତାଙ୍କର ଅନେକ କିଛି ଶିଖିବାର ଅଛି । ସେ ଜାଣିପାରିଲେ ତାଙ୍କୁ ଜୀବନ ସାରା ଛାତ୍ରୀଟିଏ ହୋଇ ରହିବାର ଅଛି ତାଙ୍କ ଜ୍ଞାନର ଶୋଷ ମେଣ୍ଟାଇବା ପାଇଁ ଆଉ ଫଟୋଗ୍ରାଫର ହିସାବରେ ଉନ୍ନତି କରିବା ପାଇଁ । ସେ ବର୍ତ୍ତମାନ ଏଲ.ଏଲ.ଏରେ ପୂର୍ଣ୍ଣ ସମୟ ଅଧ୍ୟାପିକା । କଲେଜର ପାଠ୍ୟକ୍ରମର ତଦାରଖ କରନ୍ତି, ଉଟିର ଲୋକ, ଜାଗା ଓ ସ୍ମୃତିକୁ ଧରି ରଖିବା ପାଇଁ ନିରନ୍ତର ଆଲୁଅ ପଛରେ ଦଉଡି ଥାଆନ୍ତି । ତାଙ୍କର ଫଟୋଗ୍ରାଫିରେ ଥିବା ଜ୍ଞାନ ଛାତ୍ରମାନଙ୍କୁ ଦେଲାବେଳେ ସେ ଛାତ୍ରମାନଙ୍କଠାରୁ ମଧ୍ୟ ଅନେକ କିଛି ଶିଖି ଥାଆନ୍ତି । ନୂଆ ସୃଜନଶୀଳ ପ୍ରତିଭା ମାନଙ୍କୁ ଭେଟିବାର ରୋମାଂଚ, ଫଟୋଗ୍ରାଫିର ଗଭୀରତାକୁ ଯାଇ ଖୋଜିବାର ଆନନ୍ଦ ତାଙ୍କୁ ବହୁତ ଉତ୍ସାହିତ କରେ । ଏଲ.ଏଲ.ଏ. ଅନଲାଇନ ତାଙ୍କର ସ୍ୱତନ୍ତ୍ର ଭାବରେ ପ୍ରିୟ ଯେହେତୁ ଏହା ନଅଟି ଭାରତୀୟ ଭାଷାରେ ଉପଲବ୍ଧ ଯାହା ଅନେକ ଆଶାୟୀ ଫଟୋଗ୍ରାଫରଙ୍କୁ ଫଟୋଗ୍ରାଫି ଶିଖିବା ପାଇଁ ପ୍ରେରଣା ଦେବ ।

Khushboo Agarwal

ସ୍ମୃତିର ଗଳିରେ ପଛକୁ ଫେରି ଚାହିଁଲେ ମତେ ଖୁସି ଲାଗେ ଯେ ମୋ ବାପାଙ୍କର ସତ୍ ସାହସ ଥିଲା ଯାହାଫଳରେ ସେ କଲିକତାର ସବୁ ସୁବିଧା ଓ ସୁଖ ଛାଡି ଚେନାଇ ଆସି ନିଜର ବ୍ୟବସାୟ ଆରମ୍ଭ କଲେ । ତାର ଅର୍ଥ ମୁଁ ଦୁଇଟି ଦୁନିଆର ସର୍ବୋକୃଷ୍ଣ ଜିନିଷ ସହିତ ପରିଚିତ ହେଲି – ଉତ୍ତର ଭାରତର ଚଳଣି ସହିତ ଅଙ୍ଗାଙ୍ଗୀ ଭାବେ ଜଡିତ ହେବା ପରେ ଦକ୍ଷିଣ ଭାରତ ତାମିଲ ମାନଙ୍କର ସହିତ ମଧ୍ୟ ଯୋଡି ହୋଇପାରିଲି ସେମାନଙ୍କର ଖାଦ୍ୟ, ସଂସ୍କୃତି ଓ ଜାଗା ସହିତ ମଧ୍ୟ । ଯାହା କୁହାଯାଏ , ବହୁବିଧତାରେ ହିଁ ଜୀବନର ସ୍ୱାଦ ଅଛି ।

ସ୍କୁଲରେ ନାଟକ, ଥିଏଟର କରିବା, ତର୍କ କରିବା ପ୍ରଭୃତି ବହୁତ କାମରେ ଯୋଡି ହୋଇଥିଲି । ଯଦିଓ କେବେ ବି ଭଲ ଗାଇ ପାରୁନଥିଲି, ତଥାପି ସ୍କୁଲର ଗାୟକ ଗୋଷ୍ଠୀ ସହ ମୁଁ କାମ କରୁଥିଲି କିନ୍ତୁ କ୍ଲାସରେ ପାଠରେ ସବୁଠାରୁ ଉପରେ ରହିବା ମୋର ପ୍ରାଥମିକତା ଥିଲା । ସବୁକିଛି ବଦଳିଗଲା ଯେତେବେଳ ୧୦ କ୍ଲାସର ପରୀକ୍ଷାଫଳ ଆସିଲା ଓ ମୁଁ ପଂଚମ ସ୍ଥାନରେ ଥିଲି ।

ମୋ ଆତ୍ମ ବିଶ୍ୱାସ ଦୋହଲିଗଲା । ଇଏ ପୁନଃ ଅବଲୋକନ କରିବାର ବେଳ । ମୁଁ ତା ପରର ଦୁଇ ବର୍ଷ ତାହାକୁ ସହଜରେ ଗ୍ରହଣ କରିବାର ଚେଷ୍ଟା କଲି । ମୁଁ ନିଜକୁ ପଚାରିଲି ଯେ ମତେ ପ୍ରକୃତରେ କଣ ଭଲ ଲାଗେ – ନାଚିବା? ଏକଥା ବହୁତ ମିଠା ମନେ ହେଲା ଯେତେବେଳେ ପୁରସ୍କାର ପାଇ ଗୋଟିଏ ଭଲ ନର୍ତ୍ତକୀର ସ୍ୱୀକୃତି ପାଇଲି । ଭାରତ ନାଟ୍ୟମ୍ କଥକ, ଘୁମର ଏ ସବୁ ପ୍ରକାରର ନାଚ ଶିଖିବା ମତେ ଆନନ୍ଦ ଦେଲା । ମୁଁ ତା ସହିତ ମିଶାଇଲି ସାଲସା ଜିଭେ, ଭାଚଥା । ଜୀବନ ମହତ୍ତ୍ର ହେଲା । ମୁଁ ଜାଣି ପାରିଲି ପାଠପଢ଼ା । ମୋର ପସନ୍ଦର ନୁହେଁ । ମୁଁ ଭିଜୁଆଲ କମ୍ୟୁନିକେଶନ ପଢ଼ିବା ଆରମ୍ଭ କଲି ଯେଉଁଠି ମୁଁ ଫଟୋଗ୍ରାଫି ସଂସ୍ପର୍ଶରେ ଆସିଲି – ମୋ ଜୀବନ ବଦଳିଗଲା । ଫଟୋଗ୍ରାଫି ମତେ ନୂତନ ଦୁନିଆଁ ସହିତ ଯୋଡି ହେବା ପାଇଁ ସୁଯୋଗ ଦେଲା – ବହୁତ ସଂଭ୍ରାନ୍ତରୁ ବହୁତ ସାଧାରଣ, ସଂପୂର୍ଣ୍ଣ ମନୁଷ୍ୟକୃତରୁ ନିଛକ ପ୍ରାକୃତିକ । ଏହି ବହୁବିଧତା ମତେ ନିଶାଗ୍ରସ୍ତ କଲା । ସେତେବେଳେ ହିଁ ଲାଇଟ୍ ଏଣ୍ଡ ଲାଇଫ ମତେ ଡାକିଲା । ଏଠାରେ ମୁଁ ମୋର ପ୍ରତ୍ୟେକ ମୁହୂର୍ତ୍ତକୁ ଉପଭୋଗ କଲି । ମୁଁ ଏବେବି ବିଭିନ୍ନତାର ପଛରେ ପଡିଛି । ଯଦିଓ ମୋର ବୃତ୍ତି ଫଟୋଗ୍ରାଫି ମୁଁ ନାଚେ ଏବଂ ନାଚ ଶିଖାଏ ବି । ସମୟକ୍ରମେ ମୁଁ ସିନେମାଟୋଗ୍ରାଫି ବି ଶିଖିବାକୁ ଚାହୁଁଛି ଓ କିଛି ମଂଚ ଅଭିନୟ ମଧ୍ୟ କରିବାକୁ ଚାହୁଁଛି ।

