ଫଟୋଗ୍ରାଫିରେ ସୃଜନଶୀଳ ହୁଅନ୍ତୁ
ଅନଲାଇନ୍ ଫଟୋଗ୍ରାଫି କୋର୍ସ ସହ
ଟି ସେସନ୍
ସପ୍ତାହ
ଟି ଭାଷା ।
ଫୀସ୍
ଗୋଟିଏ ସୁନ୍ଦର ଇମେଜ୍ ପାଇବା ପାଇଁ କ'ଣ ଆବଶ୍ୟକ ଏକ ଦୁରଦୃଷ୍ଟି, କ୍ୟାମେରା ଓ ତତ୍ସଂଲଗ୍ନ ଯନ୍ତ୍ରପାତି ବିଷୟରେ ଜ୍ଞାନ, ଲାଇଟ୍ ଓ ତାର କ୍ୱାଲିଟ୍ିକୁ ଠିକ୍ ବୁଝିବା ଏବଂ ଏକ ଷ୍ଟୋରି ତିଆରିବାରେ କଲର୍ ଓ ଡ଼ିଜାଇନ୍ର ଭୂମିକା - ଏ ସବୁ ବିଷୟରେ ଯେତେ ଗଭୀର ଜ୍ଞାନ ରହିବ ଗୋଟିଏ ସୁନ୍ଦର ଇମେଜ୍ ତିଆରି କରିବା ସେତେ ସହଜ ହେବ । ଏଇ ଅନ୍ଲାଇନ୍ ଫଟୋଗ୍ରାଫି କୋର୍ସ ଏଇ ମୌଳିକ ଆବଶ୍ୟକତା ବିଷୟରେ ଅବଗତ କରାଇ ଆପଣଙ୍କ ପାଇଁ ଫଟୋଗ୍ରାଫିର ଏକ ସୁଦୃଢ଼ ମୂଳଦୁଆ ତିଆରି କରିପାରିବ, ଯାହା ଆପଣଙ୍କୁ ଏକ ଚମକ୍ରାର ଫଟୋ ଉତ୍ତୋଳନ କରିବାରେ ସାହାଯ୍ୟ କରିବ । ଆପଣଙ୍କର ଆଗ୍ରହ ଥିବା କ୍ଷେତ୍ରରେ ଯଥା ଟ୍ରାଭେଲ୍ ଫଟୋଗ୍ରାଫି, ମଣିଷ ବା ପୋଟ୍ରେଟ୍ ଫଟୋଗ୍ରାଫି ଷ୍ଟ୍ରିଟ୍ ଫଟୋଗ୍ରାଫି, ୱାଇଲ୍ଡ ଲାଇଫ୍ ଫୋଟୋଗ୍ରାଫି - ସବୁ ବିଭାଗରେ ଏହା ସହାୟକ ହେବ ।
WHAT YOU WILL LEARN

ଏକ୍ସପୋଜର
ଗୋଟିଏ ଭଲ ଇମେଜ୍ ପାଇଁ ଠିକ୍ ଏକ୍ସପୋଜର ହେବା ନିହାତି ଦରକାର । ଏହା ନିର୍ଦ୍ଧିଷ୍ଟ ପରିସ୍ଥିତିରେ ମିଳୁଥିôବା ଲାଇଟ୍ ଓ ଆପଣଙ୍କର କଳାତ୍ମକ ଆବଶ୍ୟକତା ଉପରେ ନିର୍ଭର କରେ । ଏଇ ସେସନ୍ରେ ଆପଣଙ୍କର ଆବଶ୍ୟକତା ପାଇଁ ଠିକ୍ ଏକ୍ସପୋଜର କେମିତି ପାଇହେବ ତା' ବିଷୟରେ ଆଲୋଚନା କରାଯାଇଛି ।

ସଟର
ଏଇ ସେସନ୍ରେ ଆପଣ ଭଲଭାବେ ବୁଝିପାରିବେ ଯେ ସଟର୍ ସ୍ପିଡ୍କୁ ଆପଣ କେମିତି ବ୍ୟବହାର କରି ଫ୍ରିଜ୍ ବା ବ୍ଲଅର୍ ମୋସନ୍ ଆପଣଙ୍କର ଆବଶ୍ୟକତା ମୁତାବକ ଆଣିପାରିବେ ।

ଡେପ୍ଥ ଅଫ୍ ଫିଲ୍ଡ
