Every Mentor of the LLA Online program has graduated with a Post Graduate Diploma in Professional Photography from Light and Life Academy, having undergone incredibly rigorous training. They are currently practicing their art across India and come from varied backgrounds & cultures, wielding a treasure of aesthetic sensibilities. There will be consistency in terms of feedback given since everyone graduated from the same technical and artistic training at LLA.

Ankit Gupta
ଅଙ୍କିତ ଗୁପ୍ତା ଦିଲ୍ଲୀରେ ବଢ଼ିଛନ୍ତି । ସେ ଯେବେ ବି ମୋ÷କା ପାଇଛନ୍ତି କ୍ରିକେଟ ଖେଳିଛନ୍ତିି, ଅବଶ୍ୟ ସେ ଅନ୍ୟ ଖେଳ ଯଥା ଟେବୁଲ ଟେନିସ ଓ ବ୍ୟାଡମିଂଟନ ମଧ୍ୟ ଭଲ ପାଆନ୍ତି । ତାଙ୍କ ସମୟର ଅନ୍ୟମାନଙ୍କ ପରି ସ୍କୁଲ ପରେ ସେ ମଧ୍ୟ ଦୁଇଟି ରାସ୍ତାରୁ ଗୋଟିଏ ବାଛିବାକୁ ଚାହିଁଥିଲେ । ଇଂଜିନିୟର ହେବେ ନା ଡାକ୍ତର ହେବେ । ସେ ପ୍ରଥମଟି ବାଛିଲେ ଓ ଇଂଜନିୟରିଂ ଶିକ୍ଷା ସମାପ୍ତ କଲେ । ସେ କଲେଜରୁ ସାରି ସିଧା ଇନଫୋସିସ୍ରେ ଜଏନ୍ କଲେ ଓ ମହୀସୁର ଚାଲିଆସିଲେ । ସେ ମହୀସୁର ଯିବାର ଠିକ ପୂର୍ବରୁ ତାଙ୍କ ମାଆ ତାଙ୍କୁ ଗୋଟିଏ ଡି.ଏସ.ଏଲ.ଆର କ୍ୟାମେରା ଉପହାର ଦେଲେ । ଏହା ଅଙ୍କିତଙ୍କ ପାଇଁ ଅୟମାରମ୍ଭ ଥିଲା । ସେ ଇନଫୋସିସ ପାଇଁ ଚାରି ବର୍ଷ କାମ କଲେ, ଅଭିଳାଷ ଥିଲା ଯେ ବିଦେଶରେ ଏମ.ବ.ି ଏ କରିବେ ।
ଏ ସବୁ କିଛି ବଦଳିଗଲା ଯେବେ ଅଙ୍କିତ ତାଙ୍କ ମହୀସୁରରେ ରହୁଥିବା ଗୃହ ମାଲିକାଣୀଙ୍କ ସହ କଥା ହେଲେ । ସେ ଜଣେ ବୟସ୍କା ମହିଳା ଯେ ଏକା ରହୁଥିଲେ ଓ ପିଲାମାନେ ବିଦେଶରେ ଥିଲେ । ଯେହେତୁ ଅଙ୍କିତ ବି ବିଦେଶ ଯିବା କଥା ଭାବୁଥିଲେ ସେ ଭଦ୍ର ମହିଳାଙ୍କୁ ପଚାରିଲେ ଯେ ତାଙ୍କ ପିଲାମାନେ କେତେଥର ଘରକୁ ଆସନ୍ତି? ଯେତେବେଳେ ସେ କହିଲେ ଯେ ଶେଷଥର ସେମାନେ ପାଞ୍ଚବର୍ଷ ତଳେ ଆସିଥିଲେ ଅଙ୍କିତଙ୍କର ଯୋଜନା ସବୁ ବଦଳିଗଲା ସେ ଭାରତରେ, ତାଙ୍କ ପରିବାର ଲୋକଙ୍କ ପାଖରେ ହିଁ ରହିବା ପାଇଁ ନିଷ୍ପତ୍ତି ନେଲେ । ସେ ଇନଫୋସିସ ଛାଡି ଦିଲ୍ଲୀ ଚାଲିଗଲେ । ଯେତେବେଳେ ତାଙ୍କର ହୃଦବୋଧ ହେଲା ଯେ ବାପାଙ୍କ ବିଜିନେସ୍ରେ ଜଏନ୍ କରିବା ସମ୍ଭବ ନୁହେଁ ସେ ଫଟୋଗ୍ରାଫି ଆଡକୁ ମୁହାଁଇଲେ । ତାଙ୍କର ଫଟୋଗ୍ରାଫିର କ୍ୱାଲିଟି ସଂବଂଦରେ ବଂଧୁ ଓ ପରିବାର ଲୋକଙ୍କଠାରୁ ଉତ୍ସାହ ଜନକ ମନ୍ତବ୍ୟ ତାଙ୍କ ଆତ୍ମବିଶ୍ୱାସକୁ ବଢ଼େଇ ଦେଲା । ତାଙ୍କର ସ୍ପଷ୍ଟ ମନେଅଛି ଥରେ ଯେତେବେଳେ ସେ ଚତୁର୍ଦ୍ଦିଗରେ ପର୍ବତ ଘେରା କାଶ୍ମୀରର ଉପତ୍ୟକାରେ ଥିଲେ ସେ