ବର୍ତ୍ତମାନ ମତେ ଅଦ୍ଭୂତ ସୁଯୋଗ ମିଳିଛି ମୋର ଫଟୋଗ୍ରାଫିର ଜ୍ଞାନ ଅନ୍ୟମାନଙ୍କୁ ଦେବା ପାଇଁ ଏବଂ ସେମାନଙ୍କର ସୃଜନଶୀଳ ଲୁକ୍କାୟିତ ସାମର୍ଥ୍ୟକୁ ସାକାର କରିବା ପାଇଁ – ଏଲ.ଏଲ.ଏ. ଅନଲାଇନ ଦ୍ୱାରା ମୋର ସୁଖର ପାତ୍ର ଭରି ଉଠୁଛି ।

Mihir H

Mihir Hardikar

ମୁଁ ଯଦି ମୋର ହିସାବରେ ଚାଲିଥାନ୍ତି ମୁଁ ଗୋଟିଏ ଜୋତା ଡିଜାଇନର ହୋଇଥାନ୍ତି । କାରଣ ମୁଁ ଘଂଟା ଘଂଟା ଧରି ମୋ ଭାଇର କମ୍ପୁଟରରେ ଖୋଜୁଥାଏ କେମିତି ଜୋତା ଡିଜାଇନର ହୁଅନ୍ତି ଓ ନାଇକ୍ କଂପାନିରେ ଚାକିରୀ ପାଆନ୍ତି । ମୋର କେତେକ ସ୍କୁଲ ସାଙ୍ଗମାନଙ୍କ ବାପାମାନେ ମତେ ଥଟ୍ଟା କରନ୍ତି କାରଣ ସେମାନେ ଭାବନ୍ତି ଯେ ଜୋତା ଡିଜାଇନର ହେବାମାନେ ମୋଚି କାମ କରିବା ।

ମୋ ୧୨ କ୍ଲାସ ପଢ଼ିବା ବେଳେ ମୁଁ ଜାଣି ପାରିଲି ବାଇଲୋଜିରେ ଗଛ ଓ ବେଙ୍ଗର ଚିତ୍ର ଆଙ୍କିବା, ଗଣିତର ଜଟିଳ ସୁତ୍ର ସମାଧାନ କରିବା ଅପେକ୍ଷା ମୋତେ ବେଶି ଭଲ ଲାଗେ । ତେଣୁ ମୁଁ କମର୍ସିଆଲ ଆର୍ଟ ଶିଖିବା ପାଇଁ ଜେଜେ ସ୍କୁଲ ଅଫ ଆର୍ଟ, ମୁମ୍ବାଇରେ ଜଇନ କଲି ଯା ଫଳରେ ମୁଁ ମୋର ଇଚ୍ଛା ମୁତାବିକ ଚିତ୍ର ଆଙ୍କି ପାରିବି । ମୋର ସିନିଅରମାନଙ୍କ ଦ୍ୱାରା ଉତ୍ସାହିତ ହୋଇ ଓ ଚିତ୍ର କଳାର ବିଭିନ୍ନ ଦିଗ ଯଥା ଏନିମେସନ, ଇଲଷ୍ଟ୍ରେସନ, ଏକ୍ଜିବିସନ ଡିସପ୍ଲେ, ଫଟୋଗ୍ରାଫି ବିଷୟରେ ଜାଣିବା ପରେ ମୁଁ ହୃଦୟଙ୍ଗମ କଲି ଯେ ମୁଁ ବିଜ୍ଞାପନ ଦୁନିଆରେ ଆଇଡିଆ ସୃଷ୍ଟି କରିବା ଅପେକ୍ଷା ଆଇଡିଆକୁ କାର୍ଯ୍ୟରେ ରୂପାନ୍ୱିତ କରିବାରେ ବେଶି ଆଗ୍ରହ ରଖେ ।

ଏଲ.ଏଲ.ଏ. ମୋ ପାଇଁ ଏକ ଆବିଷ୍କାର । ଏକା ସାଙ୍ଗରେ କିଛି ନୂଆ ଶିଖିବା ଓ କିଛି ପୁରୁଣା ଶିଖିବାକୁ ଭୂଲିଯିବା, ମୋତେ ଯାହା ଆସାଇନମେଣ୍ଟ ମିଳିଲା ମୁଁ ସବୁକଲି । ମୁଁ ବିଭିନ୍ନ କଲର, ଟେକ୍ସଚର ଓ ଅନ୍ୟ ଉପାଦାନର ସତେଜତାକୁ ନେଇ ବହୁ ପରୀକ୍ଷା ନିରୀକ୍ଷା କଲି । ସମୟକ୍ରମେ ମୁଁ ଜାଣି ପାରିଲି ଯେ ଫଟୋଗ୍ରାଫିର ଅନ୍ୟ କ୍ଷେତ୍ର ଅପେକ୍ଷା ମୁଁ ଖାଦ୍ୟ ଓ ପାନୀୟ ସଂପର୍କିତ ଫଟୋଗ୍ରାଫିରେ ଅଧିକ ଆଗ୍ରହୀ ସ୍ଥାନୀୟ ଜାଗା ଭ୍ରମଣ କଲାବେଳେ ମୁଁ ଖାଦ୍ୟକୁ ନେଇ କିଛି ବ୍ୟକ୍ତିଗତ ପ୍ରୋଜେକ୍ଟ ମଧ୍ୟ କରିଛି । ମୁଁ ଭାବେ ଲ୍ୟାଣ୍ଡସ୍କେପ, ପୋଟ୍ରେଟ, ସ୍ଥିର ଚିତ୍ର ଓ ଖାଦ୍ୟ ସଂପର୍କୟ ଫଟୋଗ୍ରାଫି ମୋର ଜ୍ଞାନ ଓ ଆଗ୍ରହକୁ କାମରେ ଲଗାଏ ।

ଅନେକ ସମୟରେ ଭାଷା ଓ ଭାବ ବିନିମୟକୁ ନେଇ କଳାକାରଟିଏ ଅସୁବିଧାର ସମ୍ମୁଖୀନ ହୁଏ । ଆଂଚଳିକ ଭଷାରେ ଉପଲବ୍ଧ ଏଲ.ଏଲ.ଏ. ଅନଲାଇନ ଏହି ପ୍ରକାରର ଲୋକଙ୍କ ପାଖରେ ପହଂଚିବାରେ ବହୁତ ସହାୟକ ହେବ । ଏହି କାର୍ଯ୍ୟକ୍ରମର ଅଂଶିଦାର ଭାବେ ମୁଁ ସତରେ ଖୁସି ।