ଇମେଜ୍ରେ ଯେଉଁ ଅଂଶଟି ଫୋକ୍ସରେ ରହେ ତାହା ତା'ର ଭିଜୁଆଲ୍ ଅପିଲ୍କୁ ପ୍ରଭାବିତ କରିଥାଏ । ଆପରେଚର୍ ଓ ଭିନ୍ନ ଭିନ୍ନ ଲେନ୍ସ ମିଶି ଆପଣଙ୍କର ଆବଶ୍ୟକତା ମୁତାବିକ ଇମେଜ୍ ପାଇଁ ବହୁତ ସମ୍ଭାବନା ସୃଷ୍ଟି କରନ୍ତି । ଏହି ସେସନ୍ରେ ଡେପ୍ଥ ଅଫ୍ ଫିଲ୍ଡ ବିଷୟରେ ବିସ୍ତୃତ ଭାବରେ ଜାଣିପାରିବେ ।

ଦୃଷ୍ଟିକୋଣ ଓ ପରସ୍ପେକ୍ଟିର (ଆଙ୍ଗଲ୍ ଅପ୍ ଭିଉ ଆଣ୍ଡ ପ୍ରସ୍ପେକ୍ଟିଭ୍)
ବାମରୁ ଡାହାଣକୁ ଓ ଉପରୁ ତଳକୁ ଦୃଶ୍ୟର କେତୋଟି ଅଂଶ କଭର୍ ହୁଏ ତାହା ଲେନ୍ସର ଆଙ୍ଗଲ୍ ଅଫ୍ ଭିଉ ଦ୍ୱାରା ନିର୍ଦ୍ଧାରିତ ହୁଏ । ଫ୍ରେମ୍ର ଆଗଭାଗ, ମଝିଭାଗ ଓ ପଛଭାଗରେ ଥିବା ସମ୍ପର୍କକୁ ପର୍ସପେକ୍ଟିଭ୍ କୁହାଯାଏ । ଗୋଟିଏ ଲେନ୍ସର ଫୋକାଲ୍ ଲେଙ୍ଗ୍ଥ କେମିତି ଆଙ୍ଗଲ୍ ଅଫ୍ ଭିଉ ଓ ପର୍ସପେକ୍ଟିଭ୍ ତିଆରି କରେ ତାହା ବୁଝିବା ଗୋଟିଏ ଭଲ ଇମେଜ୍ ସୃଷ୍ଟି କରିବା ପାଇଁ ନିତାନ୍ତ ଦରକାର ।

କଲର୍-ଇମେଜ୍
ସୃଷ୍ଟିରେ କଲର୍ର ନିର୍ଦ୍ଧିଷ୍ଟ ଭୂମିକା ଅଛି । ଫଟୋ ମାଧ୍ୟମରେ ନିଜର କଥା କହିବା ପାଇଁ ଏହା ଏକ ମୌଳିକ ଆବଶ୍ୟକତା । କେମିତି ବିଭିନ୍ନ କଲ୍ରର ସହାବସ୍ଥାନ ଓ ତା'ର କନ୍ଟ୍ରାସ୍ଟ ଇମେଜ୍କୁ ପ୍ରଭାବିତ କରେ ତାହା ଶିଖିବା ଗୋଟିଏ ଫଟୋଗ୍ରାଫର୍ ପାଇଁ ଅତ୍ୟନ୍ତ ଆବଶ୍ୟକ ।

ଲାଇଟ୍ (ପ୍ରଥମଭାଗ)
ଫଟୋଗ୍ରାଫି କ୍ଷେତ୍ରରେ ଲାଇଟ୍ର ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ । ଲାଇଟ୍ର ଛଅଟି ଦିଗକୁ ବୁଝିବା ଓ ତାହା କିପରି ଡାଇମେନ୍ସନ୍ ସୃଷ୍ଟି କରେ, ଟେକ୍ସଚର୍ ଓ ଫର୍ମକୁ ଦେଖାଏ ଜାଣିବା ଫଟୋଗ୍ରାଫି ଶିକ୍ଷାର ପ୍ରଥମ ପାଦ । ଏଇ ସେସନ୍ରେ ଲାଇଟ୍ର ପ୍ରଥମ ଗୁଣ ଯଥା ଡାଇରେକ୍ସନ୍ ଅଫ୍ ଲାଇଟ୍ ବିଷୟରେ କୁହାଯାଇଛି ।