ଫଟୋଗ୍ରାଫି ପ୍ରତି ତାଙ୍କର ଥିବା ଆବେଗକୁ ଅନୁଭବ କରିପାରିଲେ କାରଣ ସେ ସେତେବେଳେ ଗୋଟିଏ କଥା ହିଁ ଭାବୁଥିଲେ ଯେ କେମିତି ଏଇ ମୂହର୍ତ୍ତକୁ ଧରିପାରିବେ ଆଉ ରଖି ପାରିବେ ଅନନ୍ତକାଳ ପାଇଁ । କିଛି ଆଲୋଚନା ପରେ ସେ ବ୍ୟାଗ ସଜାଡି ଏଲ.ଏଲ.ଏ.ରେ ପହଂଚିଗଲେ, ପେଶାଦାର ଫଟୋଗ୍ରାଫିରେ ସ୍ନାତକୋତ୍ତର ଡିପ୍ଲୋମା ଶେଷ କଲେ । ତାଙ୍କର ସ୍ପେସିଆଲାଇଜସନ ଥିଲା ଟ୍ରାଭେଲ, ନେଚର, ଆର୍କିଟେକ୍ଚର ଓ ଇଣ୍ଟେରିଆର ଫଟୋଗ୍ରାଫି ।
ସମାଜକୁ କିଛି ଫେରାଇବା ଅଙ୍କିତଙ୍କ କାର୍ଯ୍ୟସୂଚୀର ସବୁଠୁ ଉପରେ । ଏଲ.ଏଲ.ଏ ଅନଲାଇନ ମାଧ୍ୟମରେ ସେ ଏକ ମଂଚ ପାଇଛନ୍ତି ତାଙ୍କର ଫଟୋଗ୍ରାଫିର ଜ୍ଞାନ ସେଇମାନଙ୍କ ସାଙ୍ଗରେ ବାଂଣ୍ଟିବା ପାଇଁ ଯେଉଁମାନେ ଏଥିପାଇଁ ପ୍ରବଳ ଆଗ୍ରହୀ ।

Garima Chaudhary
ଗରୀମାଙ୍କର କଳା ପ୍ରତି ଆଗ୍ରହ ଅଷ୍ଟମ କ୍ଲାସରେ ଆରମ୍ଭ ହେଲା । ସେବେଠାରୁ ସେ ଦେଶରେ କଳା ସଂବଧୀୟ କୋର୍ସ ଓ କଲେଜ ପାଇଁ ଅନୁସଂଧାନ ଆରମ୍ଭ କରିଦେଇଥିଲେ । ୧୨ କ୍ଲାସ ପରେ ସେ ପ୍ରଶାସନିକ ସେବା ପାଇଁ ଲକ୍ଷ୍ୟ ରଖି ଇତିହାସ ପଢ଼ିଲେ । ତାଙ୍କୁ ଲାଗିଲା କିଛି ଅଭାବ ରହିଯାଉଛି । ଭଲ ମାର୍କ ଆଣିବାରେ ସେ ସନ୍ତୁଷ୍ଟ ନଥିଲେ ।
ସେ ଆଉ କିଛି ଅଧିକା ଚାହୁଁଥିଲେ । ତେଣୁ ସେ ବାପାଙ୍କୁ ନ ଜଣେଇ ଗୋଟିଏ ଆର୍ଟ କୋର୍ସ ପାଇଁ ଦରଖାସ୍ତ କଲେ ଓ ସିଲେକ୍ଟ ବି ହୋଇଗଲେ । ତାପରେ ସେ ବାପାଙ୍କୁ ବୁଝାଇ ସେଇ କୋର୍ସରେ ଜଇନ କଲେ ଓ ଫଟୋଗ୍ରାଫି ସଂସ୍ପର୍ଶରେ ଆସିଲେ । ‘ଭିଭିଟାର’ ଟିଏ ହାତରେ ଧରି ସେ ତାଙ୍କର ଯାତ୍ରା ଆରମ୍ଭ କଲେ ଫଟୋଗ୍ରାଫର ହିସାବରେ । ସେ ଭିଜୁଆଲାଇଜର ହିସାବରେ କାମ କଲେ ଓ ଆନିମେସନ ସ୍ପେଶିଆଲାଇଜ କରି ଡିଜିଟାଲ ମିଡିଆରେ ପୋଷ୍ଟ ଗ୍ରାଜୁଏସନ କଲେ । ଲଗାତାର ବାପା, ମା’ ଙ୍କର ବିରୋଧର ସାମନା କରି ସେ ଶେଷରେ ସେମାନଙ୍କୁ ବିଶ୍ୱାସ ଦେଇ ପାରିଲେ ଯେ ତାଙ୍କର କଳା ପ୍ରତି ଆବେଗକୁ ସେ ବୃତ୍ତି ହିସାବରେ ନେଇ ପାରିବେ ଯାହା ତାଙ୍କୁ ଖୁସି ଦେବ ଓ ଆର୍ଥିକ ସ୍ତରରେ ସ୍ଥିରତା ବି ଦେବ ।
ସ୍ୱାମୀକୁ ନିଜର ସୃଜନଶିଳତା ଓ ଫଟୋଗ୍ରାଫି ଦକ୍ଷତା ବିଷୟରେ ବିଶ୍ୱାସ ଦେଲା ପରେ ତାଙ୍କୁ ଗୋଟିଏ ଡି.ଏସ.ଏଲ. ଆର କ୍ୟାମେରା ଉପହାର ସ୍ୱରୂପ ମିଳିଲା । ତାପରେ ସେ ଏଲ.ଏଲ.ଏ କୁ ଦରଖାସ୍ତ କଲେ ଓ ପେଶାଦାର ଫଟୋଗ୍ରାଫିରେ ସ୍ନାତକୋତ୍ତର ଡିପ୍ଲୋମା କୋର୍ସ ଶେଷ କଲେ ।
ଗରୀମା ୨୦୧୧ ରେ ଆସିଥିବା ଇ-କମର୍ସ ଉଚ୍ଛାଳରେ ସାମିଲ ହୋଇଗଲେ । ବହୁତ ଗୁଡିଏ ଇ-କର୍ମସ ସାଇଟର ଫଟୋଗ୍ରାଫ ନେଲେ ଓ ସେଥିରେ ଉକ୍ରର୍ଷତା ମଧ୍ୟ ଲାଭ କଲେ । ସେ ତାଙ୍କର ପ୍ରଥମ ଷ୍ଟୁଡିଓ ୨୦୧୧ ରେ ଖୋଲିଲେ ଓ ତାଙ୍କର ଆପ୍ଲାଇଡ ଆର୍ଟ ଓ ଫଟୋଗ୍ରାଫିକୁ ମିଶ୍ରଣ କରି ନିଜର ସ୍ୱତନ୍ତ୍ର ଷ୍ଟାଇଲରେ ଅନେକ ଫ୍ରିଲାନ୍ସ କାମ ବି କଲେ । ସେ ବର୍ତ୍ତମାନ ବାଙ୍ଗାଲୋରଠାରେ ଅବସ୍ଥାପିତ ଏବଂ ଜଣେ କଳା ନିର୍ଦ୍ଦେଶକ, ଗ୍ରାଫିକ ଡିଜାଇନର, ଚିତ୍ରକାର, ଫଟୋଗ୍ରାଫର ଓ ବ୍ଲଗର ମଧ୍ୟ । ଗରୀମା ଦୃଢ଼ ଭାବେ ବିଶ୍ୱାସ କରନ୍ତି ଯେ ଫଟୋଗ୍ରାଫି ସମସ୍ତଙ୍କ ପାଇଁ କଳାର ଏକ ରୂପ । ଏଲ.ଏଲ.ଏ.