Monika Adlakha

କଥା କହିବାରେ ବେଳେ ବେଳେ ଏଇ ସମସ୍ୟା ହୁଏ ଯେ ସମସ୍ତେ କହିବାପାଇଁ ଆରମ୍ଭ କରନ୍ତି ଆଉ ଶୁଣିବା ପାଇଁ କେହି ନଥାନ୍ତି । ଏବଂ ମୁଁ କଥା ଭିତରେ କିଛି ବିରାମର ଅଭାବ ଅନୁଭବ କଲି – ବିରାମ, ଯାହା ଆପଣଙ୍କୁ ନିରିକ୍ଷଣ କରିବା ପାଇଁ ସୁଯୋଗ ଦିଏ, କିଛି ଭାବିବା ପାଇଁ ସୁଯୋଗ ଦିଏ, କିଛି ବାଣ୍ଟିବା ପାଇଁ, କିଛି ଭାବର ଆଦାନ ପ୍ରଦାନ ପାଇଁ ସୁଯୋଗ ଦିଏ । ଏଇ ଅଳ୍ପ ବିରାମ ଏବେ ମୋର ସଜ୍ଞା ନିରୁପିତ କରେ – ଗୋଟିଏ ଫଟୋଗ୍ରାଫର ହିସାବରେ । ମୁଁ ଜଣେ ଆତ୍ମସ୍ୱୀକୃତ ଖାଦ୍ୟପ୍ରେମି, ଲୋକମାନଙ୍କ ଗତିବିଧିର ସକ୍ରିୟ ଦ୍ରଷ୍ଟା, ଜଣେ ଲେଖିକା, ଜଣେ ଫଟୋଗ୍ରାଫର ଏବଂ ଜଣେ ନିରନ୍ତର ପଥିକା ।

ପ୍ରାୟ ପନ୍ଦର ବର୍ଷ ମୁଁ ଶବ୍ଦ ମାଧ୍ୟମରେ ନିଜକୁ ବ୍ୟକ୍ତ କଲି, କେତେବେଳେ ଗଣମାଧ୍ୟମର ବ୍ୟକ୍ତି ଭାବରେ ତ କେବେ ଯୋଗାଯୋଗ ବିଶେଷଜ୍ଞ ଭାବରେ । ତାହା ମୋ ପାଇଁ ଯଥେଷ୍ଟ ହେବାର ଥିଲା କିନ୍ତୁ ହେଲାନାହିଁ । ଜୀବନର ଉଦ୍ଦେଶ୍ୟ ହେଉଛି ଏକ ଉଦ୍ଦେଶ୍ୟପୂର୍ଣ୍ଣ ଜୀବନ । ଜୀବନର ଏହି ଅନ୍ୱେଷଣ ମତେ ଅପୁର୍ଣ୍ଣତାକୁ ବୁଝିବାକୁ ପ୍ରେରିତ କରିଛି, ମତେ ଶିଖାଇଛି ଆଖିଦେଇ କେମିତି ଅନୁଭବ କରିହୁଏ, ଅନ୍ତର୍ନିହିତ ସୌନ୍ଦର୍ଯ୍ୟକୁ ବି କେମିତି ଦେଖିହୁଏ ଆଉ ସମୟର ଧାରାରେ ମୁହୁର୍ତ୍ତମାନଙ୍କୁ କେମିତି ଧରି ରଖିହୁଏ ।

ମୋ ଭିତରର ଯାଯାବରର ଅବଦାନ ଯେ ମୁଁ ଚେହେରା ଓ ସ୍ଥାନର ଆଗକୁ ମାଡ଼ିଚାଲିବି ଓ ଯାହା ଭଲ ଲାଗିବ ତାହା କରିବି, ଜୀବନକୁ ଚିତ୍ରିତ କରିବି ବାସ୍ତବ, କଚ୍ଚା ଓ ସାମ୍ପ୍ରତିକ ଭାବରେ ।

ଲାଇଟ୍ ଏଣ୍ଡ ଲାଇଫ୍ ଏକାଡେମୀ ମତେ ଯେଉଁ ଅନୁଭୂତି ଦେଇଛି ତା ମୋ ଜୀବନରେ ଶେଷ ପର୍ଯ୍ୟନ୍ତ ରହିବ । ଏହି ଚାଲେଞ୍ଜ, ଏଇ ଉତ୍ତେଜନା, ଏହି ଯାତ୍ରା ଓ ଏହି ପ୍ରାପ୍ତି ମୋ ସହିତ ସରିଯାଉ – ଏହା ମୁଁ ଚାହିଁବିନି ।

ମୁଁ ଚାହିଁବି ଏଲ୍.ଏଲ୍.ଏ. ଅନ୍ଲାଇନ୍ ରେ ମୋର ଯୋଗଦାନ ଫଟୋଗ୍ରାଫି କ୍ଷେତ୍ରରେ ନୂତନ ଚିନ୍ତାର ମହୋତ୍ସବ, ନୂଆ ଧାରଣାର ଅବତାରଣା ଓ ନୂତନ ବାର୍ତ୍ତାଳାପର ଆରମ୍ଭ ବିନ୍ଦୁ ହେଉ ।

ଲାଇଟ୍ ଏଣ୍ଡ ଲାଇଫ୍ ଏକାଡ଼େମୀ କେବଳ ଏକ ଅନୁଷ୍ଠାନ ନୁହେଁ । ଏହା ଏକ ଅନୁଶାସନ । ଏଠି ଆପଣ ପାଲଟିଯାନ୍ତି ଛାଇ ଆଲୁଅର ଅସରନ୍ତି ମ୍ୟାଜିକ୍ର ଜଣେ ଉତ୍ସୁକ ଦର୍ଶକ । କହିବା ବାହୁଲ୍ୟ ଯେ ଏହା ମୋ ପାଇଁ ଗର୍ବର କଥା ଯେ ସେଇ ଅନୁଷ୍ଠାନ ସହିତ ପୁଣି ଯୋଡିହେବି ଯାହା ଯୋଗୁଁ ମୁଁ ଆଜି ଏହି ସ୍ଥାନରେ ପହଞ୍ଚିପାରିଛି । ଆପଣ ଯଦି ଜୀବନର ଉଦ୍ଦେଶ୍ୟ ପାଇପାରିଛନ୍ତି, ନିଜର ଆବେଗକୁ ବଞ୍ôଚବା ପାଇଁ ମୋ ସାଥିରେ ଯୋଗ ଦିଅନ୍ତୁ ।

Punya Arora

ପୁଣ୍ୟା ଅରୋରା ଜନ୍ମରେ ପଞ୍ଜାବୀ କିନ୍ତୁ ଅନ୍ତରରେ ଦକ୍ଷିଣ ଭାରତୀୟ । ସେ ଜଣେ ପେଶାଦାର ଫଟୋଗ୍ରାଫର, ଆତ୍ମ ଘୋଷିତ ବିରିଆନୀ ପ୍ରେମି, ଏବଂ ଦେଶର ଖୁବ୍ କମ୍ ମହିଳା ମଞ୍ଚ ହାସ୍ୟକାର ମଧ୍ୟରୁ ଜଣେ । ତାଙ୍କର ହାସ୍ୟକାରୀର ଶୈଳୀ ଦୈନନ୍ଦିନ ଜୀବନ ଚର୍ଯ୍ୟା ଉପରେ ଆଧାରିତ କିଛି ମଜାଦାର ମୁହୁର୍ତ୍ତ, ପରିସ୍ଥିତି ଓ ଉଚ୍ଚାରଣ କୁ ନେଇ । ତାଙ୍କ ଫଟୋଗ୍ରାଫିରେ ମୂଖ୍ୟତଃ ଭୂଇଁ ଉପରେ ଓ ପାଣିତଳେ ଥିବା ଲୋକମାନଙ୍କର ଫଟ ସାମିଲ୍ । ପୋଟ୍ରେଟ ଓ ପେସନ୍ ଫଟ ସହିତ ସେ ଖାଲିସ୍ଥାନ, ଖାଦ୍ୟ ଓ ବିବାହ ଉତ୍ସବର ମଧ୍ୟ ଫଟ ନିଅନ୍ତି । ଖୁସି ଓ ଆଲୋକ ଅବିରତ ବାଣ୍ଟିବା ହିଁ ପୁଣ୍ୟାଙ୍କ ଜୀବନର ପରିଚୟ କହିଲେ ଠିକ୍ ହେବ ।