ଲାଇଟ୍ (ଦ୍ୱିତୀୟ ଭାଗ)
ଲାଇଟ୍ର ଦିଗ ବା ଡାଇରେକ୍ସନ୍ ଅଫ୍ ଲାଇଟ୍ ବିଷୟରେ ଏଥିରେ ଅଧିକା ବିସ୍ତୃତ ଭାବେ କୁହାଯାଇଛି ।

ଲାଇଟ୍ରେ ହାର୍ଡନେସ୍, ସଫ୍ଟନେସ୍, ଇଣ୍ଟେନ୍ସିଟି ଓ କଣ୍ଟ୍ରାଷ୍ଟ ଅଫ୍ ଲାଇଟ୍
ଲାଇଟ୍ର ଏଇ ଗୁଣ ଗୁଡ଼ିକ ଇମେଜ୍ ସୃଷ୍ଟି କରୁଥିବା ମୁଡ୍କୁ ପ୍ରଭାବିତ କରେ । ଗୋଟିଏ ପିକ୍ଚର୍କୁ କଳ୍ପନା ଚକ୍ଷୁରେ ଦେଖିବା ଓ କେଉଁ ମୁଡ୍ ସୃଷ୍ଟି କରିବାପାଇଁ ଚାହୁଁଛନ୍ତି ତାହା କରିବା ପାଇଁ ଲାଇଟ୍ର ଏଇ ଦିଗ ଗୁଡ଼ିକ ବିଷୟରେ ବୁଝିବା ଅତି ଜରୁରୀ । ପିକ୍ଚର୍ର ବିଷୟବସ୍ତୁ ବା ସବ୍ଜେକ୍ଟ ଓ ଆପଣଙ୍କର କଳାତ୍ମକ ଦୃଷ୍ଟିଭଙ୍ଗି ଅନୁସାରେ ଲାଇଟ୍ର ଏହି ଗୁଣଗୁଡ଼ିକୁ ଠିକ୍ଭାବେ ବ୍ୟବହାରରେ ଆଣିବାକୁ ହୁଏ ।

ଲାଇଟ୍ର ରଙ୍ଗ - (କଲର୍ ଅଫ୍ ଲାଇଟ୍)
ସବ୍ଜେକ୍ଟର କଲ୍ର ପରି ଲାଇଟ୍ର କଲର ମଧ ମଧ୍ୟ ସବ୍ଜେକ୍ଟ ଓ ମୁଡ୍ ଉପରେ ବହୁତ ପ୍ରଭାବ ପକାଏ ଏହି ସେସନ୍ରେ ଆପଣ ଶିଖିପାରିବେ କେମିତି ପ୍ରାକୃତିକ ଆଲୁଅର ରଙ୍ଗ ଓ କୃତ୍ରିମ ଆଲୁଅର ରଙ୍ଗ ଭିନ୍ନ ଭାବରେ ଆକର୍ଷିତ କରିଥାନ୍ତି ।

କମ୍ପୋଜିସନ୍
ଇମେଜ୍ରେ ବିଭିନ୍ନ ବସ୍ତୁକୁ କେମିତି ଧରିରଖିବାକୁ ହୁଏ ତାହାକୁ କପୋଜିସନ୍ କୁହନ୍ତି । ଇମେଜ୍ ଭିତରେ କେଉଁ ଜିନିଷଟିକୁ ରଖିବା ଓ କାହାକୁ ବାଦ ଦେବା, ରଖିବା ଜିନିଷଟିକୁ ଇମେଜ୍ର କେଉଁ ସ୍ଥାନରେ ରଖିବା ତାହା ଆମର କମ୍ପୋଜିସନ୍ ଦ୍ୱାରା ନିର୍ଦ୍ଧାରିତ ହୁଏ । ଏଇ ସେସନ୍ ଆପଣଙ୍କୁ କମ୍ପୋଜିସନ୍ ବିଷୟରେ କିଛି ଧାରଣା ଦେବ ଯାହା ସାହାଯ୍ୟରେ ଭଲ ଇମେଜ୍ ପାଇପାରିବେ ।
10 reasons that makes the LLA online course special ?