ଅନଲାଇନର ଅନେକ ଭାଷାରେ ଲୋକଙ୍କ ପାଖରେ ପହଂଚିବା ଯୋଜନା ତାଙ୍କୁ ବିସ୍ମିତ କରିଛି । ସେ ଅନ୍ୟମାନଙ୍କ ପରି ଏଲ.ଏଲ.ଏ. ଅନଲାଇନ୍କୁ ନେଇ ବହୁତ ଉତ୍ସାହୀ ।

Kavitha Swaminathan
ତିରୁପୁରର ଗୋଟିଏ ପ୍ରତିଷ୍ଠିତ ପରିବାରରୁ ଆସିଥିବା କବିତା ମୋଟା ପକେଟ ମନିର ମଜା ନେଇ ସ୍କୁଲ ସମୟ ଅତିବାହିତ କରୁଥିଲେ । ପିଲାଟି ଦିନରୁ ତାଙ୍କର ପ୍ରବଳ ଆଗ୍ରହ ଥିଲା ଚକ୍ଲେଟ ପାଇଁ । ଏହି ଆଗ୍ରହ ତାଙ୍କର ବହୁଦିନ ପାଇଁ ଥିଲା । ଏବେ ବି ସେ ଚକ୍ଲେଟର ପୁରା ବାରଟିଏ କିଛି ସେକେଣ୍ଡ ଭିତରେ ସାରିଦେଇ ଆଉ ଗୋଟିଏ ବାରପାଇଁ ଅପେକ୍ଷା କରିବେ । ସ୍କୁଲରେ ବି ତାକୁ ଯାହା ଭଲ ଲାଗୁଥିଲା ସେଇ ପାଠ ହିଁ ସେ ପଢ଼ୁଥିଲେ ଯଥା – ଫିଜିକ୍ସ, ପ୍ରାଣୀ ବିଜ୍ଞାନ । ତାଙ୍କ ଲକ୍ଷ୍ୟ ଥିଲା ଯେ ସେ ଡାକ୍ତର ହେବେ । କିନ୍ତୁ ଗୋଟିଏ ସପ୍ତାହ ପରେ ସେ ସେହି କୋର୍ସ ଛାଡି ଦେଲେ । ତା ପରେ ସେ ବି.କମ୍ରେ ଜଇନ କରିବାକୁ ଚାହିଁଲେ କିନ୍ତୁ ସେତେବେଳକୁ ବହୁତ ଡେରୀ ହୋଇ ଯାଇଥିଲା । ପଛକୁ ଫେରି ଚାହିଁଲେ କବିତାଙ୍କୁ ଲାଗେ ଯେ ତାହା ତାଙ୍କ ପାଇଁ ପରୋକ୍ଷରେ ଆର୍ଶିବାଦ ପରି ହେଲା । କିଛି ଉପାୟ ନ ପାଇଁ ସେ ମହାରାଜା କଲେଜ, ପେରୁନ୍ଦୁରାଇରେ ଭିଜୁଆଲ କମ୍ୟୁନିକେଶନ କୋର୍ସରେ ଜଇନ କଲେ । ହାତରେ ପେଣ୍ଟେକ୍ସ କେ ୧୦୦ କ୍ୟାମେରା, ଡାର୍କ ରୁମ, ନିଜ ମନରେ ଗହନ କୋଣକୁ ଯାଇ ନିଜକୁ ଚିହ୍ନିବାର ସୁଯୋଗ – ଏସବୁ ତାଙ୍କୁ ଫଟୋଗ୍ରାଫିର ଅଦ୍ଭୁତ କ୍ଷମତା ସହିତ ପରିଚିତ କରାଇଦେଲା । ଏହି କଲେଜରେ ପ୍ରାୟ ୧୫୦୦ ଛାତ୍ର ଛାତ୍ରୀଙ୍କ ଭିତରୁ ଭିଜୁଆଲ କମ୍ୟୁନିକେଶନର ଛଅ ଜଣ ଛାତ୍ର ହିଁ ସବୁଠୁ ବେଶି ଖୋଜା ଯାଉଥିଲେ । କାହାକୁ ଗୋଟିଏ ସୁନ୍ଦର ଫଟର ଆବଶ୍ୟକତା ନାହିଁ? କବିତା କୁହନ୍ତି ଯେ ଫଟୋଗ୍ରାଫି ତାଙ୍କର ସମସ୍ତ ଇନ୍ଦ୍ରିୟକୁ ଉଜ୍ଜୀବିତ କରିଦିଏ । ଫଟଯିଏ ନେଲାବେଳେ ସେ କୁକୁରଟିର ଯନ୍ତ୍ରଣାକୁ ବୁଝି ିପାରନ୍ତି, ତାଙ୍କର ଦେହକୁ ଛୁଇଁ ଚାଲିଯାଉଥିବା ମନ୍ଦ ପବନକୁ ଅନୁଭବ କରିପାରନ୍ତି ଏବଂ ଫୁଲର ରଙ୍ଗ, ଆକାଶର ନୀଳିମା ତାଙ୍କୁ ଅଭିଭୂତ କରେ । ତାଙ୍କ ଚାରିପଟର ଦୁନିଆ ସୋ÷ନ୍ଦର୍ଯ୍ୟର ଏକ ଅସରନ୍ତି ଗନ୍ତାଘର, ସବୁ ଜିନିଷ ନିଜ ନିଜ ଜାଗାକୁ ଆସିଯାଆନ୍ତି ଓ ଦୁନିଆ ଅର୍ଥପୂର୍ଣ୍ଣ ହୋଇ ଉଠେ- ସବୁ ଫଟୋଗ୍ରାଫି ମାଧ୍ୟମରେ । କବିତା ଜାଣି ପାରିଲେ ଜୀବନର ଶେଷ ଯାଏଁ ସେ ଫଟୋଗ୍ରାଫର ହୋଇ ରହିବ ।
ସେ ୨୦୦୨ ରେ ଏଲ.ଏଲ.ଏ ରେ ଜଇନ କଲେ ଯେଉଁଠି ସେ ଜାଣିଲେ ଯେ ପ୍ରତ୍ୟେକ ଦିନ ତାଙ୍କ ପାଇଁ ଏକା ନୂଆ ଆବିଷ୍କାର । କୋର୍ସ ସରିବା ପରେ ମଧ୍ୟ ଯେତେବେଳେ ବି ସେ ଅନ୍ୟ ଫଟୋଗ୍ରାଫରଙ୍କର କାମ ଦେଖନ୍ତି ତାଙ୍କର ହୃଦବୋଧ ହୁଏ ଯେ ତାଙ୍କର ଅନେକ କିଛି ଶିଖିବାର ଅଛି । ସେ ଜାଣିପାରିଲେ ତାଙ୍କୁ ଜୀବନ ସାରା ଛାତ୍ରୀଟିଏ ହୋଇ ରହିବାର ଅଛି ତାଙ୍କ ଜ୍ଞାନର ଶୋଷ ମେଣ୍ଟାଇବା ପାଇଁ ଆଉ ଫଟୋଗ୍ରାଫର ହିସାବରେ ଉନ୍ନତି କରିବା ପାଇଁ । ସେ ବର୍ତ୍ତମାନ ଏଲ.ଏଲ.