ଏଲ୍.ଏଲ୍.ଏ. ଅନ୍ଲାଇନ୍ର ଅଂଶିଦାର ହେବା ପୁଣ୍ୟାଙ୍କ ଅନ୍ତର୍ନିହିତ ଗୁଣ ସହ ଖୁବ୍ ମିଶିଯାଏ । ଯାହାହେଲା ସମାଜକୁ କିଛି ଫେରାଇବା ଓ ଫଟୋଗ୍ରାଫି ପାଇଁ ତାଙ୍କର ଆବେଗକୁ ଅନ୍ୟମାନଙ୍କ ସହ ବାଣ୍ଟିବା ।

ପୁଣ୍ୟା ଦୃଢ ଭାବରେ ବିଶ୍ୱାସ କରନ୍ତି ଯେ ଶିଖାଇବା ଦ୍ୱାରାହିଁ ଭଲ ଭାବରେ ଶିଖି ହୁଏ । ଏଲ ଏଲ ଏ. ଅନଲାଇନ ଫଟୋଗ୍ରାଫି ଜ୍ଞାନ ବାଣ୍ଟିବା ପାଇଁ ତ୍ୱରକ ହିସାବରେ କାମ କରିବ ।

Krishna

Rejoi Krishna

ଦକ୍ଷିଣ ଭାରତର ମଧ୍ୟବିତ୍ତ ପରିବାରର ସ୍ୱାଭାବିକ ଅଭିଳାଷ ଅନୁସାରେ ଇଂଜିନିୟର ଓ ଡାକ୍ତର ହେବା ମୋର କେବେବି ଉଦ୍ଦେଶ୍ୟ ନଥିଲା । ମୋର କେବଳ ଗୋଟିଏ ହିଁ ଲକ୍ଷ୍ୟ ଥିଲା ପି.ଏସ.ଜି ଆର୍ଟସ ଏଣ୍ଡ ସାଇନସ କଲେଜ କୋଇମ୍ବାଟୁରରେ ମନୋବିଜ୍ଞାନର ଛାତ୍ର ହେବା ମୋର କଲେଜର ଦ୍ୱିତୀୟ ବର୍ଷରେ କଲେଜରେ ‘ଭିସ୍ କମ୍’ କୋର୍ସ ଆରମ୍ଭ ହେଲା । ଭିସ୍କମ୍ ଛାତ୍ରମାନଙ୍କ ସାଙ୍ଗେ ମିଶିଲା ପରେ ମତେ ଲାଗିଲା ଯେ ମୋର ପ୍ରକୃତ ଆଗ୍ରହ ହେଉଛି ଲୋକମାନଙ୍କର ମନୋରଂଜନ କରିବା ମୁଁ ରେଡିଓ ଜକି ହିସାବରେ ରେଡିଓ ମିର୍ଚ୍ଚିରେ ଜଇନ୍ କଲି । ଖୁବ୍ କମ୍ ସମୟ ଭିତରେ ମୁଁ ବହୁତ ଲୋକପ୍ରିୟ ହୋଇଗଲି । ସାତବର୍ଷ ପରେ ମୁଁ ଭାବିଲି କିଛି ଅଲଗା କରିବାକୁ ଏବଂ ନିଷ୍ପତ୍ତି ନେଲି ମୋର ଫଟୋଗ୍ରାଫି ପାଇଁ ଥିବା ଆଗ୍ରହକୁ ଅନୁସରଣ କରିବାକୁ । ମୋତେ ଲାଗିଲା, ମୁଁ କହୁଥିବା କଥାରେ ଲୋକଙ୍କର ମନୋରଂଜନ କରିବା ଅପେକ୍ଷା ଏବେ ଦେଖୁଥିବା ଦୃଶ୍ୟ ଉପସ୍ଥାପନା କରି ତାହା କରିବି ।

ମୁଁ ଫଟୋଗ୍ରାଫି ଦୁନିଆରେ ପଶିବା ପାଇଁ ଇଚ୍ଛା କଲି । ମୁଁ ଫଟୋଗ୍ରାଫିର ପ୍ରତ୍ୟେକ ଦିଗ ଓ ଟେକ୍ନୋଲଜି ବିଷୟରେ ଶିଖି ପେଶାଦାର ଫଟୋଗ୍ରାଫର ହେବା ପାଇଁ ଲାଇଟ ଏଣ୍ଡ ଲାଇଫ ଏକାଡେମୀରେ ଜଏନ୍ କଲି । ଏହା ଚକମପ୍ରଦ ଯେ ଏଲ.ଏଲ.ଏ. ଆମକୁ ଶିଖାଇଲା ଯେ ଜ୍ଞାନ ଆହରଣ ପାଇଁ ବୟସ କେବେ ବି ପ୍ରତିବନ୍ଧକ ନୁହେଁ । ଏଲ.ଏଲ.ଏ. ମତେ ଫଟୋଗ୍ରାଫିର ଜ୍ଞାନ ଓ ଉତ୍ସାହ ଦେଇ ମତେ ଏଇ ଜାଗାରେ ପହଂଚାଇଛି । ଏହା ମୋ ପାଇଁ ଆଶିର୍ବାଦ ବୋଲି ମୁଁ ଭାବୁଛି ।

ଏବେ ମୁଁ ଆର୍କିଟେକ୍ଚର, ଫେସନ, ଅଟୋମୋବାଇଲ ଓ ଟ୍ରାଭେଲ ଫଟୋଗ୍ରାଫର ହେବାର ସ୍ୱପ୍ନକୁ ସାକାର କରୁଛି । ଏଲ.ଏଲ.ଏ ଅନଲାଇନ୍ ମୋତେ ସୁଯୋଗ ଦେଉଛି ମୁଁ ଅନ୍ୟ ଫଟୋଗ୍ରାଫର ମାନଙ୍କଠାରୁ ଯାହା ଶିଖିଛି ତାହା ସମସ୍ତଙ୍କ ସହ ବାଣ୍ଟିବା ପାଇଁ ।