- ଇକ୍ବାଲ୍ ମହମ୍ମଦଙ୍କ ଦ୍ୱାରା ଡିଜାଇନ୍ : ଏହି ପ୍ରୋଗ୍ରାମ୍ ଜାତୀୟ ସ୍ତରରେ ପ୍ରତିଷ୍ଠିତ ପେଶାଦାର ଫଟୋଗ୍ରାଫର ଇକ୍ବାଲଙ୍କ ଦ୍ୱାରା ଡ଼ିଜାଇନ୍ କରାଯାଇଛି ଯିଏ ଲାଇଟ୍ ଆଣ୍ଡ ଲାଇଫ୍ ଏକାଡେମୀ ପରି ଅନୁଷ୍ଠାନ ପ୍ରତିଷ୍ଟା କରି ଦେଶର ଫଟୋଗ୍ରାଫି ଶିକ୍ଷା ଦିଗରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । ତାଙ୍କର ଫଟୋଗ୍ରାଫିରେ ଲମ୍ବା ଅନୁଭୂତି ଏଲ୍.ଏଲ୍.ଏ. ଅନ୍ଲାଇନ୍କୁ ଟେକ୍ନୋଲୋଜି କ୍ଷେତ୍ରରେ ଏକ ଗଭୀରତା ପ୍ରଦାନ କରେ ।
- ସୁସଂଗଠିତ ପ୍ରୋଗ୍ରାମ୍: ଏହା ଏକ ପ୍ରଣାଳୀବଦ୍ଧ, ସୁସଂଗଠିତ ପ୍ରୋଗ୍ରାମ ଯେଉଁଠି ଶିକ୍ଷାର୍ଥୀ ଜ୍ଞାନ ଆହରଣରେ ପାହାଚ ପରେ ପାହାଚ ବଢ଼ିଚାଲେ । ଏଲ୍.ଏଲ୍.ଏ. ଅନ୍ଲାଇନ୍ ପ୍ରତିଶୃତି ବଦ୍ଧ ଯେ ପ୍ରତ୍ୟେକ ଶିକ୍ଷାର୍ଥୀର ପ୍ରଗତି ଏମିତି ହେବ ଯେମିତି ସେ ଶେଷରେ ନିଜ ସୃଜନଶିଳତାକୁ ବ୍ୟକ୍ତ କରିବା ପାଇଁ ସମର୍ଥ ହୋଇପାରିବ ।
- ଏହି ପ୍ରୋଗ୍ରାମ୍ରେ ଶିକ୍ଷାର୍ଥୀକୁ ଥିଓରିରୁ ଆଗକୁ ଯାଇ ଆସାଇନ୍ମେଣ୍ଟ କରିବାକୁ ହୁଏ ଯେଉଁଠି ସେ ଏକ ନିର୍ଦ୍ଧିଷ୍ଟ ସମୟ ସୀମା ଭିତରେ ଜ୍ଞାନକୁ କାମରେ ଲଗାଇ ଫଟ ଉଠାଏ । ଏହାଦ୍ୱାରା ତା'ର ଫୋଟଗ୍ରାଫିର ଜଟିଳ ଜ୍ଞାନ ବିଷୟରେ ବ୍ୟବହାରିକ ଅଭିଜ୍ଞତା ଆସିଥାଏ ।
- ମେଣ୍ଟରଙ୍କ ମତାମତ: ଏହି ଅନୁଷ୍ଟାନର ପୂର୍ବଛାତ୍ରଙ୍କର ଗୋଟିଏ ଗୋଷ୍ଠି, ଯେଉଁମାନେ ଆଜି ଫଟୋଗ୍ରାଫି କ୍ଷେତ୍ରରେ ପ୍ରତିଷ୍ଠିତ, ଏଠାରେ ମେଣ୍ଟର ହିସାବରେ କାମ କରନ୍ତି । ଆପଣଙ୍କର ଆସାଇନ୍ମେଣ୍ଟରେ ସେମାନେ ତାଙ୍କର ମତାମତ ଦେଇ ଆପଣଙ୍କ କାର୍ଯ୍ୟରେ ଉନ୍ନତି ଆଣନ୍ତି । ମଜାର କଥା ଯେ ଆପଣ ଏକ ନୁହେଁ ଏକାଧିକ ମେଣ୍ଟରଙ୍କର ସହ ଅନୁବନ୍ଧିତ ହୋଇ ତାଙ୍କର ମତାମତର ସୁଯୋଗ ନେଇ ପାରିବେ ।