ଏରେ ପୂର୍ଣ୍ଣ ସମୟ ଅଧ୍ୟାପିକା । କଲେଜର ପାଠ୍ୟକ୍ରମର ତଦାରଖ କରନ୍ତି, ଉଟିର ଲୋକ, ଜାଗା ଓ ସ୍ମୃତିକୁ ଧରି ରଖିବା ପାଇଁ ନିରନ୍ତର ଆଲୁଅ ପଛରେ ଦଉଡି ଥାଆନ୍ତି । ତାଙ୍କର ଫଟୋଗ୍ରାଫିରେ ଥିବା ଜ୍ଞାନ ଛାତ୍ରମାନଙ୍କୁ ଦେଲାବେଳେ ସେ ଛାତ୍ରମାନଙ୍କଠାରୁ ମଧ୍ୟ ଅନେକ କିଛି ଶିଖି ଥାଆନ୍ତି । ନୂଆ ସୃଜନଶୀଳ ପ୍ରତିଭା ମାନଙ୍କୁ ଭେଟିବାର ରୋମାଂଚ, ଫଟୋଗ୍ରାଫିର ଗଭୀରତାକୁ ଯାଇ ଖୋଜିବାର ଆନନ୍ଦ ତାଙ୍କୁ ବହୁତ ଉତ୍ସାହିତ କରେ । ଏଲ.ଏଲ.ଏ. ଅନଲାଇନ ତାଙ୍କର ସ୍ୱତନ୍ତ୍ର ଭାବରେ ପ୍ରିୟ ଯେହେତୁ ଏହା ନଅଟି ଭାରତୀୟ ଭାଷାରେ ଉପଲବ୍ଧ ଯାହା ଅନେକ ଆଶାୟୀ ଫଟୋଗ୍ରାଫରଙ୍କୁ ଫଟୋଗ୍ରାଫି ଶିଖିବା ପାଇଁ ପ୍ରେରଣା ଦେବ ।

Khushboo Agarwal
ସ୍ମୃତିର ଗଳିରେ ପଛକୁ ଫେରି ଚାହିଁଲେ ମତେ ଖୁସି ଲାଗେ ଯେ ମୋ ବାପାଙ୍କର ସତ୍ ସାହସ ଥିଲା ଯାହାଫଳରେ ସେ କଲିକତାର ସବୁ ସୁବିଧା ଓ ସୁଖ ଛାଡି ଚେନାଇ ଆସି ନିଜର ବ୍ୟବସାୟ ଆରମ୍ଭ କଲେ । ତାର ଅର୍ଥ ମୁଁ ଦୁଇଟି ଦୁନିଆର ସର୍ବୋକୃଷ୍ଣ ଜିନିଷ ସହିତ ପରିଚିତ ହେଲି – ଉତ୍ତର ଭାରତର ଚଳଣି ସହିତ ଅଙ୍ଗାଙ୍ଗୀ ଭାବେ ଜଡିତ ହେବା ପରେ ଦକ୍ଷିଣ ଭାରତ ତାମିଲ ମାନଙ୍କର ସହିତ ମଧ୍ୟ ଯୋଡି ହୋଇପାରିଲି ସେମାନଙ୍କର ଖାଦ୍ୟ, ସଂସ୍କୃତି ଓ ଜାଗା ସହିତ ମଧ୍ୟ । ଯାହା କୁହାଯାଏ , ବହୁବିଧତାରେ ହିଁ ଜୀବନର ସ୍ୱାଦ ଅଛି ।
ସ୍କୁଲରେ ନାଟକ, ଥିଏଟର କରିବା, ତର୍କ କରିବା ପ୍ରଭୃତି ବହୁତ କାମରେ ଯୋଡି ହୋଇଥିଲି । ଯଦିଓ କେବେ ବି ଭଲ ଗାଇ ପାରୁନଥିଲି, ତଥାପି ସ୍କୁଲର ଗାୟକ ଗୋଷ୍ଠୀ ସହ ମୁଁ କାମ କରୁଥିଲି କିନ୍ତୁ କ୍ଲାସରେ ପାଠରେ ସବୁଠାରୁ ଉପରେ ରହିବା ମୋର ପ୍ରାଥମିକତା ଥିଲା । ସବୁକିଛି ବଦଳିଗଲା ଯେତେବେଳ ୧୦ କ୍ଲାସର ପରୀକ୍ଷାଫଳ ଆସିଲା ଓ ମୁଁ ପଂଚମ ସ୍ଥାନରେ ଥିଲି ।
ମୋ ଆତ୍ମ ବିଶ୍ୱାସ ଦୋହଲିଗଲା । ଇଏ ପୁନଃ ଅବଲୋକନ କରିବାର ବେଳ । ମୁଁ ତା ପରର ଦୁଇ ବର୍ଷ ତାହାକୁ ସହଜରେ ଗ୍ରହଣ କରିବାର ଚେଷ୍ଟା କଲି । ମୁଁ ନିଜକୁ ପଚାରିଲି ଯେ ମତେ ପ୍ରକୃତରେ କଣ ଭଲ ଲାଗେ – ନାଚିବା? ଏକଥା ବହୁତ ମିଠା ମନେ ହେଲା ଯେତେବେଳେ ପୁରସ୍କାର ପାଇ ଗୋଟିଏ ଭଲ ନର୍ତ୍ତକୀର ସ୍ୱୀକୃତି ପାଇଲି । ଭାରତ ନାଟ୍ୟମ୍ କଥକ, ଘୁମର ଏ ସବୁ ପ୍ରକାରର ନାଚ ଶିଖିବା ମତେ ଆନନ୍ଦ ଦେଲା । ମୁଁ ତା ସହିତ ମିଶାଇଲି ସାଲସା ଜିଭେ, ଭାଚଥା । ଜୀବନ ମହତ୍ତ୍ର ହେଲା । ମୁଁ ଜାଣି ପାରିଲି ପାଠପଢ଼ା । ମୋର ପସନ୍ଦର ନୁହେଁ । ମୁଁ ଭିଜୁଆଲ କମ୍ୟୁନିକେଶନ ପଢ଼ିବା ଆରମ୍ଭ କଲି ଯେଉଁଠି ମୁଁ ଫଟୋଗ୍ରାଫି ସଂସ୍ପର୍ଶରେ ଆସିଲି – ମୋ ଜୀବନ ବଦଳିଗଲା । ଫଟୋଗ୍ରାଫି ମତେ ନୂତନ ଦୁନିଆଁ ସହିତ ଯୋଡି ହେବା ପାଇଁ ସୁଯୋଗ ଦେଲା – ବହୁତ ସଂଭ୍ରାନ୍ତରୁ ବହୁତ ସାଧାରଣ, ସଂପୂର୍ଣ୍ଣ ମନୁଷ୍ୟକୃତରୁ ନିଛକ ପ୍ରାକୃତିକ । ଏହି ବହୁବିଧତା ମତେ ନିଶାଗ୍ରସ୍ତ କଲା । ସେତେବେଳେ ହିଁ ଲାଇଟ୍ ଏଣ୍ଡ ଲାଇଫ ମତେ ଡାକିଲା । ଏଠାରେ ମୁଁ ମୋର ପ୍ରତ୍ୟେକ ମୁହୂର୍ତ୍ତକୁ ଉପଭୋଗ କଲି । ମୁଁ ଏବେବି ବିଭିନ୍ନତାର ପଛରେ ପଡିଛି । ଯଦିଓ ମୋର ବୃତ୍ତି ଫଟୋଗ୍ରାଫି ମୁଁ ନାଚେ ଏବଂ ନାଚ ଶିଖାଏ ବି । ସମୟକ୍ରମେ ମୁଁ ସିନେମାଟୋଗ୍ରାଫି ବି ଶିଖିବାକୁ ଚାହୁଁଛି ଓ କିଛି ମଂଚ ଅଭିନୟ ମଧ୍ୟ କରିବାକୁ ଚାହୁଁଛି ।