Sathish

Sathish Kumar Raju

ପିଢ଼ିରୁ ପିଢ଼ିବ୍ୟାପୀ ଫଟୋଗ୍ରାଫି ସହ ଯୋଡି ହୋଇଥିବା ପରିବାରରେ ସତୀଶଙ୍କର ଜନ୍ମ । ତାଙ୍କର ଅଣଜେଜେ ୧୯୦୪ ମସିହାରେ ପଣ୍ଡିଚେରୀଠାରେ ଓମନି ଫଟୋ ଷ୍ଟୁଡିଓ ନାଁରେ ଗୋଟିଏ ଛୋଟ ଷ୍ଟୁଡିଓ ଖୋଲିଥିଲେ । ତାଙ୍କର ଫଟ୍ରୋଗ୍ରାଫିରେ ପ୍ରଥମ ଉଲ୍ଲେଖନୀୟ ସ୍ମୃତି ହେଉଛି ତାଙ୍କ ବାପାକୁ ଘରେ ଗୋଟିଏ ଫଟୋର ବଡ ସାଇଜ୍ର ପ୍ରିଣ୍ଟ୍ କରିବା ବେଳେ ଦେଖିବା । ସେ ମନେପକାନ୍ତି ଯେ ଏଇ ପ୍ରିଣ୍ଟ୍ଗୁଡିକ ପ୍ରାୟ ରାତିରେ ତାଙ୍କ ବାଲକୋନିରେ ବା ଘରର ମଝିଭାଗରେ ଥିବା ଖାଲିଯାଗା ଯାହାକୁ ‘ମୁତ୍ରମ୍’ କୁହାଯାଏ ସେଠାରେ କରାଯାଏ । ତାଙ୍କର ମନେ ଅଛି ଯେତେବେଳ ତାଙ୍କ ଜେଜିମା ‘ହାଇପୋ’ ତିଆରି କରନ୍ତି ଓ କେତେ ଥଣ୍ଡା ଅଛି ଜାଣିବା ପାଇଁ ସେଥିରେ ହାତ ବୁଡାନ୍ତି । ତାଙ୍କର ପ୍ରଥମ ଫ୍ରିଣ୍ଟ ହେଲା ଗୋଟିଏ ଲୋକର ଲାଇଫ ସାଇଜ୍ ପୋଟ୍ରେଟ । ଇମେଜଟି ଯେତେବେଳ ଆସ୍ତେ ଆସ୍ତେ ନିଜକୁ ପ୍ରକାଶିତ କଲା ତାଙ୍କୁ ତାହା ମ୍ୟାଜିକ ପରି ଲାଗିଲା ଓ ତାଙ୍କ ବାପା ଥିଲେ ମ୍ୟାଜିସିଆନ୍ । ସେହି ଦିନରୁ ସତୀଶ ଫଟୋଗ୍ରାଫି ସହ ସଂଲଗ୍ନ ହୋଇଗଲେ ।

ତେଣୁ ଏହା କିଛି ନୂଆ ନୁହେ ଯେ ସତୀଶ ଲୟେଲା କଲେଜରେ ବି ଏସସି. ଭିଜୁଆଲ ଆର୍ଟରେ ନିଜ ନାଁ ଲେଖାଇଲେ । ତାପରେ ତାଙ୍କର ଅନ୍ନର୍ନିହିତ ଇଚ୍ଛାର ଫଳ ସ୍ୱରୁପ ସେ ଇକବାଲ ମହମ୍ମଦଙ୍କ ତତ୍ତ୍ୱାବଧାନରେ ରହି ଫଟୋଗ୍ରାଫି ଆଗ୍ରହକୁ ସାକାର କଲେ । ସେ ଏଲ.ଏଲ. ଏରେ ଦୁଇବର୍ଷ କାମ ମଧ୍ୟ କଲେ ଯେତେବେଳେ ସେ ଆନୁଷ୍ଠାନିକ ଭାବେ ଫଟୋଗ୍ରାଫି ଶିଖିବାର ଆବଶ୍ୟକତାକୁ ହୃଦୟଙ୍ଗମ କଲେ । କୋର୍ସ ସରିବା ପରେ ସେ ଇକବାଲ ସାରଙ୍କ ବହୁତ ସୁଟିଂରେ ସହାୟକ ଭାବେ କାମ କରିଛନ୍ତି । ସତୀଶ ଏଇ ସମୟରେ ତାଙ୍କର ତୀକ୍ଷ୍ମ ଅବଲୋକନରୁ ବହୁତ କିଛି ଶିଖିଛନ୍ତି । ସେ ଖାଲି ଫଟୋଗ୍ରାଫି ନୁହେଂ ବରଂ ଭିନ୍ନ ସଂସ୍କୃତି, ଖାଦ୍ୟ, ଜୀବନ ଶୈଳୀ ଓ ଲୋକଙ୍କ ବିଷୟରେ ମଧ୍ୟ ବହୁତ କିଛି ଶିଖିଲେ । ତାହା ତାଙ୍କୁ ଆଜି ଦେଶର ଜଣେ ସଫଳ ଅଟୋମୋବାଇଲ ଫଟୋଗ୍ରାଫର ହିସାବରେ ଖ୍ୟାତି ଦେଇଛି । ସେ ଲାଇଟ ଏଣ୍ଡ ଲାଇଫ ଏକାଡେମୀର ଫୁଲଟାଇମ କୋର୍ସର ଜଣେ ନିୟମିତ ଅଧ୍ୟାପକ ମଧ୍ୟ ।

ସମାଜକୁ କିଛି ଫେରାଇ ଦେବା ପାଇଁ ତଥା ଅଧିକରୁ ଅଧିକ ଲୋକଙ୍କୁ ପେଶା ବା ହବି ହିସାବରେ ଫଟୋଗ୍ରାଫିକୁ ନେବା ପାଇଁ ଉତ୍ସାହିତ କରିବା ପାଇଁ ତାଙ୍କର ଥିବା ଅସୀମ ପିପାସା ସତୀଶଙ୍କୁ ଏଲ.ଏଲ ଏ ଅନଲାଇନରେ ଜଣେ ମେଣ୍ଟର ହେବା ପାଇଁ ପ୍ରରୋଚିତ କଲା । ଯଦିଓ ଫଟୋଗ୍ରାଫି କୋର୍ସ ଅନଲାଇନରେ ଅନ୍ୟ ଜାଗାରେ ବି ଉପଲବ୍ଧ ହେଉଛି ଶିକ୍ଷାର୍ଥୀମାନଙ୍କର କାର୍ଯ୍ୟ ଉପରେ ପେଶାଦାର ଫଟୋଗ୍ରାଫରଙ୍କର ମତାମତ ଅନ୍ୟ ଜାଗାରେ ମିଳେ ନାହିଁ ।

ସତୀଶଙ୍କର ମତ ଯେ ଏଲ.ଏଲ.ଏ ଅନଲାଇନ ଦ୍ୱାରା ଏହି ଅଭାବ ପୂରଣ ହୋଇପାରିବ

Shaheen

Shaheen Taha

ମୋର ସୌଭାଗ୍ୟ ଯେ ମୋର ବାପା ଜଣେ ପେଶାଦାର ଫଟୋଗ୍ରାଫର । ମୋର ଚାରିବର୍ଷ ବୟସରେ ମତେ ଗୋଟାଏ କ୍ୟାମେରା ଦିଆଯାଇଥିଲା ଓ ମୁଁ ଫଟ ନେବା ଆରମ୍ଭ କଲି । ତାପରେ ମୁଁ ଆଉ ଅଟକି ରହିନି । କଲେଜକୁ ଆସିବା ପରେ ଇଂଜିନିୟରିଂ ପଢ଼ିବା ସେ ସମୟର ଗତାନୁଗତିକତା ଥିଲା । ତେଣୁ ମୁଁ ବି ସେ ଭିଡ଼ରେ ସାମିଲ ହୋଇଗଲି । ଇଂଜିନିୟରିଂ ପଢ଼ିବା ବେଳେ ମୁଁ ଦୁଃସାହସିକ ଭାବେ କାର ଚଳାଉଥିଲି ଓ ଲୋକମାନେ ଡ଼ରି ଯାଉଥିଲେ । ମୋର ଅନ୍ୟ ଆଗ୍ରହର କ୍ଷେତ୍ର ଥିଲା ସଂଗୀତ । ବିଜ୍ଞାନ ମତେ ପ୍ରାୟ ପ୍ରାୟ ମାରି ଦେଉଥିଲା । ତେଣୁ ମୁଁ ମୋ ବାପାଙ୍କୁ ବୁଝାଇ କହିଲି ଯେ ବିଜ୍ଞାନ ନୁହେଁ ମତେ ସୃଜନଶିଳ କ୍ଷେତ୍ର ଆଡ଼କୁ ଯିବାକୁ ହେବ ।