- ସହପାଠୀଙ୍କଦ୍ୱାରା ସମୀକ୍ଷା: ପ୍ରତ୍ୟେକ ଶିକ୍ଷାର୍ଥୀ ଅନ୍ୟ ସହଶିକ୍ଷାର୍ଥୀଙ୍କର କାର୍ଯ୍ୟର ସମିକ୍ଷା ପାଇଁ ମଞ୍ଚ ପାଇବେ । ଶିକ୍ଷାର ବେଶିଭାଗ ଏପରି ଏକ ମଞ୍ଚରେ ମତାମତର ଆଦାନ ପ୍ରଦାନ ଦ୍ୱାରା ସମ୍ଭବ ହେବ ଏବଂ ତାହା ଉତ୍ସାହକାରୀ ବି ହେବ ।
- ଏକାଧିକ ଭାଷା: ଇଂରାଜୀ ବ୍ୟତୀତ ନଅଟି ଆଞ୍ଚଳିକ ଭାଷାରେ ଉପଲବ୍ଧ ଏଇ କୋର୍ସ ଶିକ୍ଷାର୍ଥୀଙ୍କୁ ସେମାନଙ୍କର ସୁବିଧା ଲାଗୁଥିବା ଭାଷାରେ ଶିଖିବା ପାଇଁ ସୁଯୋଗ ଦେବ ।
- ଏଲ୍.ଏଲ୍.ଏ. ଦ୍ୱାରା ପ୍ରରୋଚିତ କଷ୍ଟସାଧ୍ୟ, ଗଭୀର ଜ୍ଞାନର ଶିକ୍ଷା: କ୍ଲାସ ରୁମ୍ରେ ଦୀର୍ଘ ସତର ବର୍ଷ ଫଟୋଗ୍ରାଫି ଶିକ୍ଷାଦାନ କଲାପରେ ଏଲ୍.ଏଲ୍.ଏ. ସେ ସମସ୍ତ ସୁବିଧା ଅନ୍ଲାଇନ୍ରେ ଦେବାକୁ ଯାଉଛି । "ଫଟୋଗ୍ରାଫି ସହ ସୃଜନଶିଳ ହୁଅନ୍ତୁ' - ଏହି ଧ୍ୟେୟକୁ ନେଇ ହୋଇଥିବା କୋର୍ସ ସହଜସାଧ୍ୟ ନୁହେଁ । ବର୍ଷ ବର୍ଷ ବ୍ୟାପି ଲମ୍ବା ଅନୁଭୂତିରେ ଆମେ ଜାଣିଛୁ ଜଣେ ଶିକ୍ଷାର୍ଥୀ ପ୍ରତ୍ୟେକ ସପ୍ତାହରେ ନିର୍ଦ୍ଧିଷ୍ଟ ସମୟ ନିୟମିତ ଭାବେ ଶିକ୍ଷାପାଇଁ ଦେଲେ ହିଁ ଶିକ୍ଷାରେ ଉନ୍ନତି କରିବା ସମ୍ଭବ ହୋଇଥାଏ ।
- ବିବିଧତାର ଅନୁଭୂତି : ପିଢି ପରେ ପିଢି ପେଶାଦାର ଫଟୋଗ୍ରାଫର୍ଙ୍କୁ ଶିକ୍ଷା ଦେବାର ଅନୁଭୂତି ଆମକୁ ଭିନ୍ନ ବର୍ଗରୁ ଆସୁଥିବା ଶିକ୍ଷାର୍ଥୀଙ୍କର ପ୍ରକୃତ ଆବଶ୍ୟକତାକୁ ବୁଝିବା ପାଇଁ ସାହାଯ୍ୟ କରେ ।
- ସମାପନ ପ୍ରମାଣପତ୍ର: ସ୍ୱୟଂ ପ୍ଲସ) Swayam Plus ସହ ଯୁକ୍ତସହଯୋଗରେ ପ୍ରଦାନ କରାଯାଇଥିବା ଏହି କୋର୍ସ, National Credit Framework (NCrF) ଦ୍ୱାରା Level 4.5 ରେ ସ୍ୱୀକୃତ। କୋର୍ସ ସଫଳତାର ସହ ଶେଷ କରିଲେ Light & Life Academy Online (LLAOnline) ଏବଂ Swayam Plus ଦ୍ୱାରା ସଂଯୁକ୍ତ ଭାବରେ ପ୍ରମାଣପତ୍ର ପ୍ରଦାନ କରାଯିବ।