ବର୍ତ୍ତମାନ ମତେ ଅଦ୍ଭୂତ ସୁଯୋଗ ମିଳିଛି ମୋର ଫଟୋଗ୍ରାଫିର ଜ୍ଞାନ ଅନ୍ୟମାନଙ୍କୁ ଦେବା ପାଇଁ ଏବଂ ସେମାନଙ୍କର ସୃଜନଶୀଳ ଲୁକ୍କାୟିତ ସାମର୍ଥ୍ୟକୁ ସାକାର କରିବା ପାଇଁ – ଏଲ.ଏଲ.ଏ. ଅନଲାଇନ ଦ୍ୱାରା ମୋର ସୁଖର ପାତ୍ର ଭରି ଉଠୁଛି ।

Rejoi Krishna
ଦକ୍ଷିଣ ଭାରତର ମଧ୍ୟବିତ୍ତ ପରିବାରର ସ୍ୱାଭାବିକ ଅଭିଳାଷ ଅନୁସାରେ ଇଂଜିନିୟର ଓ ଡାକ୍ତର ହେବା ମୋର କେବେବି ଉଦ୍ଦେଶ୍ୟ ନଥିଲା । ମୋର କେବଳ ଗୋଟିଏ ହିଁ ଲକ୍ଷ୍ୟ ଥିଲା ପି.ଏସ.ଜି ଆର୍ଟସ ଏଣ୍ଡ ସାଇନସ କଲେଜ କୋଇମ୍ବାଟୁରରେ ମନୋବିଜ୍ଞାନର ଛାତ୍ର ହେବା ମୋର କଲେଜର ଦ୍ୱିତୀୟ ବର୍ଷରେ କଲେଜରେ ‘ଭିସ୍ କମ୍’ କୋର୍ସ ଆରମ୍ଭ ହେଲା । ଭିସ୍କମ୍ ଛାତ୍ରମାନଙ୍କ ସାଙ୍ଗେ ମିଶିଲା ପରେ ମତେ ଲାଗିଲା ଯେ ମୋର ପ୍ରକୃତ ଆଗ୍ରହ ହେଉଛି ଲୋକମାନଙ୍କର ମନୋରଂଜନ କରିବା ମୁଁ ରେଡିଓ ଜକି ହିସାବରେ ରେଡିଓ ମିର୍ଚ୍ଚିରେ ଜଇନ୍ କଲି । ଖୁବ୍ କମ୍ ସମୟ ଭିତରେ ମୁଁ ବହୁତ ଲୋକପ୍ରିୟ ହୋଇଗଲି । ସାତବର୍ଷ ପରେ ମୁଁ ଭାବିଲି କିଛି ଅଲଗା କରିବାକୁ ଏବଂ ନିଷ୍ପତ୍ତି ନେଲି ମୋର ଫଟୋଗ୍ରାଫି ପାଇଁ ଥିବା ଆଗ୍ରହକୁ ଅନୁସରଣ କରିବାକୁ । ମୋତେ ଲାଗିଲା, ମୁଁ କହୁଥିବା କଥାରେ ଲୋକଙ୍କର ମନୋରଂଜନ କରିବା ଅପେକ୍ଷା ଏବେ ଦେଖୁଥିବା ଦୃଶ୍ୟ ଉପସ୍ଥାପନା କରି ତାହା କରିବି ।
ମୁଁ ଫଟୋଗ୍ରାଫି ଦୁନିଆରେ ପଶିବା ପାଇଁ ଇଚ୍ଛା କଲି । ମୁଁ ଫଟୋଗ୍ରାଫିର ପ୍ରତ୍ୟେକ ଦିଗ ଓ ଟେକ୍ନୋଲଜି ବିଷୟରେ ଶିଖି ପେଶାଦାର ଫଟୋଗ୍ରାଫର ହେବା ପାଇଁ ଲାଇଟ ଏଣ୍ଡ ଲାଇଫ ଏକାଡେମୀରେ ଜଏନ୍ କଲି । ଏହା ଚକମପ୍ରଦ ଯେ ଏଲ.ଏଲ.ଏ. ଆମକୁ ଶିଖାଇଲା ଯେ ଜ୍ଞାନ ଆହରଣ ପାଇଁ ବୟସ କେବେ ବି ପ୍ରତିବନ୍ଧକ ନୁହେଁ । ଏଲ.ଏଲ.ଏ. ମତେ ଫଟୋଗ୍ରାଫିର ଜ୍ଞାନ ଓ ଉତ୍ସାହ ଦେଇ ମତେ ଏଇ ଜାଗାରେ ପହଂଚାଇଛି । ଏହା ମୋ ପାଇଁ ଆଶିର୍ବାଦ ବୋଲି ମୁଁ ଭାବୁଛି ।
ଏବେ ମୁଁ ଆର୍କିଟେକ୍ଚର, ଫେସନ, ଅଟୋମୋବାଇଲ ଓ ଟ୍ରାଭେଲ ଫଟୋଗ୍ରାଫର ହେବାର ସ୍ୱପ୍ନକୁ ସାକାର କରୁଛି । ଏଲ.ଏଲ.ଏ ଅନଲାଇନ୍ ମୋତେ ସୁଯୋଗ ଦେଉଛି ମୁଁ ଅନ୍ୟ ଫଟୋଗ୍ରାଫର ମାନଙ୍କଠାରୁ ଯାହା ଶିଖିଛି ତାହା ସମସ୍ତଙ୍କ ସହ ବାଣ୍ଟିବା ପାଇଁ ।

Sathish Kumar Raju
ପିଢ଼ିରୁ ପିଢ଼ିବ୍ୟାପୀ ଫଟୋଗ୍ରାଫି ସହ ଯୋଡି ହୋଇଥିବା ପରିବାରରେ ସତୀଶଙ୍କର ଜନ୍ମ । ତାଙ୍କର ଅଣଜେଜେ ୧୯୦୪ ମସିହାରେ ପଣ୍ଡିଚେରୀଠାରେ ଓମନି ଫଟୋ ଷ୍ଟୁଡିଓ ନାଁରେ ଗୋଟିଏ ଛୋଟ ଷ୍ଟୁଡିଓ ଖୋଲିଥିଲେ । ତାଙ୍କର ଫଟ୍ରୋଗ୍ରାଫିରେ ପ୍ରଥମ ଉଲ୍ଲେଖନୀୟ ସ୍ମୃତି ହେଉଛି ତାଙ୍କ ବାପାକୁ ଘରେ ଗୋଟିଏ ଫଟୋର ବଡ ସାଇଜ୍ର ପ୍ରିଣ୍ଟ୍ କରିବା ବେଳେ ଦେଖିବା । ସେ ମନେପକାନ୍ତି ଯେ ଏଇ ପ୍ରିଣ୍ଟ୍ଗୁଡିକ ପ୍ରାୟ ରାତିରେ ତାଙ୍କ ବାଲକୋନିରେ ବା ଘରର ମଝିଭାଗରେ ଥିବା ଖାଲିଯାଗା ଯାହାକୁ ‘ମୁତ୍ରମ୍’ କୁହାଯାଏ ସେଠାରେ କରାଯାଏ । ତାଙ୍କର ମନେ ଅଛି ଯେତେବେଳ ତାଙ୍କ ଜେଜିମା ‘ହାଇପୋ’ ତିଆରି କରନ୍ତି ଓ କେତେ ଥଣ୍ଡା ଅଛି ଜାଣିବା ପାଇଁ ସେଥିରେ ହାତ ବୁଡାନ୍ତି । ତାଙ୍କର ପ୍ରଥମ ଫ୍ରିଣ୍ଟ ହେଲା ଗୋଟିଏ ଲୋକର ଲାଇଫ ସାଇଜ୍ ପୋଟ୍ରେଟ । ଇମେଜଟି ଯେତେବେଳ ଆସ୍ତେ ଆସ୍ତେ ନିଜକୁ ପ୍ରକାଶିତ କଲା ତାଙ୍କୁ ତାହା ମ୍ୟାଜିକ ପରି ଲାଗିଲା ଓ ତାଙ୍କ ବାପା ଥିଲେ ମ୍ୟାଜିସିଆନ୍ । ସେହି ଦିନରୁ ସତୀଶ ଫଟୋଗ୍ରାଫି ସହ ସଂଲଗ୍ନ ହୋଇଗଲେ ।