ତେଣୁ ମୁଁ ୱିଗାନ ଏଣ୍ଡ ଲି କଲେଜରେ ଆଡ୍ଭାର୍ଟାଇଜିଂ ଓ ଡ଼ିଜାଇନ୍ ଉପରେ ତିନିବର୍ଷର କୋର୍ସ କଲି । ଏଇ ସମୟ ଭିତରେ ମୋର ଫଟୋଗ୍ରାଫି ପ୍ରତି ପ୍ରବଳ ଆକର୍ଷଣ ଅସିଲା ଓ ମୁଁ ଲାଇଟ୍ ଏଣ୍ଡ ଲାଇଫ ଏକାଡ଼େମୀରେ ପହଞ୍ôଚଗଲି । ଏଲ୍.ଏଲ୍.ଏ ମୋ ପାଇଁ କଣ ଅର୍ଥ ରଖେ ତା କହିବା ପାଇଁ ମୋ ପାଖେ ଶବ୍ଦ ନାହିଁ । ଏଲ୍.ଏଲ୍.ଏ ଯୋଗୁ ମୋର ଫଟୋଗ୍ରାଫି ପ୍ରତି ନଜରିଆ ସମ୍ପୂର୍ଣ୍ଣ ବଦଳି ଗଲା ।

ମୁଁ ପ୍ରତ୍ୟେକ ପ୍ରକାରର ଫଟୋଗ୍ରାଫି କରିବାରେ ଆଗ୍ରହ ରଖେ । ଏବେ ମୁଁ ମୁଖ୍ୟତଃ ଫେସନ୍ ଫଟୋଗ୍ରାଫି, ଆର୍କିଟେକ୍ଚର ଓ ଇଣ୍ଟେରିଅର ଫଟୋଗ୍ରାଫି ଆଉ ସିନେମା ପ୍ରମୋରେ କାମ କରୁଛି । ବର୍ତ୍ତମାନ ମୁଁ କିଛି ଗୁରୁତ୍ୱପୂର୍ଣ୍ଣ ଅଟୋମୋବାଇଲ ଫଟୋଗ୍ରାଫି କରିବା ଚାହୁଁଛି, କିନ୍ତୁ ଥ୍ରିଡ଼ି (୩ଊ) ନୁହେ ଯାହା ବର୍ତ୍ତମାନ ର ଚାହିଦା । ମୁଁ ଗୋଟିଏ ଗାଡ଼ିର ଚମକ୍ରାର ଫଟୋ ନେବାକୁ ଚାହେଁ ଯାହାକୁ କି ଆଉ ରିଟଚ୍ କରିବାର ଆବଶ୍ୟକତା ରହିବ ନାହିଁ ।

ମୁଁ ଅନ୍ୟମାନଙ୍କ କାମ ମଧ୍ୟ ଦେଖି ସେମାନଙ୍କ ସାଙ୍ଗରେ ମୋର ମତାମତ ବାଣ୍ଟିବା ପାଇଁ ଚାହେଁ । ଏହା ଏକ ବହୁତ ଭଲ ଶିଖିବାର ଅନୁଭୂତି ତେଣୁ ମୁଁ ଖୁସି ଯେ ମୁଁ ଏଲ୍.ଏଲ୍.ଏ. ଅନ୍ଲାଇନ୍ ରେ ମେଣ୍ଟର ହୋଇପାରିଛି । ବହୁତ ଲୋକ ଅଛନ୍ତି ଯାହାଙ୍କ ପାଇଁ ଭାଷା ଏକ ପ୍ରତିବନ୍ଧକ ସୃଷ୍ଟି କରେ । ସେମାନଙ୍କର ପ୍ରଚଣ୍ଡ ପ୍ରତିଭା ଥିବା ସତ୍ତେ୍ୱ ସେମାନେ ଭାବର ଆଦାନ ପ୍ରଦାନ କରିପାରନ୍ତି ନାହିଁ । ତେଣୁ ଏହା ଏକ ଉତ୍ତମ ପଦକ୍ଷେପ ଯେ ଏହି କୋର୍ସ ନଅଟି ଭାରତୀୟ ଭାଷାରେ ମଧ୍ୟ ମିଳିପାରୁଛି । ମୁଁ ଅତ୍ୟନ୍ତ ଖୁସି ଯେ ବହୁତ ଅଧିକ ଲୋକ ଏବେ ଏଲ୍.ଏଲ୍.ଏ. ପରିବାରରେ ସାମିଲ ହୋଇପାରିବେ ।

Shantonobho Das

ମୋ ବାପାଙ୍କର ଅଲିଂପସ କ୍ୟାମେରା ମାଧ୍ୟମରେ ଫଟୋଗ୍ରାଫି ସହ ମୋର ପ୍ରଥମ ପରିଚୟ । ପ୍ରଥମ ଥର ଯେତେବେଳ ମୁଁ ତାଙ୍କର କ୍ୟାମେରା ଧରି ଭିଉ ଫାଇଣ୍ଡରରେ ଦେଖିଲି ତାହା ମୋ ପାଇଁ ଏକ ମହାର୍ଘ ମୁହୂର୍ତ୍ତ ଥିଲା । ନୀଳ ଆକାଶ, ଅଂତହୀନ ସମୁଦ୍ର ଓ ସ୍ୱଚ୍ଛ ବର୍ଷାର ବିନ୍ଦୁ କ୍ୟାମେରା ଲେନ୍ସରେ ଅଧିକ ସୁନ୍ଦର ଲାଗୁଥିଲା । ଏହା ମୋର ଫଟୋଗ୍ରାଫି ପ୍ରତି ଆଗ୍ରହକୁ ବଳବତ୍ତର କଲା ।

ମା’ଙ୍କର ରୋଷେଇରେ ତାଙ୍କୁ ସାହାଯ୍ୟ କରିବା ମୋ ପାଇଁ ଅନ୍ୟ ଏକ ଆଗ୍ରହର କ୍ଷେତ୍ର ଥିଲା । ସ୍କୁଲ ପରେ ମୁଁ କମର୍ସରେ ଡିଗ୍ରୀ ପାଇବା ଦିଗକୁ ଚାଲିଗଲି କିନ୍ତୁ ଚିତ୍ର ମାଧ୍ୟମରେ ନିଜକୁ ବ୍ୟକ୍ତ କରିବା ହିଁ ମୁଁ ଚାହେଁ – ଏହା ମୁଁ ହୃଦୟଙ୍ଗମ କଲି । ମୁଁ ଗୋଟିଏ ବ୍ରେକ୍ ନେଇ କ୍ରୁଜ ଜାହାଜରେ ପୃଥିବୀ ଭ୍ରମଣରେ ବାହାରି ଗଲି ଏଥିପାଇଁ ଯେ ମୁଁ ବିଭିନ୍ନ ଜାଗା ଓ ବିଷୟବସ୍ତୁର ଚିତ୍ର ଧରି ରଖିପାରିବି । କ୍ରୁଜ ଯାତ୍ରାରେ ଶେଷରେ ମୁଁ ନିଷ୍ପତ୍ତିି ନେଲି ପରବର୍ତ୍ତୀ ଜୀବନରେ ଫଟୋଗ୍ରାଫି ହିଁ ମୁଁ କରିବାକୁ ଚାହିଁବି ଯାହା ମତେ ଲାଇଟ ଏଣ୍ଡ ଲାଇଫ ଏକାଡେମୀକୁ ଟାଣି ଆଣିଲା । ଫଟୋଗ୍ରାଫିର ପ୍ରାକ୍ଟିକାଲ କ୍ଲାସ, ଡେମନ୍ଷ୍ଟ୍ରେସନ ଓ ଆସାଇନମେଣ୍ଟ ମତେ ସବୁଠୁ ବେଶି ଆକର୍ଷିତ କଲା । ଏବଂ ଆସାଇନମେଣ୍ଟ କରିବା ପାଇଁ ମୋର ବିଭିନ୍ନ ଜାଗାକୁ ଯିବା ପାଇଁ ମୋତେ ସୁଯୋଗ ଦେଲା । ଲୋକ ଓ ପ୍ରକୃତିକୁ ତାର ସ୍ୱାଭାବିକ ଅବସ୍ଥାରେ ଖୋଜି ବାହାର କରିବା ପାଇଁ ଆଜିକାଲି ମୁଁ ମୋର ଫଟୋଗ୍ରାଫିର ଖୋଜ୍ ଜାରି ରଖିଥିଲେ ବି ମୁଁ ଭଲ ଖାଦ୍ୟ ଖାଇବାକୁ ଭଲ ପାଏ ଓ ରୋଷେଇ କରି ଅନ୍ୟକୁ ଖୁଆଇବାକୁ ବି । ମୁଁ ସବୁବେଳେ ବିଶ୍ୱାସ କରେ ଯେ ଜ୍ଞାନ ବାଣ୍ଟିଲେ ହିଁ ବଢ଼େ । ଏଲ.ଏଲ.ଏ. ଅନଲାଇନ ମୋ ପାଇଁ ଏକ ସୁଯୋଗ ସୃଷ୍ଟି କରିବ । ଫଟୋଗ୍ରାଫି ଜ୍ଞାନ ବାଣ୍ଟିବା ପାଇଁ ଯାହା ଇକବାଲ ଓ ଅନ୍ୟ ମେଣ୍ଟରମାନେ ମୋତେ ଶିଖାଇଛନ୍ତିି ।