ପ୍ରୋଗ୍ରାମ ପାଇଁ ନିୟମାବଳୀ
ଆପଣ ଏଇ ପ୍ରୋଗ୍ରାମ୍ରେ ଯେ କୌଣସି ସମୟରେ ନାମ ଲେଖାଇପାରିବେ । ଆପଣ ନାମ ଲେଖାଇବାର ପରବର୍ତ୍ତୀ ପ୍ରଥମ ସୋମବାରଠାରୁ ଆପଣଙ୍କ ପ୍ରୋଗ୍ରାମ ଆରମ୍ଭ ହେବ । ନାମ ଲେଖାଇବା ପରେ ଆପଣଙ୍କୁ ଏକ ୟୁଜରନେମ୍ ଓ ପାସୱାର୍ଡ ଦିଆଯିବ । ଯାହା ବଳରେ ଆପଣ ଆପଣଙ୍କର ଏଲ୍.ଏଲ୍.ଏ. ଅନ୍ଲାଇନ୍ ଏକାଉଣ୍ଟ୍କୁ ପ୍ରବେଶ କରିବା ସଙ୍ଗେ ସଙ୍ଗେ ଆଲୋଚନା ଓ ମତାମତ ପାଇଁ ଅନ୍ୟ ଶିକ୍ଷାର୍ଥୀମାନଙ୍କୁ ନେଇ ଗଢ଼ାଯାଇଥିବା ଗ୍ରୁପ୍ରେ ସାମିଲ୍ ହୋଇପାରିବେ ।.
ଆପଣ ନାମ ଲେଖାଇବା ପରବର୍ତ୍ତୀ ପ୍ରଥମ ସୋମବାରରେ ଆପଣଙ୍କୁ ପ୍ରଥମ ସେସନ୍ ଉପଲବ୍ଧ ହେବ । ସେସନ୍ର ବିଷୟବସ୍ତୁ ଏକ ଭିଡ଼ିଓ ବା ପିଡିଏଫ୍ ବା ମଲ୍ଟିମିଡ଼ିଆ ପ୍ରେଜେଣ୍ଟେସନ୍ ମାଧ୍ୟମରେ ଦିଆଯାଇପାରେ । କୋର୍ସର ବିଷୟବସ୍ତୁ ଅନୁସାରେ ଆପଣଙ୍କୁ ଏକ ଆସାଇନ୍ମେଣ୍ଟ ଦିଆଯିବ । ଆସାଇନ୍ମେଣ୍ଟ ଅନୁସାରେ ଆପଣଙ୍କୁ କିଛି ଫଟ ଉଠାଇ ଆସନ୍ତା ରବିବାର ରାତି ୧୧.୫୯ ପୂର୍ବରୁ ସେଇ ଗ୍ରୁପ୍ ଫୋରମ୍ରେ ଅପଲୋଡ୍ କରିବାକୁ ହେବ ।
ଉଦାହରଣ ସ୍ୱରୂପ - ଯଦି ଆପଣ ୧୮ ସେପ୍ଟେମ୍ବର ସୋମବାରଦଦିନ ଆପଣଙ୍କର କୋର୍ସ ଆରମ୍ଭ କଲେ ଆପଣଙ୍କର ଆସାଇନ୍ମେଣ୍ଟ ଫଟୋ ୨୩ ସେପ୍ଟେମ୍ବର ରାତି ୧୧.୫୯ ପୂର୍ବରୁ ଫୋରମ୍ରେ ଅପଲୋଡ୍ ହୋଇଯିବା ଦରକାର ।
ମୁଖ୍ୟ ସୂଚନା - ଆପଣ ଗୋଟିଏ ଆସାଇନ୍ମେଣ୍ଟ ପାଇଁ ଗୋଟିଏ ହିଁ ଫଟ ଅପଲୋଡ୍ କରିପାରିବେ । ତେଣୁ ଆପଣ ନେଇଥିବା ଫଟମାନଙ୍କ ଭିତରୁ ସବୁଠାରୁ ଭଲ ଫଟଟି ବାଛି ଅପଲୋଡ୍ କରିବେ ।
ମେଣ୍ଟରମାନଙ୍କ ଦ୍ୱାରା ମତାମତ:
ମେଣ୍ଟରମାନେ ସମଗ୍ର ଦଳ ଦ୍ୱାରା ପୋଷ୍ଟ କରାଯାଇଥିବା ଛବିଗୁଡ଼ିକୁ ପରିଶୀଳନା କରି ସାଧାରଣ ଧାରା ବା ବିଷୟଗୁଡ଼ିକୁ ଚିହ୍ନଟ କରିବେ, ଯେମିତି କି ସେଗୁଡ଼ିକ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ଭାବେ କାମ କରିପାରିବ, ଏବଂ ସେଠାରୁ ଯଥାଯଥ ମତାମତ ପ୍ରଦାନ କରିବେ। ସେମାନେ ଫୋରମ୍ରେ ଉଠାଯାଇଥିବା କୋର୍ସ ସମ୍ବନ୍ଧିତ ପ୍ରଶ୍ନଗୁଡିକର ଉତ୍ତର ମଧ୍ୟ ପ୍ରଦାନ କରିବେ।
ପ୍ରତ୍ୟେକ ସବମିସନ୍କୁ A, B, କିମ୍ବା C ଭାବରେ ମୂଲ୍ୟାୟନ କରାଯିବ। ମେଣ୍ଟରମାନେ କାମର ଶକ୍ତିଗୁଡିକ ଏବଂ ସୁଧାର କରିବା ଉଚିତ ଅଂଶଗୁଡିକୁ ଉଲ୍ଲେଖ କରି ବିଶେଷ ପଏଣ୍ଟ ଶେୟର୍ କରିବେ। ମୂଲ୍ୟାୟନ ସମାପ୍ତ ହେଲେ ଫିଡ୍ବ୍ୟାକ୍ ଫୋରମ୍ରେ ଶେୟର୍ କରାଯିବ, ଯେମିତି କି ସମଗ୍ର ଦଳର ସଭ୍ୟମାନେ ପ୍ରତ୍ୟେକ ଅଂଶଗ୍ରହୀର ପରିଫର୍ମାନ୍ସ ଦେଖିପାରିବେ।
ଆମ ଶିକ୍ଷା ପ୍ରଣାଳୀର ଏକ ମୁଖ୍ୟ ଆଧାର ହେଉଛି ସହପାଠୀମାନଙ୍କ କାମରୁ ଶିଖିବାକୁ ଉତ୍ସାହିତ କରିବା। ଏହା ଆପଣଙ୍କୁ ବ୍ୟକ୍ତିଗତ ଭାବରେ ଏବଂ ଦଳର ଏକ ସଦସ୍ୟ ଭାବରେ ଉଭୟ ଭଳି ବୃଦ୍ଧି କରିବାରେ ସହାୟ କରିଥାଏ।
ଫୋରମ୍ କେମିତି କାମ କରେ
୧) ପ୍ରତ୍ୟେକ ଆସାଇନ୍ମେଣ୍ଟ ପାଇଁ ନିଆଯାଇଥିôବା ଫଟ ପରବର୍ତ୍ତୀ ରବିବାର ମଧ୍ୟରାତ୍ରି ପୂର୍ବରୁ ଆପଣଙ୍କୁ ଅପଲୋଡ୍ କରିବାପାଇଁ ହେବ ।୨) ଆପଣ ଅନ୍ୟ ଶିକ୍ଷାର୍ଥୀଙ୍କର ଅପଲୋଡ୍ ହୋଇଥିବା ଫଟ ବି ଫୋରମ୍ରେ ଦେଖିପାରିବେ ।
୩) ଆପଣ ଅନ୍ୟମାନଙ୍କ ଫଟକୁ ୧ ରୁ ୫ ଷ୍ଟାର ଦେଇ ତା'ର ମୂଲ୍ୟାଙ୍କନ କରିପାରିବେ (୫ ହେଉଛି ସବୁଠୁ ଭଲ)
୪) ଆପଣ ଫୋରମ୍ର ଯେ କୌଣସି ଫଟ ଉପରେ ନିଜର ମତାମତ ମଧ୍ୟ ରଖିପାରିବେ ।
୫) ଆପଣ ଫୋରମ୍ରେ ଅନ୍ୟ ଶିକ୍ଷାର୍ଥୀଙ୍କ ପାଇଁ ବା ଏଲ୍.ଏଲ୍.ଏ. ଅନ୍ଲାଇନ୍ ଟିମ୍ ପାଇଁ କିଛି ପ୍ରଶ୍ନ ବି ପଚାରିପାରିବେ ।