ତେଣୁ ଏହା କିଛି ନୂଆ ନୁହେ ଯେ ସତୀଶ ଲୟେଲା କଲେଜରେ ବି ଏସସି. ଭିଜୁଆଲ ଆର୍ଟରେ ନିଜ ନାଁ ଲେଖାଇଲେ । ତାପରେ ତାଙ୍କର ଅନ୍ନର୍ନିହିତ ଇଚ୍ଛାର ଫଳ ସ୍ୱରୁପ ସେ ଇକବାଲ ମହମ୍ମଦଙ୍କ ତତ୍ତ୍ୱାବଧାନରେ ରହି ଫଟୋଗ୍ରାଫି ଆଗ୍ରହକୁ ସାକାର କଲେ । ସେ ଏଲ.ଏଲ. ଏରେ ଦୁଇବର୍ଷ କାମ ମଧ୍ୟ କଲେ ଯେତେବେଳେ ସେ ଆନୁଷ୍ଠାନିକ ଭାବେ ଫଟୋଗ୍ରାଫି ଶିଖିବାର ଆବଶ୍ୟକତାକୁ ହୃଦୟଙ୍ଗମ କଲେ । କୋର୍ସ ସରିବା ପରେ ସେ ଇକବାଲ ସାରଙ୍କ ବହୁତ ସୁଟିଂରେ ସହାୟକ ଭାବେ କାମ କରିଛନ୍ତି । ସତୀଶ ଏଇ ସମୟରେ ତାଙ୍କର ତୀକ୍ଷ୍ମ ଅବଲୋକନରୁ ବହୁତ କିଛି ଶିଖିଛନ୍ତି । ସେ ଖାଲି ଫଟୋଗ୍ରାଫି ନୁହେଂ ବରଂ ଭିନ୍ନ ସଂସ୍କୃତି, ଖାଦ୍ୟ, ଜୀବନ ଶୈଳୀ ଓ ଲୋକଙ୍କ ବିଷୟରେ ମଧ୍ୟ ବହୁତ କିଛି ଶିଖିଲେ । ତାହା ତାଙ୍କୁ ଆଜି ଦେଶର ଜଣେ ସଫଳ ଅଟୋମୋବାଇଲ ଫଟୋଗ୍ରାଫର ହିସାବରେ ଖ୍ୟାତି ଦେଇଛି । ସେ ଲାଇଟ ଏଣ୍ଡ ଲାଇଫ ଏକାଡେମୀର ଫୁଲଟାଇମ କୋର୍ସର ଜଣେ ନିୟମିତ ଅଧ୍ୟାପକ ମଧ୍ୟ ।
ସମାଜକୁ କିଛି ଫେରାଇ ଦେବା ପାଇଁ ତଥା ଅଧିକରୁ ଅଧିକ ଲୋକଙ୍କୁ ପେଶା ବା ହବି ହିସାବରେ ଫଟୋଗ୍ରାଫିକୁ ନେବା ପାଇଁ ଉତ୍ସାହିତ କରିବା ପାଇଁ ତାଙ୍କର ଥିବା ଅସୀମ ପିପାସା ସତୀଶଙ୍କୁ ଏଲ.ଏଲ ଏ ଅନଲାଇନରେ ଜଣେ ମେଣ୍ଟର ହେବା ପାଇଁ ପ୍ରରୋଚିତ କଲା । ଯଦିଓ ଫଟୋଗ୍ରାଫି କୋର୍ସ ଅନଲାଇନରେ ଅନ୍ୟ ଜାଗାରେ ବି ଉପଲବ୍ଧ ହେଉଛି ଶିକ୍ଷାର୍ଥୀମାନଙ୍କର କାର୍ଯ୍ୟ ଉପରେ ପେଶାଦାର ଫଟୋଗ୍ରାଫରଙ୍କର ମତାମତ ଅନ୍ୟ ଜାଗାରେ ମିଳେ ନାହିଁ ।
ସତୀଶଙ୍କର ମତ ଯେ ଏଲ.ଏଲ.ଏ ଅନଲାଇନ ଦ୍ୱାରା ଏହି ଅଭାବ ପୂରଣ ହୋଇପାରିବ

Shantonobho Das
ମୋ ବାପାଙ୍କର ଅଲିଂପସ କ୍ୟାମେରା ମାଧ୍ୟମରେ ଫଟୋଗ୍ରାଫି ସହ ମୋର ପ୍ରଥମ ପରିଚୟ । ପ୍ରଥମ ଥର ଯେତେବେଳ ମୁଁ ତାଙ୍କର କ୍ୟାମେରା ଧରି ଭିଉ ଫାଇଣ୍ଡରରେ ଦେଖିଲି ତାହା ମୋ ପାଇଁ ଏକ ମହାର୍ଘ ମୁହୂର୍ତ୍ତ ଥିଲା । ନୀଳ ଆକାଶ, ଅଂତହୀନ ସମୁଦ୍ର ଓ ସ୍ୱଚ୍ଛ ବର୍ଷାର ବିନ୍ଦୁ କ୍ୟାମେରା ଲେନ୍ସରେ ଅଧିକ ସୁନ୍ଦର ଲାଗୁଥିଲା । ଏହା ମୋର ଫଟୋଗ୍ରାଫି ପ୍ରତି ଆଗ୍ରହକୁ ବଳବତ୍ତର କଲା ।
ମା’ଙ୍କର ରୋଷେଇରେ ତାଙ୍କୁ ସାହାଯ୍ୟ କରିବା ମୋ ପାଇଁ ଅନ୍ୟ ଏକ ଆଗ୍ରହର କ୍ଷେତ୍ର ଥିଲା । ସ୍କୁଲ ପରେ ମୁଁ କମର୍ସରେ ଡିଗ୍ରୀ ପାଇବା ଦିଗକୁ ଚାଲିଗଲି କିନ୍ତୁ ଚିତ୍ର ମାଧ୍ୟମରେ ନିଜକୁ ବ୍ୟକ୍ତ କରିବା ହିଁ ମୁଁ ଚାହେଁ – ଏହା ମୁଁ ହୃଦୟଙ୍ଗମ କଲି । ମୁଁ ଗୋଟିଏ ବ୍ରେକ୍ ନେଇ କ୍ରୁଜ ଜାହାଜରେ ପୃଥିବୀ ଭ୍ରମଣରେ ବାହାରି ଗଲି ଏଥିପାଇଁ ଯେ ମୁଁ ବିଭିନ୍ନ ଜାଗା ଓ ବିଷୟବସ୍ତୁର ଚିତ୍ର ଧରି ରଖିପାରିବି । କ୍ରୁଜ ଯାତ୍ରାରେ ଶେଷରେ ମୁଁ ନିଷ୍ପତ୍ତିି ନେଲି ପରବର୍ତ୍ତୀ ଜୀବନରେ ଫଟୋଗ୍ରାଫି ହିଁ ମୁଁ କରିବାକୁ ଚାହିଁବି ଯାହା ମତେ ଲାଇଟ ଏଣ୍ଡ ଲାଇଫ ଏକାଡେମୀକୁ ଟାଣି ଆଣିଲା । ଫଟୋଗ୍ରାଫିର ପ୍ରାକ୍ଟିକାଲ କ୍ଲାସ, ଡେମନ୍ଷ୍ଟ୍ରେସନ ଓ ଆସାଇନମେଣ୍ଟ ମତେ ସବୁଠୁ ବେଶି ଆକର୍ଷିତ କଲା । ଏବଂ ଆସାଇନମେଣ୍ଟ କରିବା ପାଇଁ ମୋର ବିଭିନ୍ନ ଜାଗାକୁ ଯିବା ପାଇଁ ମୋତେ ସୁଯୋଗ ଦେଲା । ଲୋକ ଓ ପ୍ରକୃତିକୁ ତାର ସ୍ୱାଭାବିକ ଅବସ୍ଥାରେ ଖୋଜି ବାହାର କରିବା ପାଇଁ ଆଜିକାଲି ମୁଁ ମୋର ଫଟୋଗ୍ରାଫିର ଖୋଜ୍ ଜାରି ରଖିଥିଲେ ବି ମୁଁ ଭଲ ଖାଦ୍ୟ ଖାଇବାକୁ ଭଲ ପାଏ ଓ ରୋଷେଇ କରି ଅନ୍ୟକୁ ଖୁଆଇବାକୁ ବି । ମୁଁ ସବୁବେଳେ ବିଶ୍ୱାସ କରେ ଯେ ଜ୍ଞାନ ବାଣ୍ଟିଲେ ହିଁ ବଢ଼େ । ଏଲ.