Sukil Tarnas

ମୋର ପିଲାବେଳେ ମୁଁ ଜଣେ ପ୍ରିଷ୍ଟ (ଖ୍ରୀଷ୍ଟିୟାନ ଧର୍ମଯାଜକ)ଙ୍କର ଜୀବନ ପ୍ରତି ଆକୃଷ୍ଟ ହୋଇଥିଲି, ଯେ ଆମ ପରିବାରର ମଧ୍ୟ ବନ୍ଧୁ ଥିଲେ । ସେ ଏକ ମଟର ସାଇକେଲରେ ସହର ସାରା ବୁଲୁଥିଲେ, ତାଙ୍କ ବ୍ୟକ୍ତିତ୍ୱରେ କ୍ଷମତା ଓ ପ୍ରାପ୍ତିର ଆଭା ଥିଲା । ସେତେେବେଳ ମୁଁ ଭାବୁଥିଲି ବଡ ହେଲେ ମୁଁ ପ୍ରିଷ୍ଟଟିଏ ହେବି । କିନ୍ତୁ ସ୍କୁଲରେ ପଢ଼ିବାବେଳେ ମୁଁ ଜାଣିପାରିଲି ଯେ ତା ମୋର ପ୍ରକୃତ ଆଗ୍ରହର କ୍ଷେତ୍ର ନୁହେଁ । ତାପରେ ମୁଁ ଲୟେଲା କଲେଜ ଚେନାଇରେ ପଢ଼ିଲି । ସ୍କୁଲରେ ଆଂଚଳିକ ଭାଷାରେ ପଢ଼ିବା ପରେ ଏତେ ଖ୍ୟାତି ସଂପର୍ଣ୍ଣ ଲୟେଲା କଲେଜରେ ପଢ଼ିବା ବେଳେ ମତେ ଖୁବ୍ ଅସୁରକ୍ଷିତ ବୋଧ ହେଲା । ମୋର ବିଜ୍ଞାନରେ ଭଲ ମାର୍କଥିବା ଯୋଗୁଁ ମୁଁ କେମିଷ୍ଟ୍ରି ପଢ଼ିବା ପାଇଁ ଠିକ୍ କଲି କିନ୍ତୁ ଭାଷାଗତ ଅସୁବିଧା ଯୋଗୁଁ ମୁଁ ବହୁତ କ୍ଲାସରେ ଅନୁପସ୍ଥିତ ରହି ଯେତେ ସମ୍ଭବ ପାଠ୍ୟକ୍ରମ ବାହାରେ ଥିବା କାର୍ଯ୍ୟ ସହ ଜଡିତ ହୋଇଗଲି । ମୋତେ ଯାହା ବେଶି ଆକୃଷ୍ଟ କରିଥିଲା ତା ହେଲା କଳା ଓ କାରିଗରୀ । ତେଣୁ ମୁଁ ବହୁତ ସମୟ କାଟୁଥିଲି ହଷ୍ଟେଲକୁ ସଜେଇବା, କ୍ୟାମ୍ପସରେ ବିଭିନ୍ନ ଛାତ୍ର ମାନଙ୍କ କାର୍ଯ୍ୟକ୍ରମ ପାଇଁ ପୋଷ୍ଟର ତିଆରି କରିବାରେ ।

ସେ ସମୟରେ ମୁଁ ‘ୱାର୍ଲ୍ଡ ସୋସିଆଲ ଫୋରମ’ ସହ ଜଡିତ ହୋଇଗଲି ଯାହା ସେତେବେଳେ ବହୁତ ବଡ ନାଁ କରିଥିଲା । ଯେତେବେଳେ କିଛି ସ୍ୱେଚ୍ଛାସେବୀ ଅନୁଷ୍ଠାନ ହାଇଦ୍ରାବାଦଠାରେ ‘ଏସିଆନ୍ ସୋସିଆଲ ଫୋରମ’ ଆରମ୍ଭ କଲେ, ଫାଦର ହେନେରି ମୋତେ ପ୍ରଥମ ଡି.ଏସ.ଏଲ. ଆର କ୍ୟାମେରା ଓ ଚାରିଟି ରୋଲ ଦେଇ ସେଇ ଘଟଣାଟିକୁ କ୍ୟାମେରାରେ ତୋଳିବାକୁ କହିଥିଲେ । ମୋତେ କିଛିକ୍ଷଣ ପାଇଁ ହଜିଗଲାପରି ଲାଗିଲା । କିନ୍ତୁ ସେ ମୋତେ କହିଲେ ଖାଲି ସଟରକୁ ୧/୧୨୫ ଓ ଆଇ.ଏସ.ଓକୁ ୧୦୦ ରେ ସେଟ୍ କରି ଫଟୋ ନେବା ପାଇଁ । ମୁଁ କିଛି ଠିକ୍ଠାକ୍ ହିଁ କରିଥିବି ନିଶ୍ଚୟ କାରଣ ତାପରେ ଫାଦର ହେନେରୀ ମତେ ତାଙ୍କ ନିଜ ଦାୟିତ୍ୱରେ ନେଇ ଯିବା ପାଇଁ ନିଷ୍ପତ୍ତି ନେଲେ । ମୋତେ ଲୟେଲା କଲେଜର ‘ଭିଜୁଆଲ କମ୍ୟୁନିକେସନ’ କ୍ଲାସରେ ଦାଖିଲ କରାଇଲେ, କିଛି ଫଟୋଗ୍ରାଫି କାମ ମଧ୍ୟ ଯେଗାଇଦେଲେ ଯେଉଁଥିରୁ ମୁଁ କୋର୍ସର ଖର୍ଚ୍ଚପାଇଁ କିଛି ପଇସା ବି କମେଇ ପାରିବି । ସେହିଠାରେ ହିଁ ମୁଁ ଇକବାଲ ସାରଙ୍କର ସଂସ୍ପର୍ଶରେ ଆସିଲି ଏବଂ ନିଷ୍ପତ୍ତି ନେଲି ଯେ ମତେ ଏଲ.ଏଲ ଏ ସହିତ ସାମିଲ ହେବାକୁ ପଡିବ ।