୬) ଆପଣ ଗୋଟିଏ ଫଟ ଅପଲୋଡ୍ କଲାପରେ ଚାହିଁଲେ ଶେଷ ସମୟ ସୀମା ପୂର୍ବରୁ ଆଉ ଏକ ଫଟ ଉଠାଇ ପ୍ରଥମ ଫଟ ବଦଳରେ ତାହାକୁ ଅପଲୋଡ୍ କରିପାରିବେ ।
୭) ମେଣ୍ଟରମାନେ ଆପଣଙ୍କର ପ୍ରଶ୍ନର ଉତ୍ତର ଦେବେ ଓ ଗ୍ରୁପ୍କୁ ସେମାନଙ୍କର ମତାମତ ଦେବେ ।
୮) ଆପଣଙ୍କର ଫଟକୁ ଗ୍ରେଡ୍ ଦିଆଯିବ ଓ ପରବର୍ତ୍ତୀ ବୁଧବାର ସୁଦ୍ଧା ଫୋରମ୍ରେ ପୋଷ୍ଟ କରାଯିବ ।
ମୁଖ୍ୟ ସୂଚନା
କୋର୍ସର ସବୁ ବିଷୟବସ୍ତୁ ଇଂରାଜି ଓ ନଅଟି ଆଞ୍ଚଳିକ ଭାଷାରେ ଦିଆଯିବ । କିନ୍ତୁ ଫୋରମ୍ରେ ମତାମତ, ପ୍ରଶ୍ନ ବା ଆଲୋଚନା କେବଳ ଇଂରାଜୀରେ ହିଁ ହେବ ।
ପରୀକ୍ଷା:
କୋର୍ସ ସମୟରେ ଦୁଇଟି ପରୀକ୍ଷା ହେବ ଯାହା ସମାପ୍ତ କରିବା ଆବଶ୍ୟକ। ଏହି ପରୀକ୍ଷାଗୁଡିକ ମଲ୍ଟିପଲ ଚଏସ ( multiple-choice) ପ୍ରଶ୍ନ ରହିବ। ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପାଇଁ କମ୍ ସେ କମ୍ ୬୦% ନମ୍ବର ଆବଶ୍ୟକ। ପ୍ରଥମଥରେ ଉତ୍ତୀର୍ଣ୍ଣ ହେବାକୁ ନ ପାରିଲେ, ନିର୍ଦ୍ଧାରିତ ସମୟସୀମା ଭିତରେ ଆଉ ଗୋଟେ ଥର ପରୀକ୍ଷା ଦେବାର ସୁଯୋଗ ମିଳିବ।






PARTICIPANT’S GALLERY












TESTIMONIALS
INTERESTING FACTS
IN THE MAKING
OF PROFESSIONAL PHOTOGRAPHY EDUCATION
Learn Photography in Indian Languages
Get Creative with Photography is the first of its kind online photography course with a structured learning programme, developed in India, for photography enthusiasts across the world. Learn photography in Indian Languages ( Bengali, Gujarati, Hindi, Kannada, Malayalam, Marathi, Oriya, Tamil and Telugu) + English.