ଏଲ.ଏ. ଅନଲାଇନ ମୋ ପାଇଁ ଏକ ସୁଯୋଗ ସୃଷ୍ଟି କରିବ । ଫଟୋଗ୍ରାଫି ଜ୍ଞାନ ବାଣ୍ଟିବା ପାଇଁ ଯାହା ଇକବାଲ ଓ ଅନ୍ୟ ମେଣ୍ଟରମାନେ ମୋତେ ଶିଖାଇଛନ୍ତିି ।

Sukil Tarnas
ମୋର ପିଲାବେଳେ ମୁଁ ଜଣେ ପ୍ରିଷ୍ଟ (ଖ୍ରୀଷ୍ଟିୟାନ ଧର୍ମଯାଜକ)ଙ୍କର ଜୀବନ ପ୍ରତି ଆକୃଷ୍ଟ ହୋଇଥିଲି, ଯେ ଆମ ପରିବାରର ମଧ୍ୟ ବନ୍ଧୁ ଥିଲେ । ସେ ଏକ ମଟର ସାଇକେଲରେ ସହର ସାରା ବୁଲୁଥିଲେ, ତାଙ୍କ ବ୍ୟକ୍ତିତ୍ୱରେ କ୍ଷମତା ଓ ପ୍ରାପ୍ତିର ଆଭା ଥିଲା । ସେତେେବେଳ ମୁଁ ଭାବୁଥିଲି ବଡ ହେଲେ ମୁଁ ପ୍ରିଷ୍ଟଟିଏ ହେବି । କିନ୍ତୁ ସ୍କୁଲରେ ପଢ଼ିବାବେଳେ ମୁଁ ଜାଣିପାରିଲି ଯେ ତା ମୋର ପ୍ରକୃତ ଆଗ୍ରହର କ୍ଷେତ୍ର ନୁହେଁ । ତାପରେ ମୁଁ ଲୟେଲା କଲେଜ ଚେନାଇରେ ପଢ଼ିଲି । ସ୍କୁଲରେ ଆଂଚଳିକ ଭାଷାରେ ପଢ଼ିବା ପରେ ଏତେ ଖ୍ୟାତି ସଂପର୍ଣ୍ଣ ଲୟେଲା କଲେଜରେ ପଢ଼ିବା ବେଳେ ମତେ ଖୁବ୍ ଅସୁରକ୍ଷିତ ବୋଧ ହେଲା । ମୋର ବିଜ୍ଞାନରେ ଭଲ ମାର୍କଥିବା ଯୋଗୁଁ ମୁଁ କେମିଷ୍ଟ୍ରି ପଢ଼ିବା ପାଇଁ ଠିକ୍ କଲି କିନ୍ତୁ ଭାଷାଗତ ଅସୁବିଧା ଯୋଗୁଁ ମୁଁ ବହୁତ କ୍ଲାସରେ ଅନୁପସ୍ଥିତ ରହି ଯେତେ ସମ୍ଭବ ପାଠ୍ୟକ୍ରମ ବାହାରେ ଥିବା କାର୍ଯ୍ୟ ସହ ଜଡିତ ହୋଇଗଲି । ମୋତେ ଯାହା ବେଶି ଆକୃଷ୍ଟ କରିଥିଲା ତା ହେଲା କଳା ଓ କାରିଗରୀ । ତେଣୁ ମୁଁ ବହୁତ ସମୟ କାଟୁଥିଲି ହଷ୍ଟେଲକୁ ସଜେଇବା, କ୍ୟାମ୍ପସରେ ବିଭିନ୍ନ ଛାତ୍ର ମାନଙ୍କ କାର୍ଯ୍ୟକ୍ରମ ପାଇଁ ପୋଷ୍ଟର ତିଆରି କରିବାରେ ।
ସେ ସମୟରେ ମୁଁ ‘ୱାର୍ଲ୍ଡ ସୋସିଆଲ ଫୋରମ’ ସହ ଜଡିତ ହୋଇଗଲି ଯାହା ସେତେବେଳେ ବହୁତ ବଡ ନାଁ କରିଥିଲା । ଯେତେବେଳେ କିଛି ସ୍ୱେଚ୍ଛାସେବୀ ଅନୁଷ୍ଠାନ ହାଇଦ୍ରାବାଦଠାରେ ‘ଏସିଆନ୍ ସୋସିଆଲ ଫୋରମ’ ଆରମ୍ଭ କଲେ, ଫାଦର ହେନେରି ମୋତେ ପ୍ରଥମ ଡି.ଏସ.ଏଲ. ଆର କ୍ୟାମେରା ଓ ଚାରିଟି ରୋଲ ଦେଇ ସେଇ ଘଟଣାଟିକୁ କ୍ୟାମେରାରେ ତୋଳିବାକୁ କହିଥିଲେ । ମୋତେ କିଛିକ୍ଷଣ ପାଇଁ ହଜିଗଲାପରି ଲାଗିଲା । କିନ୍ତୁ ସେ ମୋତେ କହିଲେ ଖାଲି ସଟରକୁ ୧/୧୨୫ ଓ ଆଇ.ଏସ.ଓକୁ ୧୦୦ ରେ ସେଟ୍ କରି ଫଟୋ ନେବା ପାଇଁ । ମୁଁ କିଛି ଠିକ୍ଠାକ୍ ହିଁ କରିଥିବି ନିଶ୍ଚୟ କାରଣ ତାପରେ ଫାଦର ହେନେରୀ ମତେ ତାଙ୍କ ନିଜ ଦାୟିତ୍ୱରେ ନେଇ ଯିବା ପାଇଁ ନିଷ୍ପତ୍ତି ନେଲେ । ମୋତେ ଲୟେଲା କଲେଜର ‘ଭିଜୁଆଲ କମ୍ୟୁନିକେସନ’ କ୍ଲାସରେ ଦାଖିଲ କରାଇଲେ, କିଛି ଫଟୋଗ୍ରାଫି କାମ ମଧ୍ୟ ଯେଗାଇଦେଲେ ଯେଉଁଥିରୁ ମୁଁ କୋର୍ସର ଖର୍ଚ୍ଚପାଇଁ କିଛି ପଇସା ବି କମେଇ ପାରିବି । ସେହିଠାରେ ହିଁ ମୁଁ ଇକବାଲ ସାରଙ୍କର ସଂସ୍ପର୍ଶରେ ଆସିଲି ଏବଂ ନିଷ୍ପତ୍ତି ନେଲି ଯେ ମତେ ଏଲ.ଏଲ ଏ ସହିତ ସାମିଲ ହେବାକୁ ପଡିବ ।