ମୁଁ ଏଲ.ଏଲ.ଏ.ର ପେଶାଦାର ଫଟୋଗ୍ରାଫି କୋର୍ସ କଲି । ଇକ୍ବାଲ ସାରଂକ ସଂଗେ ଘନିଷ୍ଠ ଭାବେ କାମ କରିବା ପରେ ମୋର ଇଣ୍ଡଷ୍ଟ୍ରିଆଲ ଫଟୋଗ୍ରାଫି ପ୍ରତି ଆଗ୍ରହ ବଢ଼ିଲା ଯାହା ମୁଁ ମୁଖ୍ୟତଃ ବର୍ତ୍ତମାନ କରୁଛି । ମୁଁ ନିଜେ ଜଣେ ଖାଦ୍ୟ ପ୍ରେମୀ ହୋଇଥିବା ଯୋଗୁଁ ଫୁଡ୍ ଫଟୋଗ୍ରାଫି କରିବାରେ ମଧ୍ୟ ଆନନ୍ଦ ମିଳୁଛି ।

ମୁଁ ଏଲ.ଏଲ. ଏ ଅନଲାଇନର ଅଂଶିଦାର ହୋଇ ବହୁତ ଖୁସି କାରଣ ଏହା ଏକ ସୁସଂଗଠିତ ପ୍ରୋଗ୍ରାମ ଠିକ୍ ମୁଁ ଏଠାରେ କରିଥିବା ପ୍ରୋଗ୍ରାମ ପରି ଯାହା ମତେ ଏଇ ସ୍ଥାନରେ ପହଂଚାଇଛି ।

Vikram Hingmire

Vikram Hingmire

ମୋର ପିଲାଦିନର ସ୍ମୃତି, ମୋ ସୃଜନଶିଳତା ଓ ପରିବେଶ ପ୍ରେମ ପାଇଁ ଇନ୍ଧନ ଯୋଗାଇଛି । ମୁଁ ଦେଖିଛି ମୋ ବାପାଙ୍କର କଳ୍ପନାର ଘର – ଗୋଟିଏ ଛୋଟ ଜମିଖଣ୍ଡ ଉପରେ, ଯାହା ବିଭିନ୍ନ ପ୍ରକାରର ଲତା ଗୁଳ୍ମରେ ପରିପୁର୍ଣ୍ଣ । ମୁଁ ଦେଖିଛି ମା’ଙ୍କର ଇଣ୍ଟେରିଅର ଡ଼ିଜାଇନ୍ ମାଗାଜିନର କଟିଂରେ ଭରିଯାଇଥିବା ବାକ୍କ ବା ବାଇଣ୍ଡର, ସେଇଠୁ ମତେ ପ୍ରେରଣା ମିଳିଛି ଲ୍ୟାଣ୍ଡ ସ୍କେପ୍ ଆର୍କିଟକ୍ଚର କରିବା ପାଇଁ ଏଇ ଆଶାରେ ଯେ ଦିନେ ମୁଁ ଏଇ ଛବିକୁ ଜୀବନ୍ତ କରି ଗଢ଼ି ତୋଳିବି । ଗୋଟିଏ ଡାକ୍ତରୀ ପେଶାର ପ୍ରଚ୍ଛଦପଟରେ ଥାଇ ମଧ୍ୟ ମୁଁ ଦେଖିଛି ସୃଜନଶିଳତାର ଆଭାସ, ଖାଦ୍ୟ ତିଆରି ପ୍ରକ୍ରିୟାରେ, ଆସବାବପତ୍ରକୁ ନେଇ ଘର ସଜାଇବାରେ, ବିଭିନ୍ନ ପ୍ରକାରର ଗଛ ଲଗାଇବାରେ ବା ପେଣ୍ଟିଂକୁ ଫ୍ରେମ୍ କରି କାନ୍ଥରେ ଟାଙ୍ଗିବାରେ । ତେଣୁ ଲ୍ୟାଣ୍ଡସ୍କେପ ଆର୍କିଟେକ୍ଚର ମାଧ୍ୟମରେ ମୁଁ ମୋ ଡ଼ିଜାଇନ୍କୁ ଜୀବନ୍ତ କରିବି କଳା ଓ ପ୍ରକୃତି ସହ ଘନିଷ୍ଠ ଭାବେ କାମକରି ।

କିନ୍ତୁ ନିରନ୍ତର ସମୟସୀମା ଭିତରେ କାମ ସାରିବାର ଚାପ ମତେ ମୋ ଆଗ୍ରହ ଠାରୁ ଦୂରକୁ ନେଇଗଲା, ଏହା ମୋର ସୃଜନଶିଳତାକୁ ମଧ୍ୟ ପ୍ରଭାବିତ କଲା । ମୋର ଏମିତି କିଛି ସମାଧାନର ଆବଶ୍ୟକତା ଥିଲା ଯାହା ମତେ ମୋର ମୌଳିକ ସୃଜନଶିଳତାକୁ ଫେରାଇ ଆଣିପାରିବ । ସେଇ ସମାଧାନ ମୁଁ ଫଟୋଗ୍ରାଫିରେ ପାଇଲି, ଯାହା ମୋ ପାଇଁ ଏକ ଧ୍ୟାନ ପରି କାମ କଲା । ଫଟୋ ଜରିଆରେ ମୋର ଅନୁଭୂତିକୁ ଲେଖିବା ଓ ବିନା ଶବ୍ଦରେ ନିଜ କଥା କରିବାର ସମ୍ଭାବନା ମତେ ତା ଆଡକୁ ଆକର୍ଷିତ କଲା; ମତେ ଲାଗିଲା ମୁଁ ମୋର ମନୋସ୍ଥିତି ଏଇ ମାଧ୍ୟମରେ ପ୍ରକାଶ କରିପାରିବି । ଫଟୋଗ୍ରାଫି ମାଧ୍ୟମ ହେଲା ଯେଉଁଥିରେ ସୃଷ୍ଟିକୁ ଆଉ ଟିକିଏ ସ୍ପଷ୍ଟ ଭାବରେ ଦେଖି ହେବ । ବର୍ତ୍ତମାନ ମୁଁ ଉଭୟ ଲ୍ୟାଣ୍ଡ ସ୍କେପ୍ ଓ ଆର୍କିଟେକ୍ଚର ଖୋଜୁଛି ଯାହା ମାଧ୍ୟମରେ ମୁଁ ମୋର କଥା କହିପାରିବି ।

ଫଟୋଗ୍ରାଫିକୁ ଏକ କଳା ହିସାବରେ ଶିଖାଇବା ଲାଇଟ୍ ଏଣ୍ଡ ଲାଇଫ ଏକାଡେମୀର ମୂଳ ଶିକ୍ଷାଦର୍ଶନ । ତେଣୁ ଏଠାରେ ଦିଗଦର୍ଶନ ଦିଆଯାଏ କେମିତି କଳ୍ପନାକୁ ବାସ୍ତବତାରେ ରୂପାନ୍ୱିତ କରିହେବ । ଇଂଟରନେଟ୍ର ଜଗତିକରଣ କ୍ଷମତାକୁ ବ୍ୟବହାର କରି ଏଲ୍.ଏଲ୍.ଏ. ଅନ୍ଲାଇନ୍ ଅଲଗା ଅଲଗା ସାମାଜିକ ସ୍ତରରୁ ଆସିଥିବା ଆଶାୟୀ ଫଟୋଗ୍ରାଫରଙ୍କ ପାଖରେ ଦଶଟି ଭିନ୍ନ ଭାଷାମାଧ୍ୟମରେ ପହଞ୍ôଚ ପାରିବ । ଯେଉଁମାନେ ଏହା ଜରିଆରେ ଗୋଷ୍ଠିବଦ୍ଧ ଭାବରେ ପରସ୍ପର ସହିତ ସମ୍ପର୍କ ରଖି ନିଜ ପ୍ରତିଭାର ବିକାଶ କରିପାରିବେ ।