ମୁଁ ଏଲ.ଏଲ.ଏ.ର ପେଶାଦାର ଫଟୋଗ୍ରାଫି କୋର୍ସ କଲି । ଇକ୍ବାଲ ସାରଂକ ସଂଗେ ଘନିଷ୍ଠ ଭାବେ କାମ କରିବା ପରେ ମୋର ଇଣ୍ଡଷ୍ଟ୍ରିଆଲ ଫଟୋଗ୍ରାଫି ପ୍ରତି ଆଗ୍ରହ ବଢ଼ିଲା ଯାହା ମୁଁ ମୁଖ୍ୟତଃ ବର୍ତ୍ତମାନ କରୁଛି । ମୁଁ ନିଜେ ଜଣେ ଖାଦ୍ୟ ପ୍ରେମୀ ହୋଇଥିବା ଯୋଗୁଁ ଫୁଡ୍ ଫଟୋଗ୍ରାଫି କରିବାରେ ମଧ୍ୟ ଆନନ୍ଦ ମିଳୁଛି ।
ମୁଁ ଏଲ.ଏଲ. ଏ ଅନଲାଇନର ଅଂଶିଦାର ହୋଇ ବହୁତ ଖୁସି କାରଣ ଏହା ଏକ ସୁସଂଗଠିତ ପ୍ରୋଗ୍ରାମ ଠିକ୍ ମୁଁ ଏଠାରେ କରିଥିବା ପ୍ରୋଗ୍ରାମ ପରି ଯାହା ମତେ ଏଇ ସ୍ଥାନରେ ପହଂଚାଇଛି ।

Vikram Hingmire
ମୋର ପିଲାଦିନର ସ୍ମୃତି, ମୋ ସୃଜନଶିଳତା ଓ ପରିବେଶ ପ୍ରେମ ପାଇଁ ଇନ୍ଧନ ଯୋଗାଇଛି । ମୁଁ ଦେଖିଛି ମୋ ବାପାଙ୍କର କଳ୍ପନାର ଘର – ଗୋଟିଏ ଛୋଟ ଜମିଖଣ୍ଡ ଉପରେ, ଯାହା ବିଭିନ୍ନ ପ୍ରକାରର ଲତା ଗୁଳ୍ମରେ ପରିପୁର୍ଣ୍ଣ । ମୁଁ ଦେଖିଛି ମା’ଙ୍କର ଇଣ୍ଟେରିଅର ଡ଼ିଜାଇନ୍ ମାଗାଜିନର କଟିଂରେ ଭରିଯାଇଥିବା ବାକ୍କ ବା ବାଇଣ୍ଡର, ସେଇଠୁ ମତେ ପ୍ରେରଣା ମିଳିଛି ଲ୍ୟାଣ୍ଡ ସ୍କେପ୍ ଆର୍କିଟକ୍ଚର କରିବା ପାଇଁ ଏଇ ଆଶାରେ ଯେ ଦିନେ ମୁଁ ଏଇ ଛବିକୁ ଜୀବନ୍ତ କରି ଗଢ଼ି ତୋଳିବି । ଗୋଟିଏ ଡାକ୍ତରୀ ପେଶାର ପ୍ରଚ୍ଛଦପଟରେ ଥାଇ ମଧ୍ୟ ମୁଁ ଦେଖିଛି ସୃଜନଶିଳତାର ଆଭାସ, ଖାଦ୍ୟ ତିଆରି ପ୍ରକ୍ରିୟାରେ, ଆସବାବପତ୍ରକୁ ନେଇ ଘର ସଜାଇବାରେ, ବିଭିନ୍ନ ପ୍ରକାରର ଗଛ ଲଗାଇବାରେ ବା ପେଣ୍ଟିଂକୁ ଫ୍ରେମ୍ କରି କାନ୍ଥରେ ଟାଙ୍ଗିବାରେ । ତେଣୁ ଲ୍ୟାଣ୍ଡସ୍କେପ ଆର୍କିଟେକ୍ଚର ମାଧ୍ୟମରେ ମୁଁ ମୋ ଡ଼ିଜାଇନ୍କୁ ଜୀବନ୍ତ କରିବି କଳା ଓ ପ୍ରକୃତି ସହ ଘନିଷ୍ଠ ଭାବେ କାମକରି ।
କିନ୍ତୁ ନିରନ୍ତର ସମୟସୀମା ଭିତରେ କାମ ସାରିବାର ଚାପ ମତେ ମୋ ଆଗ୍ରହ ଠାରୁ ଦୂରକୁ ନେଇଗଲା, ଏହା ମୋର ସୃଜନଶିଳତାକୁ ମଧ୍ୟ ପ୍ରଭାବିତ କଲା । ମୋର ଏମିତି କିଛି ସମାଧାନର ଆବଶ୍ୟକତା ଥିଲା ଯାହା ମତେ ମୋର ମୌଳିକ ସୃଜନଶିଳତାକୁ ଫେରାଇ ଆଣିପାରିବ । ସେଇ ସମାଧାନ ମୁଁ ଫଟୋଗ୍ରାଫିରେ ପାଇଲି, ଯାହା ମୋ ପାଇଁ ଏକ ଧ୍ୟାନ ପରି କାମ କଲା । ଫଟୋ ଜରିଆରେ ମୋର ଅନୁଭୂତିକୁ ଲେଖିବା ଓ ବିନା ଶବ୍ଦରେ ନିଜ କଥା କରିବାର ସମ୍ଭାବନା ମତେ ତା ଆଡକୁ ଆକର୍ଷିତ କଲା; ମତେ ଲାଗିଲା ମୁଁ ମୋର ମନୋସ୍ଥିତି ଏଇ ମାଧ୍ୟମରେ ପ୍ରକାଶ କରିପାରିବି । ଫଟୋଗ୍ରାଫି ମାଧ୍ୟମ ହେଲା ଯେଉଁଥିରେ ସୃଷ୍ଟିକୁ ଆଉ ଟିକିଏ ସ୍ପଷ୍ଟ ଭାବରେ ଦେଖି ହେବ । ବର୍ତ୍ତମାନ ମୁଁ ଉଭୟ ଲ୍ୟାଣ୍ଡ ସ୍କେପ୍ ଓ ଆର୍କିଟେକ୍ଚର ଖୋଜୁଛି ଯାହା ମାଧ୍ୟମରେ ମୁଁ ମୋର କଥା କହିପାରିବି ।
ଫଟୋଗ୍ରାଫିକୁ ଏକ କଳା ହିସାବରେ ଶିଖାଇବା ଲାଇଟ୍ ଏଣ୍ଡ ଲାଇଫ ଏକାଡେମୀର ମୂଳ ଶିକ୍ଷାଦର୍ଶନ । ତେଣୁ ଏଠାରେ ଦିଗଦର୍ଶନ ଦିଆଯାଏ କେମିତି କଳ୍ପନାକୁ ବାସ୍ତବତାରେ ରୂପାନ୍ୱିତ କରିହେବ । ଇଂଟରନେଟ୍ର ଜଗତିକରଣ କ୍ଷମତାକୁ ବ୍ୟବହାର କରି ଏଲ୍.ଏଲ୍.ଏ. ଅନ୍ଲାଇନ୍ ଅଲଗା ଅଲଗା ସାମାଜିକ ସ୍ତରରୁ ଆସିଥିବା ଆଶାୟୀ ଫଟୋଗ୍ରାଫରଙ୍କ ପାଖରେ ଦଶଟି ଭିନ୍ନ ଭାଷାମାଧ୍ୟମରେ ପହଞ୍ôଚ ପାରିବ । ଯେଉଁମାନେ ଏହା ଜରିଆରେ ଗୋଷ୍ଠିବଦ୍ଧ ଭାବରେ ପରସ୍ପର ସହିତ ସମ୍ପର୍କ ରଖି ନିଜ ପ୍ରତିଭାର ବିକାଶ କରିପାରିବେ ।
